Spread the love

ଆପଣମାନେ ବିପଦରେ ଅଛନ୍ତି।’ ଆକ୍ରମଣ ପୂର୍ବରୁ ଏଭଳି କିଛି ଓ୍ୱାର୍ଣ୍ଣିଂ ଦେଇ ଆଖିବୁଜା ରକେଟ୍ ମାଡ଼ କରିଛି ଇସ୍ରାଏଲ। ଲେବନାନରେ ଇରାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲ ଉପରେ ଇସ୍ରାଏଲ କରିଛି ଏୟାର ଷ୍ଟ୍ରାଇକ୍। ୧୦୦ରୁ ଅଧିକ ଠିକଣା ଉପରେ କରିଛି ରକେଟ୍ ମାଡ଼।
ରିପୋର୍ଟ ମୁତାବକ, ପ୍ରଥମେ ଦକ୍ଷିଣ ଲେବନାନବାସୀଙ୍କୁ ଇସ୍ରାଏଲ ପକ୍ଷରୁ ଆରବୀ ଭାଷାରେ ଚେତାବନୀ ଦିଆଯାଇଥିଲା। ‘ଆମେ ଆପଣଙ୍କ ଘର ନିକଟରେ ଇସ୍ରାଏଲ କ୍ଷେତ୍ରରେ ବଡ଼ ଧରଣର ହମଲା କରିବୁ। ଆପଣମାନେ ଏବେ ବିପଦରେ ଅଛନ୍ତି। ହିଜବୁଲ୍ଲ ଆତଙ୍କବାଦୀ ଦେଶ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏହାକୁ ନଜରରେ ରଖି ଏହି ହମଲା ହୋଇଛି। ଆତଙ୍କୀ ଶେଷ କରିବା ଯାଏ ଏହି ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ୍ ସେନା ଲେବନନବାସୀଙ୍କୁ ଚେତାବନୀ ଦେଇଥିଲା।’ ଏହାପରେ ଇସ୍ରାଏଲ୍ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା।

ସେପଟେ ଇସ୍ରାଏଲ ଆକ୍ରମଣ ଜବାବ ଦେଇଛି ହିଜବୁଲ୍ଲ। ଇସ୍ରାଏଲ ଉପରେ ସବୁଠାରୁ ବଡ ପ୍ରତିଶୋଧ ଆକ୍ରମଣ କରିଛି। ଫଳରେ ମଧ୍ୟପ୍ରାଚ୍ୟ ଦେଶରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିଛି। ଇସ୍ରାଏଲର ଶହ ଶହ ଡ୍ରୋନ୍କୁ ଗୁଳି କରାଯାଇଥିବା କହିଛି ହିଜବୁଲ୍ଲ। ତେବେ ଏହି ଆକ୍ରମଣ ପରେ ଇସ୍ରାଏଲର କେତେ କ୍ଷତି ହୋଇଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କିନ୍ତୁ ହିଜବୁଲ୍ଲର ଆକ୍ରମଣ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟେବ୍ ଗାଲାଣ୍ଟ ସମଗ୍ର ଦେଶରେ ଏକ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।

ଏପଟେ ହିଜବୁଲ୍ଲ ଉପରେ ହମଲା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୁରନ୍ତ କ୍ୟାବିନେଟ୍ ମିଟିଂ ଡାକିଛନ୍ତି। ଇସ୍ରାଏଲ ମିଡିଆ ରିପୋର୍ଟ ମୁତାବକ, ଆଇଡିଏଫ ଚିଫ୍ ଷ୍ଟାଫ୍ ଏହି ହମଲା ଉପରେ ନଜର ରଖିଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଇସ୍ରାଏଲ ବାୟୁସେନା ହିଜବୁଲ୍ଲର ଶହେ ଠିକଣା ଉପରେ ରକେଟ୍ ମାଡ଼ କରି କରି ଛାରଖାର କରିଛି। ଡଜନେରୁ ଅଧିକ ଯୁଦ୍ଧ ବିମାନ ଦକ୍ଷିଣ ଲେବନାନରେ ଜୋରଦାର ହମଲା ଜାରି ରଖିଛି।

ଏହି ଆକ୍ରମଣ ପରେ ତେଲ୍ ଆବୀବ ନିକଟରେ ଥିବା ବେନ୍ ଗୁରିୟନ ଏୟାର ବେସ୍କୁ ଅସ୍ଥାୟୀ ଭାବେ ସସ୍ପେଣ୍ଡ କରାଯାଇଛି। ଏହା ସହିତ ଉତ୍ତର ଇସ୍ରାଏଲରେ ରକେଟ୍ ସାଇରନ୍ ବଜାଇ ଦିଆଯାଇଛି। ଇସ୍ରାଏଲର ଜରୁରୀକାଳୀନ ସେବାକୁ ଆକ୍ଟିଭେଟ୍ କରାଯାଇଛି। ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ସେବା ଆଲର୍ଟ ମୋଡ୍ରେ ରଖାଯାଇଛି। ସାରା ଦେଶରେ ଏବେ ହାଇ-ଆଲର୍ଟ ଜାରି ହୋଇଛି

Leave a Reply

Your email address will not be published. Required fields are marked *