Spread the love

କଟକ ମହାନଗର ନିଗମ ଦକ୍ଷିଣାଞ୍ଚଳ ନାଗରିକ ସମିତି ର

ଅସନ୍ତୋଷ ଦାନା ବାନ୍ଧୁଛି

କଟକ ୪.୧୧-ଗତକାଲି କଟକ ମହାନଗର ନିଗମ ଦକ୍ଷିଣାଞ୍ଚଳ ନାଗରିକ ସମିତି ର ଦିତୀୟ ଅଧିବେସନ ସୁଭଦ୍ରା ପୁର ହନୁମାନ ଜୀୟୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୬,୫୭,୫୮ଓ୫୯ନମ୍ବର ଉଆଡ୍ଡ ର ବରିଷ୍ଠ ନାଗରିକ ମାନଙ୍କର ଏକ ମିଳିତ ବୈଠକର ଅନୁଷ୍ଠିତ ହୋଇ ସର୍ବ ସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା। ଦୀର୍ଘ ଦିନ ଧରଇଏହଇ ୪ ଟି ୱାର୍ଡ କଟକ ମହାନଗର ନିଗମ ଅନ୍ତର୍ଗତ ହୋଇଥିଲେ ମଧ୍ୟ ଏହି ୱାର୍ଡ଼ ଗୁଡିକ ର କୈାଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିନାହିଁ।

ବିଶେଷ କରି ରାସ୍ତା, ବିଜୁଳି ଆଲୋକିକରଣ ଓ ଜଳନିଷ୍କାସନ ନିମନ୍ତେ କୈାଣସି ସୁବିଧା ନାହିଁ। ବହୁବାର ଗଣ ମାଧ୍ୟମରେ ଏ ସଂପର୍କରେ ଦାବି ପ୍ରକାଶିତ ହୋଇଥିଲେ ମଧ୍ୟ ତାର କୌଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ। ପ୍ରଶାସନିକ ଅବହେଳା ଯୋଗୁ ଏହା ହେଇପାରୁନି ବୋଲି ସ୍ଥାନୀୟ ଜନସାଧାରଣ ଅନୁଭବ କଲେଣି.
ତେଣୁ ଉକ୍ତ ୪ ଗୋଟି ୱାର୍ଡ ର‌ ବରିଷ୍ଠ ନାଗରିକ ମାନଙ୍କର ମୁଖ୍ୟ ସମସ୍ୟା ସମାଧାନ ନିମନ୍ତେ” କଟକ ମହାନଗର ନିଗମ ଦକ୍ଷିଣାଞ୍ଚଳ ନାଗରିକ ସମିତି”ଗଠନ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବର୍ଷାଦିନ ଆରମ୍ଭରୁ ବର୍ଜ୍ୟ ଜଳ ନିଷ୍କାସନ ନ ହେବାରୁ ଏଠାରେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ମାନଙ୍କର ଜୀବନଶୈଳୀ ବିପର୍ଯ୍ୟସ୍ତ ହୋଇପଡୁଛି।ଏହାର ପ୍ରତିକାର କରାନଗଲେ ଆଗାମୀଦିନରେ ଜନ‌ଅନ୍ତୋଷ ଏକ ବିଷ୍ଫୋରକ ପରିସ୍ଥିତି ସୃଷ୍ଟି ନ ହେବ ବୋଲି କହିହେବ ନାହିଁ।
କଟକ ମହାନଗର ନିଗମ ଦକ୍ଷିଣାଞ୍ଚଳ ନାଗରିକ ସମିତି
ବୃନ୍ଦ।

Related Post

Leave a Reply

Your email address will not be published. Required fields are marked *

You Missed