Spread the love

ଯକ୍ଷ ପ୍ରଶ୍ନ {କିଛି ଜ୍ଞାନ ଆହରଣ କରନ୍ତୁ}

୦୧- ମନୁଷ୍ୟର ପ୍ରକୃତ ସାଥି କିଏ ?
ଉ- ଧୈର୍ଯ୍ୟ ମନୁଷ୍ୟର ପ୍ରକୃତ ସାଥି

୦୨- ଯଶଲାଭ କରିବାର ଏକ ମାତ୍ର ଉପାୟ କଣ ?
ଉ- ଦାନ ଯଶ ଲାଭ କରିବାର ଏକ ମାତ୍ର ଉପାୟ

୦୩- ପବନ ଠାରୁ ଅଧିକ ତିବ୍ର କିଏ ?
ଉ- ମନ ପବନ ଠାରୁ ଅଧିକ ତିବ୍ର ଅଟେ

୦୪- ବିଦେଶରେ ରହୁଥିବା ବ୍ୟକ୍ତିର ପ୍ରକୃତ ସାଥି କିଏ ?
ଉ- ବିଦ୍ୟା ବିଦେଶ ଗ୍ରସ୍ତ କରୁଥିବା ବ୍ୟକ୍ତିର ପ୍ରକୃତ ସାଥି

୦୫- ମନୁଷ୍ୟ କଣ ତ୍ୟାଗ କଲେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇଥାଏ ?
ଉ- ମନୁଷ୍ୟ ଅହଂ ଭାବରୁ ଉତ୍ପନ ହେଉଥିବା ଗର୍ବକୁ ତ୍ୟାଗ କଲେ, ସମସ୍ତଙ୍କ ପ୍ରିୟ ପାତ୍ର ହୋଇଥାଏ

୦୬- କେଉଁ ବସ୍ତୁ ହଜିଗଲେ ମନୁଷ୍ୟକୁ କଷ୍ଟ ହୁଏ ନାହିଁ ?
ଉ- କ୍ରୋଧ ମନୁଷ୍ୟ ମନରୁ ହଜିଗଲେ କିଛି କଷ୍ଟ ହୁଏ ନାହିଁ

୦୭- କେଉଁ ଜିନିଷ ତ୍ୟାଗ କଲେ ମନୁଷ୍ୟ ଧନୀ ହୋଇଯିବ ?
ଉ- ଲୋଭ ତ୍ୟାଗ କଲେ ମନୁଷ୍ୟ ଧନୀ ହେବ

୮- ପ୍ରକୃତ ବ୍ରାହ୍ମଣର ସ୍ବଭାବ କଣ ? ଜନ୍ମ, ବିଦ୍ୟା ଓ ଶାନ୍ତ ସ୍ବଭାବ ?
ଉ- ଶାନ୍ତ ସ୍ବଭାବ ପ୍ରକୃତ ବ୍ରାହ୍ମଣର ସ୍ବଭାବ ଅଟେ

୦୯- କେଉଁ ଉପାୟରେ ମନୁଷ୍ୟ ସର୍ବଦା ଖୁସି ରହେ ?
ଉ- ଭଲ ସ୍ବଭାବ ସୁଖି ରହିବାର ସର୍ବୋତ୍ତମ ଉପାୟ

୧୦- ଧର୍ମ ଠାରୁ ସଂସାରରେ ପ୍ରଥମେ କଣ ?
ଉ- ଦୟା ଧର୍ମ ଠାରୁ ସଂସାରରେ ପ୍ରଥମେ ଅଟେ

୧୧- କେଉଁ ବ୍ୟକ୍ତିଙ୍କ ସହ ମିତ୍ରତା କଲେ, ମିତ୍ରତା କେବେ ପୁରୁଣା ହୁଏ ନାହିଁ ?
ଉ- ସଜ୍ଜନ ବ୍ୟକ୍ତିଙ୍କ ସହ ମିତ୍ରତା କଲେ, ମିତ୍ରତା କେବେ ପୁରୁଣା ହୁଏନାହିଁ

୧୨- ସଂସାରରେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କଣ ?
ଉ- ପ୍ରତ୍ୟକଦିନ ହଜାର ହଜାର ଲକ୍ଷ ଲକ୍ଷ ଲୋକ ମରୁଛନ୍ତି । କିନ୍ତୁ ସମସ୍ତେ *ଅନନ୍ତ କାଳ ବଞ୍ଚିବା” ପାଇଁ ଇଚ୍ଛା ପ୍ରକଟ କରନ୍ତି। ଏହା ଠାରୁ ବଡ ଆଶ୍ଚର୍ଯ୍ୟ କଣ

Related Post

Leave a Reply

Your email address will not be published. Required fields are marked *