Spread the love

ବରଗଡ଼ :ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ୱାର୍ଡ଼ ନଂ-୧୭ ଜୀରାନଦୀ କୂଳ ବୃନ୍ଦାବନ ପଡ଼ିଆ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦରେ ପ୍ରଭାବିତ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ପରେ ଉଚ୍ଛେଦ ପ୍ରକ୍ରିୟା ଅଧାରେ ଅଟକିଛି।

ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଜବରଦଖଲ ଉଚ୍ଛେଦରେ ପ୍ରଶାସନର ଭୂମିକା, ଆଭିମୁଖ୍ୟ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରଥମ ବରଗଡ଼ ଗସ୍ତ ସମୟରେ ଜବରଦଖଲରେ ରହିଥିବା ବଡ଼ବଡ଼ିଆଙ୍କ ଅଟ୍ଟାଳିକାରୁ ଉଚ୍ଛେଦ ଆରମ୍ଭ ହେବ ବୋଲି କହିଥିଲେ। କିନ୍ତୁ ବରଗଡ଼ ସହରରେ ଉଚ୍ଛେଦ ପ୍ରକିୟାର ବାସ୍ତବତା ବଦଳି ଯାଇଛି।

ଉଚ୍ଛେଦରେ ସ୍ଥାନୀୟ ପ୍ରଶାସନ ଥିଲାବାଲାଙ୍କୁ ଅନୁକମ୍ପା ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଲଗାଇ ବିନା ଥଇଥାନରେ ଭୂମିହୀନ, ଗରିବଙ୍କୁ ଉଚ୍ଛେଦ କରୁଥିବା ଅଭିଯୋଗ ହୋଇଛି। ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ବର୍ଷକ ମଧ୍ୟରେ ୨ ଥର ରାୟ ଦେଇ ସାରିଛନ୍ତି। ଏହାସତ୍ତ୍ୱେ ପୌର ପ୍ରଶାସନ ସମ୍ପୃକ୍ତ ପ୍ରତିପତ୍ତିଶାଳୀ ଜବରଦଖଲକାରୀଙ୍କ କୋଠାବାଡ଼ିକୁ ହାତ ମାରି ପାରି ନ ଥିବା ବେଳେ ଗୁରୁବାର ପୋଲିସ ଲଗାଇ ଗରିବଙ୍କୁ ଉଚ୍ଛେଦ ପାଇଁ ଆଗେଇ ଆସିବା ଚର୍ଚ୍ଚାର ବିଷୟ ପାଲଟିଛି।

ଜୀରାନଦୀ କୂଳରେ ଅମ୍ବାପାଲି ପଟକୁ ରହିଥିବା ପଡ଼ିଆ ଧନୁଯାତ୍ରା ସମୟରେ ବୃନ୍ଦାବନ ପଡ଼ିଆ ପାଲଟିଥାଏ। ତେବେ ଏହି ପଡ଼ିଆ ନିକଟ ସରକାରୀ ଜମିରେ ୨ବୃଦ୍ଧା ଭଉଣୀ ରାଜକୁମାରୀ ମଲ୍ଲିକ ଏବଂ ଦଶୀ ମଲ୍ଲିକ ଘର ତିଆରି କରି ସପରିବାର ରହୁଛନ୍ତି। ସେମାନଙ୍କ ବ୍ୟତୀତ ଆହୁରି ଗରିବ ପରିବାର ମଧ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘରଦ୍ୱାର କରି ରହି ଆସୁଛନ୍ତି। ତେବେ ବୃନ୍ଦାବନ ପଡ଼ିଆରେ ବିଗତ ବର୍ଷଗୁଡ଼ିକରେ ଗୋପପୁର ଦୃଶ୍ୟାଭିନୟ ସୂଚାରୁ ଭାବେ ସମ୍ପନ୍ନ ହୋଇସାରି ଥିବାବେଳେ ଏବେ ଧନୁଯାତ୍ରା ମହୋତ୍ସବକୁ ଆଳ କରି ପୌର ପ୍ରଶାସନ ସେଠାରୁ ଘରଭଙ୍ଗା ଅଭିଯାନ ଚାଲୁରଖିଛି.
ଠିକ ସେମିତି ଏକ ଘଟଣା ପୁରା ବରଗଡ଼ ସହିତ ରାଜ୍ୟରେ ବିଭିନ୍ନ ଜାଗାରେ ଚର୍ଚ୍ଚା ର ବିଷୟ ପାଲଟିଲାଣି ଦୁଇ ଦିନ ତଳେ ପୁରା ପ୍ରଶାସନ ଘରଭଙ୍ଗା ଯୋଜନାରେ ବୁଲଡଜାର ଧରି ପୋଲିସ ମାନଙ୍କ ସହିତ ଆରମ୍ଭ କଲେ ଆକ୍ସନ ଠିକ ସେତିକିବେଳେ ବୋଲଡୋଜର ଘର ଉପରକୁ ମାଡ଼ି ବସିବା ବେଳେ ପ୍ରଭାବିତ ପରିବାର ଲୋକେ ବୁଲଡୋଜର ତଳକୁ ଯାଇ ଘରକାନ୍ଥ କଡ଼େ ଛିଡ଼ା ହୋଇଥିଲେ। ଏପରିକି ବୃଦ୍ଧା ରାଜକୁମାରୀ ବୁଲଡୋଜରରେ ବସି ପ୍ରତିବାଦ କରିବା ସହିତ କାନ୍ଦ ବୋବାଳି କରିଥିଲେ।

ପୋଲିସ ସେମାନଙ୍କୁ ସେଠାରୁ ଟଣାଟଣି କରି ଉଠାଇ ଆଣିବାକୁ ଚେଷ୍ଟା କରିଥିଲା ଏବଂ ଏଥିରେ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଥିଲା। ଶେଷର ଆଂଶିକ ଉଚ୍ଛେଦ କରି ପୋଲିସ, ପ୍ରଶାସନ ଫେରି ଆସିଥିଲେ

ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ କହିଛନ୍ତି, ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲୁ। ଗୋଟିଏ ଘର ଆଂଶିକ ଭାଙ୍ଗି ଦେଇଛୁ। କିନ୍ତୁ ପ୍ରଭାବିତ ଲୋକ ଏବଂ ସାଧାରଣ ଜନତାଙ୍କ ପ୍ରତିରୋଧ ଯୋଗୁ ତାକୁ ଅଧାରେ ବନ୍ଦ କରି ଦିଆଯାଇଛି। ପରବର୍ତ୍ତୀ ସମୟରେ ଗୋପପୁର କମିଟି ସହିତ ଆଲୋଚନା କରି ଏବଂ ଆଇନଗତ ବ୍ୟବସ୍ଥା ଉପରେ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *