Spread the love

ଆମେ ଓଡିଆର ସାମ୍ବାଦିକ ସମ୍ମିଳନୀ…..

ରାଉରକେଲା: ( ସସ୍ମିତା ପ୍ରଧାନ )ଆମେ ଓଡିଆର କେନ୍ଦ୍ରୀୟ କମିଟି ଅନୁମୋଦନ କ୍ରମେ ରାଉରକେଲା ଠାରେ ଏକ ଶାଖା ଖୋଲାଯାଇ ଏହାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି। ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନ ଠାରେ ଶମ୍ବୁନାଥ ପରିଡ଼ା ଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ସୂଚନା ପ୍ରଦାନ କରି କହିଲେ ଯେ ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟ ଆଦି ଧିରେ ଧିରେ ସଂକୁଚିତ ହେବାରେ ଲାଗିଛି। ତାକୁ ସୁରକ୍ଷା କରିବା ଓ ଭାଷା ସାହିତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର, ଅସ୍ମିତା କୁ ଉଜ୍ଜିବିତ କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ,ବାଣିଜ୍ୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ର ବ୍ୟବହାର ଆଦି ସ୍ଥାନରେ ସର୍ବୋପରି ନିଜ ଘରେ ଓଡ଼ିଆ ଭାଷାର ବ୍ୟବହାର କରିବାକୁ ଗୁରୁତ୍ବ ଦେବା ପାଇଁ ଆଲୋଚନା କରାଯାଇଥିଲା।

ଏଥିପାଇଁ ଆସନ୍ତା ଫେବୃଆରି ୨୩ ତାରିଖ ରବିବାର ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ସହରରେ ଥିବା ଓଡିଆ ଭାଇଭଉଣୀ ମାନଙ୍କୁ ନେଇ ଖଡ୍ଗ ଭବନ ଠାରେ ଏକ କମିଟି ଗଠନ କରିବା, ସୁଚିନ୍ତିତ ମତାମତ ଉପସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଡ଼ଃ ସନାତନ ପ୍ରଧାନ, ଡ଼ଃ ସମର ମୁଦାଲି, ଅନିଲ କୁମାର ଦାଶ, ସତ୍ୟାନନ୍ଦ ବେହେରା, ଶମ୍ବୁନାଥ ପରିଡ଼ା, ଶଶଧର ପାତ୍ର,ଚାନ୍ଦମଣୀ ବେହୁରା, ସୁବ୍ରତ ମଲ୍ଲିକ, ଜଗନ୍ନାଥ ରାଉତ, ଉଗ୍ରସେନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଏସମ୍ପର୍କରେ ଅଧିକ ସୂଚନା ଦେଇଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed