Spread the love

‘ରେଭେନ୍ସାର ପୂର୍ବତନ ଛାତ୍ର ଭାବେ ନାଁ ପରିବର୍ତ୍ତନ ପ୍ରସ୍ତାବକୁ ଗ୍ରହଣ କରିପାରୁନି’

ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ରେଭେନ୍ସାର ପୂର୍ବତନ ଛାତ୍ର ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁଁ ରେଭେନ୍ସାର ପୂର୍ବତନ ଛାତ୍ର ଭାବେ ପ୍ରସ୍ତାବକୁ ଗ୍ରହଣ କରିପାରୁନି । ସେଇଦୃଷ୍ଟି ଓ ବ୍ୟକ୍ତିଗତ ଦୃଷ୍ଟିରୁ ଧର୍ମେନ୍ଦ୍ରଙ୍କଙ୍କ ପ୍ରସ୍ତାବକୁ ବିରୋଧ କରୁଛି । ମାତ୍ର ଗୋଟିଏ କଥା ପାଇଁ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଉଛି । ଧର୍ମେନ୍ଦ୍ର ତାଙ୍କ କ୍ଷମତା ପ୍ରୟୋଗ କରି ନାଁ ବଦଳାଇ ନାହାନ୍ତି । ବଦଳାଇବାକୁ ପ୍ରସ୍ତାବ ଦେଇ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି । ରାଜନୈତିକ ଦଳ ଭିତରେ ଏହା ଏକ ସ୍ୱାଗତଯୋଗ୍ୟ ଲକ୍ଷଣ । କୌଣସି ପରିବର୍ତ୍ତନ ପାଇଁ ସେ ଏକ ବିତର୍କର ଆହ୍ୱାନ ଦେଇଛନ୍ତି ।

ଗତକାଲି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ହେବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁକ୍ତି ବାଢ଼ିଥିଲେ । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ବଦଳିବା ଦରକାର କି ନାହିଁ ? ଓଡ଼ିଆ ଅସ୍ମିତାକୁ ଆହତ କରୁଛି କି ବ୍ରିଟିଶ ଅଧିକାରୀଙ୍କ ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମତକୁ ନେଇ ତେଜିଲା ବିବାଦ । ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଉଚ୍ଚଶିକ୍ଷାର ଏନ୍ତୁଡ଼ିଶାଳ । ୧୮୬୮ରେ କଟକରେ ସ୍ଥାପିତ ରେଭେନ୍ସା କଲେଜ ନାମିତ ହୋଇଥିଲା ତତ୍କଳୀନ ବ୍ରିଟିଶ କମିଶନର ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁ ଅନୁସାରେ ।

Leave a Reply

Your email address will not be published. Required fields are marked *