Spread the love

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଜବାବ!.

କୋଇଲା ରୟାଲ୍ଟି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବିବୃତିର ଜବାବ ଦେଇଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ତାଳଚେରରେ ଥିବା ମହାନଦୀ କୋଲ ଫିଲ୍ଡ ଗତବର୍ଷ ୨୭ହଜାର ୪୫୦ କୋଟି ଟଙ୍କା ଲାଭ କରିଛି। ସେଥିରୁ ଓଡିଶାର ରୟାଲ୍ଟି ଭାଗ ୩୫୦୦ କୋଟି ଓ ଡିଏମଏଫ ପାଣ୍ଠିରୁ ହଜାରେ କୋଟି ଏମତି ଓଡିଶା ପାଇଛି ୪୫୦୦ କୋଟି। ତାଳଚେର ପ୍ରଚାର ସଭାରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ, ଓଡିଶାର ପାଣି, ପବନ ଓ ମାଟିରୁ ଏମସିଏଲ ୨୭ହଜାର ୪୫୦ କୋଟି ଲାଭ କରୁଛି । କିନ୍ତୁ ରାଜ୍ୟକୁ ମିଳୁଥିବା ଭାଗ ସନ୍ତୋଷଜନକ ନୁହେଁ। ଏ ଟଙ୍କା କୁଆଡେ ଯାଉଛି, କିଏ ନେଉଛି ସେ କଥା ସମସ୍ତେ ଜାଣନ୍ତି। ତେଣୁ ଏବାବଦରେ ପଚାରିଲେ ଧର୍ମେନ୍ଦ୍ର ପ୍ରଧାନ ରାଗିଯାଇ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି ଓ ଅଶାଳୀନ କଥା କହୁଛନ୍ତି। ବିଜେଡି କିନ୍ତୁ ତାଳଚେର ଓ ଅନୁଗୁଳର ହକ ପାଇଁ ଲଢେଇ କରିବ। ୨୦୦୪ରୁ କୋଇଲା ରୟାଲ୍ଟି ବଢିଥିଲେ ଓଡିଶା ଏଭିତରେ ୧୦ କୋଟି ରୟାଲ୍ଟି ଓ ଡିଏମଏମ ପାଣ୍ଠିରୁ ଆଉ ୨ହଜାର କୋଟି ମିଳିଥନ୍ତା।ବିଜେପି ନେତାମାନେ ଖାଲି ଦିନରେ ଲଣ୍ଠନ ଦେଖାଉଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ବି ସେହି ଲଣ୍ଠନ ନେତାଙ୍କ ସହ ସାମିଲ। ତାଙ୍କ ବଡବାବୁମାନେ ଯାହା କହିବେ ମୁଣ୍ଡିଆ ମାରି ଗ୍ରହଣ କରିବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

You Missed