Spread the love

ହରେ କୃଷ୍ଣ

ମନୁଷ୍ୟ ଜନ୍ମ ଭଗବତ୍ ଅନୁଭୂତି ପାଇଁ ଉଦ୍ଦିଷ୍ଟ.
“୧୯୬୯ ମସିହାରେ ଲଣ୍ଡନର କନୱେ ହଲରେ ଶ୍ରୀଲ ପ୍ରଭୁପାଦ ଏକ ପ୍ରବଚନ ଦେଇ କହିଥିଲେ -” ଯଦି ଜଣେ ବ୍ୟକ୍ତି ଭାବେ “- ମୁ ଆଉ କାହାରି ସେବକ ନୁହେଁ ,ମୋର କାମ ହେଲା ଭଗବନଙ୍କ ସେବା କରିବା ତାହେଲେ ସେ ମୁକ୍ତ ଅଟେ। ତାର ହୃଦୟ ତତକ୍ଷଣାତ୍ ନିର୍ମଳ ହୋଇଯାଏ ଏବଂ ସେ ମୁକ୍ତି ଲାଭ କରେ।ସେ ସ୍ତରରେ ପହଞ୍ଚିବା ପରେ ଏ ଦୁନିଆରେ ତାର ସମସ୍ତ ଚିନ୍ତା ଓ ଜଞ୍ଜାଳ ଦୂର ହୋଇଯାଏ।

କାରଣ ସେ ଜଣେ ‘ ମୁଁ ଭଗବାନଙ୍କର ସେବକ ଅଟେ।ଭଗବାନ୍ ମୋତେ ରକ୍ଷା କରିବେ।ମୋର ଚିନ୍ତା କଣ?”ଯେପରି ଏକ ଶିଶୁ ଜାଣେ ଯେ , ତାର ପିତାମାତା ତାର ଯତ୍ନ ନେବେ ଠିକ୍ ସେହିପରି ଭଗବାନଙ୍କ ଉପରେ ବିଶ୍ୱାସ ସ୍ଥାପନ କରନ୍ତୁ।ବାସ୍ତବରେ ଆପଣ ମାନେ ଭଗବାନଙ୍କ ସୁରକ୍ଷାରେ ଅଛନ୍ତି।।”

ଶିକ୍ଷା:- ଆମେ ଯେତେବେଳେ ଆମେ ଭଗବତ୍ ଚେତନାବିହୀନ ହୋଇଯାଉ,ସେତେବେଳେ ଭଗବତ୍ ସମ୍ୱନ୍ଧରୁ ବିଚ୍ଛିନ୍ନ ହୋଇଯାଉ ଏବଂ ଭୌତିକ ଜଗତରେ ଦୁଃଖ ଦୁର୍ଦ୍ଦଶା ଭୋଗ କରୁ ।ଯଦି ଆମେ ପୁନର୍ବାର ପରମପୁରୁଷ ଭଗବାନଙ୍କ ସହ ସଂଯୁକ୍ତ ହେବାର ଉଦ୍ୟମ କରୁ ତେବେ ଆମର ସମ୍ବନ୍ଧ ପୁନଃପ୍ରତିଷ୍ଠିତ ହୁଏ।
➖ଆତ୍ମ ବିଜ୍ଞାନ(ଅଷ୍ଟମ ଭାଗ)

Related Post

Leave a Reply

Your email address will not be published. Required fields are marked *