ଯଦି ଆପଣ ନୀତି, ଆଦର୍ଶ, ଧର୍ମ, କର୍ମ, ସବୁ ବିବେକ ଲଗାଇ ସଫଳତାପୂର୍ବକ ପାଳନ କରୁଛନ୍ତି, ତେବେ ବିଶ୍ଵର କୌଣସି ଶକ୍ତି ଆପଣଙ୍କୁ ପରାଜିତ କରି ପାରିବ ନାହିଁ ।
ସମୟ ଏପରି ଏକ ଗାଡି ଯାହାର ବ୍ରେକ କିମ୍ବା ବ୍ଯାକ ଗିୟର ନଥାଏ । ନିଜକୁ ବଦଳାଇବାକୁ ସମୟ ସମସ୍ତଙ୍କୁ ମିଳେ କିନ୍ତୁ ସମୟକୁ ବଦଳାଇବା ପାଇଁ ଆଉ ଏକ ଜୀବନ ମିଳେନାହିଁ । ତେଣୁ କାର୍ଯ୍ଯ ଆରମ୍ଭ ପୂର୍ବରୁ ଭଗବାନଙ୍କ ସ୍ମରଣ କରିବା ଆବଶ୍ୟକ, ତଥା କାର୍ଯ୍ଯ ସମାପ୍ତି ପରେ ବି ଭଗବାନଙ୍କ ସ୍ମରଣ କରି ତାଙ୍କୁ ଧନ୍ଯବାଦ ଦେବା ଉଚିତ ।
ଏହି ଦୁନିଆ ଆବଶ୍ୟକତା ଅନୁଯାୟୀ ଚାଲେ । ଯୁଗ ଯୁଗରୁ ସୂର୍ଯ୍ୟର ଅପେକ୍ଷା ରହିଛି, ହେଲେ ଗ୍ରୀଷ୍ମରେ ସେହି ସୂର୍ଯ୍ୟର ତିରସ୍କାର ହୁଏ । ଆପଣ ସେପର୍ଯ୍ୟନ୍ତ ମୂଲ୍ୟବାନ, ଯେପର୍ଯ୍ୟନ୍ତ ଆପଣଙ୍କ ପାଖରେ କାମ ଅଛି ।
କର୍ମ ଓ ଫଳର ସମ୍ବନ୍ଧ ଗୀତା କହିଥାଏ: “କର୍ମଣ୍ୟେୱ ଅଧିକାରସ୍ତେ ମା ଫଳେଷୁ କଦାଚନ।” ଆମର କର୍ମ କରିବାର ଅଧିକାର ଅଛି କିନ୍ତୁ ଫଳର ଚିନ୍ତା କରିବା ଆମର କାମ ନୁହେଁ । ଯେଉଁମାନେ ଫଳକୁ ଚିନ୍ତା କରି କର୍ମ କରନ୍ତି, ସେମାନେ ସମୟରେ ଧୈର୍ଯ ଓ ସମତା ହରାଇଥାନ୍ତି ।
ଆମେ ମାନେ କୁହନ୍ତି, ଆମେ ଜୀବନରେ କାହାକୁ ଆମେ ଦୁଃଖ ଦେଇ ନାହୁଁ କିନ୍ତୁ ଦୁଃଖ ପାଉଛୁ । କିନ୍ତୁ ଆମେ ମାନେ ବୋଧେ କର୍ମ ସିଦ୍ଧାନ୍ତର ଗୁଢ ରହସ୍ଯକୁ ଜାଣନ୍ତି ନାହିଁନ୍ତି ଯେ, ସଂସାରରେ କିଛି ନ ଦେଇ କେବେ ପ୍ରାପ୍ତ କରାଯାଇ ନଥାଏ । ଆମେ ମାନେ ମାନିବା କି ନମାନିବା, କିନ୍ତୁ ଆମକୁ ଯାହା ପ୍ରାପ୍ତ ହୁଏ, ତାହା ଆମ ଦ୍ବାରା ଦିଆଯାଇଥିବା ବସ୍ତୁର ପୁନରାବର୍ତ୍ତନବ । ଏହା ଏହି ଜନ୍ମର ହେଉ ଅଥବା ପୁର୍ବ ଜନ୍ମର ହେଉ ।
ହାରଇ ସିଏ, ଯିଏ ବାରମ୍ବାର ଅଭିଯୋଗ କରେ । ଜିତଇ ସିଏ, ଯିଏ ହଜାର ଥର ପ୍ରୟାସ କରେ । ବାରମ୍ବାର ପାରାୟଣ କରନ୍ତୁ, ସମସ୍ତ ଭୁଲ ବି ଠିକ୍ ହୋଇଯିବ । ଯେତେ ବେଳେ ଜଣେ ବୁଝି ଯାଇଥାଏ ଯେ, ଏ ଦୁନିଆରେ ସମସ୍ତେ ନିଜ ନିଜର ସ୍ବାର୍ଥ ହାସଲ କରିବା ପାଇଁ ବ୍ୟସ୍ତ, ସେତେ ବେଳେ ହିଁ ସେ ଏକା ଜିଇଁବା ଆରମ୍ଭ କରି ଦେଇଥାଏ !
ଜୟ ଜଗନ୍ନାଥ