Spread the love

ପେଟକୁ ଯାଇଥିବା ବିଷ କେବଳ ଗୋଟିଏ ଜୀବନ ନଷ୍ଟ କରେ,କିନ୍ତୁ କାନକୁ ଯାଇଥିବା ବିଷ ହଜାରେ ଜୀବନ ନଷ୍ଟ କରିଦିଏ।

ମଣିଷ ମୁକ୍ତା ଖୋଜିବାକୁ ଯାଇ ଖାଣ୍ଚି ସୁନାକୁ ହରାଏ।ଆଉ ଶେଷରେ ପାଏ ଚକ୍ ଚକ୍ ଲୁହା।ଯାହା କିଛି ଦିନ ପରେ କଳଙ୍କି ଲାଗିଯାଏ।

ସଂପର୍କକୁ ସେଇଠି ଛାଡି ଦିଅନ୍ତୁ, ଯେଉଁଠି ଭଲ ପାଇବା କିଛି ସମୟ ଏବଂ ସମ୍ମାନ କୁ ଭିକ ମାଗିବାକୁ ପଡ଼ିଥାଏ।

ବ୍ୟତିବ୍ୟସ୍ତ ଅଥୟ ହେଲେ ସଫଳତା ମିଳି ନଥାଏ ଶାନ୍ତ ଚିତ୍ତରେ ସବୁ କାମକୁ ଶେଷ କରିବାକୁ ଚେଷ୍ଟା କରିବା।

      

ଆଖିରେ ଦେଖିବୁ କାନରେ ଶୁଣିବୁ
କହିବୁନି ପାଟି ଖୋଲି,
ଅତି ଶିଆଣିଆ ହେବୁ ନାହିଁ କେବେ
ଆଖିରେ ପଡ଼ିବ ଧୂଳି ।

ଏ ଦୁନିଆଁରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର କାର୍ଯ୍ୟକୁ ନେଇ ଯୋଗ୍ୟ ଅଟନ୍ତି ତେଣୁ କେବେ କାହାକୁ ଛୋଟ ଭାବି ଘୃଣା କରନ୍ତୁ ନାହିଁ ।

ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ ଅଧିକ ପସନ୍ଦ କରିଥାଏ କିନ୍ତୁ କାଳ୍ପନିକ ଭାବନାରେ ବିଭୋର ହୋଇଯିବା ଭଲ ନୁହେଁ କାହିଁକି ନା ଭାବପ୍ରବଣତା ହିଁ ସଦାସର୍ବଦା ବିପଦକୁ ଡ଼ାକି ଆଣିଥାଏ ।

ଦୁଃଖର Colour ଅନେକ Deep ହୋଇଥାଏ, ହୃଦୟରେ ଥରେ ଲାଗିଗଲେ ଛାଡ଼ିବା ପାଇଁ ଅନେକ Time ଲାଗିଥାଏ ।

Related Post

Leave a Reply

Your email address will not be published. Required fields are marked *

You Missed