Spread the love

ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ
କହିଲେ- ରାଜନୀତିରେ ଜୟ ପରାଜୟ ଲାଗି ରହେ
ଜୟରେ ଉନ୍ମାଦିତ ଓ ପରାଜୟରେ ହତୋତ୍ସାହିତ ହେବା ଆବଶ୍ୟକ ନାହିଁ
ଓଡ଼ିଶାରେ କିଛି ଲୋକ ତ ବିଜେପିକୁ ସାଇନ୍‌ ବୋର୍ଡ ପାର୍ଟି କହୁଥିଲେ
ଏବେ ଓଡ଼ିଶା ଲୋକଙ୍କ ଆଶୀର୍ବାଦରେ ସେବାର ସୁଯୋଗ ମିଳିଛି
ଲୋକେ ଯାହାକୁ ଯେଉଁ ଦାୟିତ୍ୱ ଦେଇଛନ୍ତି, ସେ ସେହି ଦାୟିତ୍ୱ ତୁଲାଉ
ଯାହାକୁ ସେବା ଦାୟିତ୍ୱ ମିଳିଛି ସେବା କରୁ, ବିରୋଧୀ ଦଳ ତାଙ୍କ ଦାୟିତ୍ୱ ତୁଲାନ୍ତୁ ବୋଲି କହିଲେ ଧର୍ମେନ୍ଦ୍ର
ବିଜେଡିର ରାଜଭବନ ଟାର୍ଗେଟକୁ କାଉଣ୍ଟର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସଂପନ୍ନ କାର୍ଯ୍ୟାଳୟ
ଯେତେବେଳେ କିଛି ଲୋକଙ୍କ ମନରେ ହତାଶାଭାବ ଆସେ, ଏମିତି କହନ୍ତି
ଯେଉଁମାନେ ଅଗଣତାନ୍ତ୍ରିକ, ପରାଜୟକୁ ସ୍ବୀକାର କରିପାରନ୍ତିନି, ଏମିତି କହନ୍ତି
ଓଡ଼ିଶା ଲୋକ ତ ନିଷ୍ପତ୍ତି ନେଲେ, ତାକୁ ମୁଣ୍ଡପାତି ସ୍ବୀକାର କରନ୍ତୁ
ସରକାରଙ୍କ ଦୋଷତ୍ରୁଟିକୁ ଲୋକଙ୍କ ସାମ୍ନାକୁ ଆଣିବା ତାଙ୍କ ଦାୟିତ୍ବ
କିନ୍ତୁ ତାଙ୍କ ହତାଶଭାବକୁ ରାଜଭବନ ଆଡ଼କୁ ନମୁହାଁନ୍ତୁ କହିଲେ ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *