Spread the love

ଓଡ଼ିଶା ଟା ଇକୋଣ୍ଡ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଚଳିତ ମାସ 28 ରୁ 30 ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଜାତୀୟ ସିନିୟର୍ ଏବଂ ଜୁନିଅର ଟା ଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଓଡ଼ିଶା ଜାତୀୟ ସ୍ତରରେ ସିନିୟର୍ ରେ ଦ୍ଵିତୀୟ ଏବଂ ଜୁନିଅର ରେ ତୃତୀୟ ସ୍ଥାନ ରେ ରହିଛି। 22 ଟି ରାଜ୍ୟରୁ 700 ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଆସନ୍ତା 29 ତାରିଖ ଦିନ ଜବାର ହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ସାଂସଦ ଭର୍ତୃହରୀ ମହତାବ ଏବଂ ସାଂସଦ ବିଭୁପ୍ରସାଦ ତରାଇ ତୃତୀୟ ଜାତୀୟ ସିନିୟର୍ ଜୁନିଅର ଟା ଇକୋଣ୍ଡ ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ। 30 ତାରିଖ ଦିନ ପ୍ରତିଯୋଗିତା ର ଉଦଯାପନ ଦିବସରେ ବିଜେତା ମାନଙ୍କୁ ପଦକ ପ୍ରଦାନ କରାଯିବ। ଆଜି ଓଡିଶା ଟା ଇକୋଣ୍ଡ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଚିନ୍ମୟ କୁମାର ସାହୁ ସମ୍ପାଦକ ଚିନ୍ମୟ ବେହେରା, ଶ୍ରୀମତୀ ସୁଦୀପ୍ତ ନନ୍ଦ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *