Spread the love

ଶ୍ରୀମଦ୍ ଭାଗବତମ୍📖ତୃତୀୟ ସ୍କନ୍ଦ📖 ଚତୁର୍ଥ ଅଧ୍ୟାୟୋଃର ଶ୍ଲୋକ ସଂଖ୍ୟା -୩୩,୩୪ ଅଧ୍ୟୟନ

ଜଣେ ବହୁ ଜନ୍ମ ନେବା ପରେ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ସର୍ବ କାରଣର କାରଣ ବୋଲି ଜାଣି ତାଙ୍କ ଶରଣାରେ ଆସେ।(ଶ୍ରୀମଦ୍ ଭଗବଦ୍ ଗୀତା ୭.୧୯)।
ଭଗବାନଙ୍କ ଜନ୍ମ କର୍ମ ଆଦି ଦିବ୍ୟ ବୋଲି ଯଦି ଆମେ ଶୁଦ୍ଧଭକ୍ତଙ୍କ ମୁଖାରବିନ୍ଦରୁ ଶ୍ରବଣ କରିବା ତେବେ ଆମେ ଠିକ୍ ଭାବେ ବୋଧଗମ୍ୟ କରିପାରିବା।
ଗୁରୁଙ୍କୁ ସାଧାରଣ ବୋଲି ଭାବିବା ଉଚିତ ନୁହେଁ।
ଆରୋହ ପନ୍ଥା(ଜ୍ଞାନୀ ,କର୍ମୀ, ଯୋଗୀ)ଏବଂ ଅବରୋହ ପନ୍ଥା(ଭକ୍ତ) ଦୁଇଟା ମଧ୍ୟରୁ ସହଜ ପନ୍ଥା ହେଉଛି ଅବରୋହ ପନ୍ଥା କାରଣ ନିଜେ ଚେଷ୍ଟା କରି ବିଫଳ ହେବା ଅପେକ୍ଷା ପ୍ରାମାଣିକ ଗୁରୁଙ୍କଠୁ ଶ୍ରବଣ କରିବା ଉଚିତ୍।
ଭଗବାନଙ୍କ ପ୍ରକଟ ଏବଂ ଅପ୍ରକଟ ଲୀଳା ,ଦିନ ରାତି ଭଳି ନିତ୍ୟ ଚାଲିଛି।
ବ୍ରହ୍ମାଙ୍କ ଗୋଟିଏ ଦିନରେ(ଗୋଟେ କଳ୍ପ)ଭଗବାନ୍ ଆସନ୍ତି।୨୮ତମ ଦ୍ଵାପର ଯୁଗରେ ଭଗବାନ ନିଜର ମୌଳିକ କୃଷ୍ଣ ରୂପେ ଆବିର୍ଭୂତ ହୁଅନ୍ତି(ପ୍ରତ୍ୟେକ ବ୍ରହ୍ମାଣ୍ଡରେ)।
ପଶୁ ବା ଆସୁରୀ ପ୍ରକୃତି ମାନେ(ଯେଉଁ ମାନେ ଭଗବତ୍ ଶ୍ରବଣ କରନ୍ତି ନାହିଁ) ଭଗବାନ୍ ଙ୍କୁ ବୁଝି ପାରନ୍ତି ନାହିଁ ଏବଂ ତାଙ୍କର ଅଧୋଗତି ହୁଏ।
ଯେ ଧୀର ବ୍ୟକ୍ତି ସେମାନେ ଭଗବତ୍ ଶ୍ରବଣ କଲେ ତାଙ୍କର ଧୈର୍ଯ୍ୟ ଶକ୍ତି ଆହୁରି ବଢ଼ିଥାଏ।
ଯଦି ଜଣେ ହରି ନାମ ନିଷ୍ଠାର ଜପ ଏବଂ ଗୁରୁଙ୍କ ପ୍ରତି ନିଷ୍ଠାର ସହିତ ସେବା କରୁଥାଏ ତାହାଲେ ସେ ସୁନ୍ଦର୍ ଭାବେ ପ୍ରଚାର କରିପାରିବେ.

Related Post

Leave a Reply

Your email address will not be published. Required fields are marked *