Spread the love

ଭୁବନେଶ୍ୱର :CTଜିଏସଟି ଡେପୁଟି କମିସନର ମାନସ ରଞ୍ଜନ ସ୍ବାଇଁ ସୂଚନା ଦେଇ କହିଛନ୍ତି ‘‘ଏନେଇ ତଦନ୍ତ ଚାଲିଛି। ଯାହା ଗୋଟିଏ ମାନୁଆଲ ଡକ୍ୟୁମେଣ୍ଟ ଅଛି ୧୮ ଟନର ଜିନିଷ ରହିଛି। ଡକ୍ୟୁମେଣ୍ଟ କିଛି ନାହିଁ ଜିଏସଟିର କିଛି ସୁଚନା ନାହିଁ । ଟ୍ୟାକ୍ସ ନ ଦେଇ ଏଭଳି ଫାଙ୍କି ଆନ୍ଧ୍ରରୁ ପାଟନା ଚାଲାଣ କରୁଥାବା ଜଣାପଡିଛି। ତାର ପୁରୁଣା ରେକର୍ଡ ଜଣାପଡ଼ୁଛି ଗୁଣ୍ଟୁର ଏକ ଇ ଓ୍ବେ ବିଲ ଦେଖାଇ ଓଡ଼ିଶା ଭିତରେ ପ୍ରବେଶ କରିଛି। ତେଣୁ ବେଆଇନ ଚାଲାଣ ନେଇ ତଦନ୍ତ ଚାଲିଛି। ତେବେ କିଛି ଗୁରୁତ୍ଵପୂର୍ଣ୍ଣ ମାଲବାହୀ ଗାଡି ଯୋଗେ ଆସୁଥିବାର ଖବର ପାଇଥିଲା ସିଟି ଜିଏସଟି ସ୍କ୍ୱାର୍ଡ। ଏନେଇ ଖୋର୍ଦ୍ଧା ପିତାପଲ୍ଲୀରୁ ଟ୍ରକକୁ ଟ୍ରାକ କରି ପିଛା କରିଥିଲେ ସିଟି ଜିଏସଟିର ଅଫିସର। ଜିଏସଟି ଇ ଓ୍ବେ ବିଲ ଅନଲାଇନରେ ମଧ୍ୟ ଯାଞ୍ଚ ବେଳେ ସେଭଳି କିଛି ତଥ୍ୟ ମିଳିନଥିଲା। ତେଣୁ ସେହି ଟ୍ରକ ନମ୍ବର ଆଧାରରେ କଣ ଚାଲାଣ ହେଉଛି ଜାଣିବା ପାଇଁ ପୋଲିସ ପିଛା କରିଥିଲା । ଆନ୍ଧ୍ରରୁ ଓଡ଼ିଶା ଦେଇ ବିହାରର ପାଟନା ଚାଲାଣ ପାଇଁ ଯିବା ବେଳେ ଟ୍ରକଟିକୁ ଅଟକାଇଥିଲା ପୋଲିସ।’

18 ଟନ୍‌ର ଖଇନି ଜବତ
କିଛି ଗୁରୁତ୍ଵପୂର୍ଣ୍ଣ ମାଲ୍‌ ପରିବହନ ହେଉଥିବା ସଂଦେହ କରି ତସ୍କର ମାନଙ୍କ ପିଛା କରିଥିଲା ପୋଲିସ । ପିତାପଲ୍ଲୀ ଗେଟରେ ଗାଡି ଅତିକ୍ରମ କରିବା ପରେ ଗାଡିଟି ଭୁବନେଶ୍ୱର ଦେଇ ସହର ଭିତରକୁ ପ୍ରବେଶ କରିଥିଲା। ସତସଙ୍ଗ ବିହାର ଦେଇ ଗାଡିକୁ ଧରିବା ପାଇଁ ଜିଏସଟି ଅଧିକାରୀ ଚେଷ୍ଟା କରିଥିଲେ। ହେଲେ ଫେଲ୍‌ ମାରିଥିଲା । ଟ୍ରକଟି ରସୁଲଗଡ଼ ଓଭରବ୍ରିଜ ତଳେ ଦେଇ ଖସିଯିବା ପାଇଁ ଚେଷ୍ଟା କରିଥିବାବେଳେ ଆଗରୁ ଛକି ରହିଥିବା ହାଇଟେକ୍ ଛକ ପାଖରେ ଏକ ଟିମ୍ ମଧ୍ୟ ଗାଡ଼ିର ସାମ୍ନାପଟୁ ପିଛା କରିଥିଲେ । ଶେଷରେ ଟ୍ରକକୁ କାବୁ ପରେ ଗାଡ଼ିର କାଗଜପତ୍ର ଯାଞ୍ଚ ବେଳେ କୌଣସି କାଗଜପତ୍ର ସେ ଦେଇ ପାରିନଥିଲେ। ତେବେ ଏକ ହାତଲେଖା ମାନୁଆଲ ରିସିପଟ୍‌ ଥିଲା। ଯେଉଁଥିରେ ୧୮ଟନ ଜିନିଷର ଖଇନି ଚାଲାଣ ହେଉଥିଲା ।

Leave a Reply

Your email address will not be published. Required fields are marked *

You Missed