Spread the love

ଓଡ଼ିଶାକୁ ମିଳିଲା ଆୟୁଷ୍ମାନ ଯୋଜନା । କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ।

ଆୟୁଷ୍ମାନ ଯୋଜନା କ’ଣ ମିଳିବ ସୁବିଧା?

ରାଜ୍ୟର ଏକ କୋଟି ପରିବାରକୁ ମିଳିବ ଆୟୁଷ୍ମାନ କାର୍ଡ

ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ

ସାଢେ ୩ କୋଟି ହିତାଧିକାରୀ ହେବେ ଉପକୃତ

ଦେଶର ୩୦ ହଜାର ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା

ଓଡ଼ିଶାକୁ ମିଳିଲା ଆୟୁଷ୍ମାନ ଯୋଜନା । କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ହେଲା ଏମଓୟୁ ସ୍ବାକ୍ଷରିତ। ନୂଆଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଉପସ୍ଥିତିରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଯୋଜନା ଲାଗୁ ହୋଇଛି ।

ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟରେ ଲାଗୁ ହେବ । ରାଜ୍ୟବାସୀଙ୍କୁ ମିଳିବ ଆୟୁଷ୍ମାନ-ଗୋପବନ୍ଧୁ ଆରୋଗ୍ୟ କାର୍ଡ । ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଶାଇ ଗୋଟିଏ ଆୟୁଷ୍ମା-ଗୋପବନ୍ଧୁ ଆରୋଗ୍ୟ କାର୍ଡ ଦିଆଯିବ । ରାଜ୍ୟର ୧ କୋଟି ପରିବାରକୁ ମାର୍ଚ୍ଚ ଶେଷ ସୁଦ୍ଧା ଏହି କାର୍ଡ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ସମସ୍ତ ବିଏସ୍‌କେୱାଇ କାର୍ଡଧାରୀଙ୍କୁ ଏହି ନୂଆ କାର୍ଡ ଯୋଗାଇ ଦିଆଯିବ। ତେବେ ଏଥିରେ ସବୁ ବର୍ଗର ଲୋକ ଚିକିତ୍ସା ସୁବିଧା ପାଇ ପାରିବେ।

Related Post

Leave a Reply

Your email address will not be published. Required fields are marked *

You Missed