ଦୁଇପତ୍ନୀଙ୍କୁ ଧରି ମହାକୁମ୍ଭ ମେଳାରେ ପହଞ୍ଚିଲେ ସ୍ବାମୀ
ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାକୁ ଦୁଇଜଣ ମୁସଲମାନ ପତ୍ନୀଙ୍କୁ ଧରି ପହଞ୍ଚିଥିବା ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଯାତ୍ରାକୁ ନେଇ ବ୍ୟକ୍ତି ଜଣକ ଦେଇଛନ୍ତି ଏଭଳି ପ୍ରତିକ୍ରିୟା।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ମହାକୁମ୍ଭ ମେଳା ଆରମ୍ଭ ହେବା ଦିନ ଠାରୁ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି।
ନିକଟରେ ମହାକୁମ୍ଭମେଳାରେ ସୁନ୍ଦର ଆଖି ସହିତ ମାଳା ବିକ୍ରୟ କରିବାକୁ ଆସିଥିବା ମୋନାଲିସାଙ୍କ ପରେ, ହ୍ୟାରି ପଟର ପରି ଦେଖାଯାଉଥିବା ଜଣେ ବାଳକଙ୍କ ଫଟୋ ଓ ଭିଡିଓ ଖୁବ ଭାଇରାଲ ହୋଇଛି। ଏହି କ୍ରମରେ କୁମ୍ଭମେଳାରେ ଜଣେ ଯୁବକ ତାଙ୍କର ଦୁଇଜଣ ମୁସଲମାନ ପତ୍ନୀଙ୍କୁ ଧରି ପହଞ୍ଚିଥିବା ଘଟଣା ଖୁବ ଚର୍ଚ୍ଚା ହେଉଛି।ବ୍ୟକ୍ତି ଜଣକ ଚର୍ଚ୍ଚାକୁ ଆସିଥିବାର କାରଣ ହେଉଛି ସେ ହିନ୍ଦୁ ଥିବା ବେଳେ ତାଙ୍କର ଦୁଇଜଣ ସ୍ତ୍ରୀ ହେଉଛନ୍ତି ମୁସଲମାନ ।
ଫେସବୁକରେ ଭାଇରାଲ ହୋଇଥିବା ଭିଡିଓ ଅନୁସାରେ, ଯୁବକଙ୍କ ନାମ ତରୁଣ ଗୁପ୍ତା। ତାଙ୍କର ଦୁଇଜଣ ସ୍ତ୍ରୀଙ୍କ ନାମ ସାନା ଏବଂ ଫିଜା। ତରୁଣ ଉଭୟଙ୍କୁ ଭଲ ପାଆନ୍ତି ଏବଂ ସେ ନିକାହ ମାଧ୍ୟମରେ ନୁହେଁ ବରଂ ହିନ୍ଦୁ ରୀତିନୀତି ଅନୁସାରେ ସାନା ଓ ଫିଜାଙ୍କୁ ବିବାହ କରିଥିଲେ।
ତରୁଣ ତାଙ୍କ ପିଠିରେ ଉଭୟ ସ୍ତ୍ରୀଙ୍କ ନାମରେ ଟାଟୁ ଆଙ୍କିଛନ୍ତି। ଲକ୍ଷ୍ନୌରେ ଗୋଟିଏ ଘରେ ତିନିଜଣ ଖୁସିରେ ଏକାଠି ରହୁଛନ୍ତି। ତିନିଜଣ ପରସ୍ପରର ବନ୍ଧୁ ଏବଂ ତରୁଣଙ୍କ ଉଭୟ ସ୍ତ୍ରୀ ଭଉଣୀ ପରି ଏକାଠି ରୁହନ୍ତି। ଦୁହେଁ ନମାଜ ପାଠ କରନ୍ତି ଏବଂ ହିନ୍ଦୁ ଧର୍ମରେ ମଧ୍ୟ ବିଶ୍ୱାସ କରନ୍ତି।
କେବଳ ଏତିକି ନୁହେଁ ସାନା ଓ ଫିଜା ହିନ୍ଦୁ ମନ୍ତ୍ର ଏବଂ ଭଜନ ଗାନ କରନ୍ତି। ହିନ୍ଦୁ ବିବାହିତ ନାରୀ ଭଳି ଦୁହେଁ ପୂଜା ପର୍ବ ବି ପାଳନ କରନ୍ତି ଓ ନିଜ ନିଜର ସ୍ୱାମୀଙ୍କୁ ଭଲପାଆନ୍ତି..