ରୋଜା ଡ୍ୟାନ୍ସ ଏକାଡେମୀର ଆଜା ନାଚଲେ ଆସନ୍ତା ୨୩ ଓ ୨୪ ରେ …..
ରାଉରକେଲା: (ସସ୍ମିତା ପ୍ରଧାନ )ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ଡ୍ୟାନ୍ସ ଏକାଡେମୀ ର ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଆସନ୍ତା ୨୩ ଓ ୨୪ ତାରିଖ ରେ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନ ପକ୍ଷରୁ କୋଏଲନଗର ସ୍ଥିତ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଆଲୋକ ଜେନା, ସଭାପତି ବିଜୟ ମୁଖୀ,ସମ୍ପାଦିକା ଶିବାନୀ ରଣା, ନୂତନ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସ୍ବାଇଁ ଓ ଅନ୍ୟମାନେ ସାମ୍ବାଦିକ ଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ସମ୍ପ୍ରତି ବଲିଉଡରେ ସହକାରୀ ନୃତ୍ୟ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟରତ ରୋଜା ରାଣାଙ୍କ ଆଭିମୁଖ୍ୟ ଅନୁଯାୟୀ ଚଳିତ ଥର ଅନୁଷ୍ଠାନ ତରଫରୁ ଏକ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗୀତା ଆୟୋଜନ କରାଯାଉଛି । ଆସନ୍ତା ନଭେମ୍ବର ୨୩ – ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜଭାବନ ପ୍ରେକ୍ଷାଳୟରେ ନୃତ୍ୟ କ୍ଷେତ୍ରରେ ରୁଚି ରଖୁଥିବା କନିଷ୍ଠଙ୍କ ଠାରୁ ବରିଷ୍ଠ ବର୍ଗ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗୀତା ପାଇଁ ସୁଦୂର ମୁମ୍ବାଇ ରୁ ରୋଜା ରାଣା ଏବଂ ପଶ୍ଚିମବଙ୍ଗରୁ ନୃତ୍ୟ କ୍ଷେତ୍ର ପ୍ରସିଦ୍ଧି ହାସଲ କରିଥିବା ସୁସ୍ମିତା ତମଙ୍ଗ ବିଚାରକ ମଣ୍ଡଳୀ ରେ ଯୋଗ ଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଜେନା, ସଭାପତି ଶ୍ରୀ ମୁଖୀ ଓ ସମ୍ପାଦିକା ଶିବାନୀ ପ୍ରମୁଖ ସମାଜସେବୀ ତଥା ଉଦ୍ୟୋଗପତି ବିଷ୍ଣୁପ୍ରିୟା ସ୍ବାଇଁଙ୍କୁ ନୃତ୍ୟାନୁଷ୍ଠାନର ଅଧ୍ୟକ୍ଷା ପଦ ମଣ୍ଡନ କରିଥିବାରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ମୁଖୀ ସମସ୍ତଙ୍କୁ ସ୍ବାଗତ କରିବା ସହ ନୃତ୍ୟାନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ସମ୍ପାଦିକା ଶିବାନୀ ରାଣା ସମସ୍ତଙ୍କର ପରିଚୟ ପ୍ରଦାନ କରିବା ସହ ପ୍ରଥମ କରି ଜାତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗୀତା ଆଜା ନାଚଲେ କିପରି ସୁରୁଖୁରୁରେ କରାଯାଇପାରିବ ବୋଲି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଉପସଭାପତି ରୋଜା ରାଣା ଉଦୀୟମାନ ନୃତ୍ୟ ପ୍ରତିଭା ମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ କିପରି ପ୍ରତିଯୋଗୀତା ମାଧ୍ୟମରେ ପ୍ରତିଷ୍ଠିତ କରାଯାଇ ପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ସାଂସ୍କୃତିକ ସମ୍ପାଦକ ସ୍ମୃତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୀପିକା ପାତ୍ର, ଟୁନା ଗୈ।ଡ, ସୂରଜ ତରି, ହରେନ୍ଦ୍ର ନାୟକ, ସୋମେଶ୍ବରୀ ନାୟକ, ସସ୍ମିତା ଜେନା, ବିଭୂତି ଭୂଷଣ ସେଠୀ ଓ ମନୀଷା ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।