ବଡ଼ ଖବର-ମୁଁ ସମ୍ପୂର୍ଣ୍ଣ ସୁସ୍ଥ , ମୋ ସ୍ବାସ୍ଥ୍ୟ ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଚିନ୍ତା: ନବୀନ ପଟ୍ଟନାୟକ!.
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେସମିଟ୍। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୋ ସ୍ବାସ୍ଥ୍ୟାବସ୍ଥା କଥା ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଉଠାଇଛନ୍ତି। ତଦନ୍ତ କରିବା କଥା କହିଛନ୍ତି। ଭୋଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ମୋ ସ୍ବାସ୍ଥ୍ୟାବସ୍ଥା ଚିନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ଚାଲ୍।
ମୋ ସ୍ବାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ଚାଲିଛି। ସାରା ରାଜ୍ଯରେ ମୁଁ ନିର୍ବାଚନ ପ୍ରଚାର କରୁଛି। ମୋ ସ୍ବାସ୍ଥ୍ୟ ଖରାପ ଥିଲେ ମୁଁ ଏତେ ଖରାରେ ପ୍ରଚାର କରି ନ ଥାନ୍ତି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ! ଗୁଜବ ସୃଷ୍ଟିର କାରଣ ଖୋଜିବାକୁ କମିଟି ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି!.
ମୁଁ ପୂରା ଫିଟ୍ ଅଛି: ନବୀନ
ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର ଜବାବ ଦେଲେ ମୁଖ୍ୟମନ୍ତ୍ରୀ
ପ୍ରେସମିଟ୍ ଜରିଆରେ ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଯଦି ମୋର ଶୁଭ ଚିନ୍ତକ ତାହେଲେ ମୋତେ ଫୋନ୍ କରିପାରିଥାନ୍ତେ’
ମୋର ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ କହିଛନ୍ତି’!.
ଯଦି କମିଟି କରିବେ , ତାହେଲେ ଅପପ୍ରଚାରର ତଦନ୍ତ କରାନ୍ତୁ’
‘୧୦ ବର୍ଷ ହେଲା ଦିଲ୍ଲୀରେ ବିଜେପି ଲୋକେ ଅପପ୍ରଚାର କରୁଛନ୍ତି’
ମୁଁ ଯଦି ଫିଟ୍ ନଥାନ୍ତି , ଏତେ ଖରାରେ କେମିତି ପ୍ରଚାର କରୁଥାନ୍ତି’
ମୋ ସ୍ୱାସ୍ଥ୍ୟାବସ୍ଥା ପୂରା ଠିକ୍ ଅଛି , ଏବେ ପ୍ରଚାର ପାଇଁ ନିମାପଡ଼ା ଯିବି’!.
ଯଦି ଓଡ଼ିଶାର ଭଲ ଚାହୁଁଛନ୍ତି କୋଇଲା ରୟାଲିଟି ରିଭିଜନ୍ କରାନ୍ତୁ’
‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ଦାବି ପୂରଣ କରନ୍ତୁ’!.