Spread the love

ଯେପରି କାଳରୂପୀ ଭଗବାନଙ୍କର ପ୍ରେରଣାରେ ଗଛରେ ଫଳ ଧରେ, ଝଡ଼ି ନ ଯାଇ ରହେ, ବଢେ, ପାଚେ, କ୍ଷୀଣ ହୁଏ ଓ ନଷ୍ଟ ହୋଇଯାଏ, ମନୁଷ୍ୟଶରୀରରେ ବି ସେହିପରି ଜନ୍ମ, ଅସ୍ତିତ୍ଵର ଅନୁଭୂତି, ବୃଦ୍ଧି, ପରିଣାମ, କ୍ଷୟ ଓ ବିନାଶ — ଏହି ଛଅଟି ଭାବବିକାର ଦେଖାଯାଏ ।

ଆତ୍ମା ସହିତ ଏସବୁର କୌଣସି ସମ୍ବନ୍ଧ ନାହିଁ । ଆତ୍ମା ହେଉଛି ନିତ୍ୟ, ଅବିନାଶୀ, ଶୁଦ୍ଧ, ଅଦ୍ବିତୀୟ, କ୍ଷେତ୍ରଜ୍ଞ, ସବୁରି ଆଶ୍ରୟ, ନିର୍ବିକାର, ସ୍ବୟଂପ୍ରକାଶ, ସବୁର କାରଣ, ବ୍ୟାପକ, ଅସଙ୍ଗ ତଥା ଆବରଣରହିତ । ଏହି ବାରଟି ହେଉଛି ଆତ୍ମାର ଶ୍ରେଷ୍ଠ ଲକ୍ଷଣ । ଏ ସବୁର ସାହାଯ୍ୟ ନେଇ ବିଦ୍ବାନ ପୁରୁଷ ଅଜ୍ଞାନ ହେତୁ ଶରୀର ଆଦି ପ୍ରତି ରହିଥିବା “ମୁଁ” “ମୋର” ଆଦି ମିଥ୍ଯାଭାବ ଛାଡ଼ିଦେବା ଉଚିତ ।

ସୁନାପଥରରୁ ସୁନା ବାହାର କରିବାର ଉପାୟ ଜାଣିଥିବା ବଣିଆ ଯେପରି ସେଥିରୁ ସୁନା ବାହାର କରିପାରେ, ଆଧ୍ୟାତ୍ମିକ ତତ୍ତ୍ୱ ଜାଣିଥିବା ପୁରୁଷ ସେହିପରି ଆତ୍ମୋପଲବ୍ଧିର ଉପାୟଦ୍ବାରା ନିଜର ଶରୀରରୂପ କ୍ଷେତ୍ରରେ ହିଁ ବ୍ରହ୍ମପଦର ସାକ୍ଷାତକାର ପାଇଯାଆନ୍ତି।

Leave a Reply

Your email address will not be published. Required fields are marked *