ଅଦେଶକାଳେ ଯଦ୍ଦାନମ ପାତ୍ରେଭ୍ୟଶ୍ଚ ଦୀୟତେ।
ଅସତ୍କୃତମବଜ୍ଞାତଂ ତତ୍ତାମସମୁଦାହୃତମ୍॥
ଶବ୍ଦାର୍ଥ:- ଯେଉଁ ଦାନ ଅନୁପଯୁକ୍ତ ସ୍ଥାନରେ, ଅସମୟରେ, ଅସତ୍ ପ୍ରାତ୍ରରେ ଅସମ୍ମାନ ପ୍ରଦର୍ଶନ ପୂର୍ବକ ବା ଅପମାନ ସୂଚକ ଭାବେ ଦିଆଯାଇଥାଏ, ତାହାକୁ ତାମସିକ ଶ୍ରେଣୀଭୁକ୍ତ କରାଯାଇଛି॥
ବ୍ୟାଖ୍ୟା : – ଅଜ୍ଞାନର ବଶବର୍ତ୍ତୀ ହୋଇ ଯେଉଁ ଦାନ କରାଯାଇ ଥାଏ, ସେଥିରେ ସ୍ଥାନ, କାଳ ପାତ୍ର, କିମ୍ବା ମନୋଭାବର ବିବେଚନା କରାଯାଇ ନ ଥାଏ । ତଦ୍ୱାରା କୌଣସି ଉପକାର ସାଧିତ ହୋଇ ନ ଥାଏ । ଉଦାହରଣ ସ୍ୱରୂପ, ଦାନ ଯଦି ଜଣେ ମଦ୍ୟପକୁ ଦିଆଯାଏ, ସେ ନିଶାସକ୍ତ ହୋଇ କୌଣସି ହତ୍ୟାକାଣ୍ଡ ଘଟାଇପାରେ । କର୍ମର ନିୟମ ଅନୁସାରେ ସେ ହତ୍ୟାକାରୀ ନିଶ୍ଚିତ ଦଣ୍ଡ ପାଇବ, କିନ୍ତୁ ତାକୁ ଦାନ ଦେଇଥିବା ବ୍ୟକ୍ତି ମଧ୍ୟ ସେହି ଅପରାଧ ପାଇଁ ଦଣ୍ଡିତ ହେବ । ଏହା ଅନ-ଅଧିକାରୀ ବ୍ୟକ୍ତିଙ୍କୁ ଅଜ୍ଞାନତା ବଶତଃ ଦିଆଯାଉଥିବା ଦାନର ଏକ ଉଦାହରଣ ଅଟେ । ନିଶାଦ୍ରବ୍ୟ ସେବନ ଏବଂ ଦ୍ୟୁତକ୍ରୀଡ଼ାରେ ଅଂଶଗ୍ରହଣ କରିବା ନିମିତ୍ତ ଦାନ କରିବାକୁ ଏଠାରେ ଅନୁମୋଦନ କରାଯାଉ ନାହିଁ । ଏ ପ୍ରକାର ଦାନ ତାମସିକ ଦାନ ଅଟେ । ଏ ପ୍ରକାର ଦାନ ହିତକର ନୁହେଁ , ବରଂ ଏତଦ୍ବାରା ପାପୀମାନଙ୍କୁ ଉତ୍ସାହିତ କରାଯାଏ । ସେହିପରି ଯଦି କୌଣସି ବ୍ୟକ୍ତି ଏକ ଉପଯୁକ୍ତ ବ୍ୟକ୍ତିକୁ (ଅର୍ଥାତ୍ ସୁପାତ୍ରରେ) ମାନ ସମ୍ମାନ ପ୍ରଦର୍ଶନ ନକରି ଏବଂ ଉପଯୁକ୍ତ ଧ୍ୟାନ ନଦେଇ ଦାନକରେ ତାହାହେଲେ ସେ ପ୍ରକାର ଦାନକୁ ମଧ୍ୟ ତାମସିକ ଦାନ କୁହାଯାଏ ।
ଜୀବନ ଏକ ସତରଞ୍ଜ ଖେଳ ପରି ଏବଂ ଆପଣ ଭଗବାନ ଙ୍କ ସହିତ ଏହି ଖେଳ ଖେଲୁଛନ୍ତି….
ଆପଣ ନେଇଥିବା ପ୍ରତ୍ୟେକ ପଦକ୍ଷେପ ପରେ ସେ ପରବର୍ତ୍ତୀ ପଦକ୍ଷେପ ନିଅନ୍ତି । ଆପଣଙ୍କ ପଦକ୍ଷେପକୁ ଆପଣଙ୍କର ପସନ୍ଦ କୁହାଯାଏ ଏବଂ ଏହାର ପରିଣାମ କୁ ଫଳାଫଳ କୁହାଯାଇ ଥାଏ….
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥
କାହାର ହ୍ରୁଦୟ ଭାଙ୍ଗି କ୍ଷମା ମାଗିବା ବହୁତ ସହଜ କିନ୍ତୁ ନିଜର ହ୍ରୁଦୟ ଭାଙ୍ଗିଲା ପରେ ଅନ୍ୟକୁ କ୍ଷମା କରିବା ବହୁତ କଷ୍ଟ।
ବିଶ୍ବାସ କରୁଥିବା ଲୋକକୁ ଧୋକା ଭଲ ପାଉଥିବା ଲୋକକୁ ଘୃଣା ସାହାଯ୍ୟ କରିଥିବା ଲୋକକୁ ଭୁଲିଯିବା ଜଣେ ଅମଣିଷ ହି କରିପାରେ।
ପୂର୍ବାଭାଷ ଆଉ ବର୍ତ୍ତମାନ ସ୍ଥିତି ହୃଦେ ନଭାବି ନଚିନ୍ତି କୌଣସି କାର୍ଯ୍ୟରେ ହସ୍ତକ୍ଷେପ କଲେ ହୋଇପାରେ ଆତ୍ମଘାତୀ।
ଯାହା ଆମର ନୁହେଁ ତାହା କଦାପି ଆମକୁ ମିଳିବ ନାହିଁ ଯାହା ଆମକୁ ପାଇବାର ଅଛି କେହି ଆମ ଠୁଁ ଦୂରେଇ ପାରିବେ ନାହିଁ।