Spread the love

ନୂଆଦିଲ୍ଲୀ: ଭାରତ-ନେପାଳ ସୀମାରେ କଷ୍ଟମ ବିଭାଗ ୧୬ ଟନ୍ ନିକଲି ଚାଇନିଜ୍ ରସୁଣ ଜବତ କରିଛି। ଏହି ରସୁଣ ମଧ୍ୟରୁ ୧୪୦୦ କ୍ୱିଣ୍ଟାଲ ଲ୍ୟାବ ପରୀକ୍ଷାରେ ବିଫଳ ହେବାପରେ ସେସବୁକୁ ନଷ୍ଟ କରାଯାଇଛି। ସୂଚନାନୁସାରେ, ଚୀନ୍‌ରୁ ରସୁଣକୁ ଚୋରା ଚାଲାଣ ମାଧ୍ୟମରେ ଭାରତ ଅଣାଯାଉଥିଲା। ଚଳିତ ବର୍ଷ ଭାରତରେ ରସୁଣର କମ୍ ଉତ୍ପାଦନ ଯୋଗୁ ଭାରତୀୟ ବଜାରରେ ରସୁଣର ମୂଲ୍ୟ କିଲୋଗ୍ରାମ ପିଛା ୩୬୦ ରୁ ୫୦୦ ଟଙ୍କାରେ ପହଞ୍ଚିଛି।

ରସୁଣର ମୂଲ୍ୟ ବୃଦ୍ଧି ହେବାର ସୁଯୋଗ ନେଇ ଚୋରା ଚାଲାଣକାରୀମାନେ ବଜାରରେ ନକଲି ଚାଇନିଜ୍ ରସୁଣ ବିକ୍ରି କରୁଛନ୍ତି। ନକଲି ଚାଇନିଜ୍ ରସୁଣର ମୂଲ୍ୟ ପ୍ରକୃତ ରସୁଣ ତୁଳନାରେ ବହୁତ କମ୍, ଏହା କିଲୋଗ୍ରାମ ପ୍ରତି ୧୦୦ ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି।  ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ କ୍ଷତିକାରକ। ଏହା କର୍କଟ ରୋଗ ମଧ୍ୟ ସୃଷ୍ଟି କରିପାରେ।

ଚାଇନିଜ୍ ରସୁଣ କୃତ୍ରିମ ଭାବରେ ଲ୍ୟାବ୍‌ରେ ପ୍ରସ୍ତୁତ। ଯେଉଁଥିରେ ବିଭିନ୍ନ ରଙ୍ଗ ଏବଂ ରାସାୟନିକ ପଦାର୍ଥ ଯୋଗ ମିଶା ଯାଇଥାଏ। ଯାହା ଦ୍ବାରା ଏହାର ରଙ୍ଗ ଏବଂ ଗନ୍ଧ ଭାରତୀୟ ରସୁଣ ପରି ହୋଇଥାଏ। ଚାଇନିଜ୍ ରସୁଣ ଲ୍ୟାବରେ ପ୍ରସ୍ତୁତ ହୁଏ, ତେଣୁ ଏହାକୁ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରାଇଟିସ୍, ପେଟ ପ୍ରଦାହ ଏବଂ ଅନ୍ୟାନ୍ୟ ହଜମ ପ୍ରକ୍ରିୟା ସମସ୍ୟା ସହତ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ।

Leave a Reply

Your email address will not be published. Required fields are marked *