Spread the love

୩୦୦ରୁ ଅଧିକ ମହିଳାଙ୍କ ଇଜ୍ଜତ ଲୁଟ୍: ମୋବାଇଲ୍‌ରେ ଶହ ଶହ ମହିଳାଙ୍କ ନଗ୍ନ ଭିଡିଓ
୧୧ ବର୍ଷ ହେବ ଅନୁଗୁଳ ଛେଣ୍ଡିପଦାର ଲମ୍ପଟ ବିରଞ୍ଚି ନାରାୟଣ ନାଥ ଦେଶରେ ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ମହିଳାଙ୍କ ଇଜ୍ଜତ ଲୁଟିଛି। ସ୍ବାମୀ ପରିତ୍ୟକ୍ତା, ବିଧବାଙ୍କୁ ବିବାହ ଓ ଚାକିରିର ଲୋଭ ଦେଖାଇ ଶାରୀରିକ ସମ୍ପର୍କ ରଖିଆସିଥିଲା ବିରଞ୍ଚି।
ସେ ନିଜକୁ ବିଶାଖାପାଟଣାରେ ରେଳବାଇ ଟିଟିଆଇ ପରିଚୟ ଦେଇଥିଲା। ସେ ନିଜ ମା’ ଓ ପତ୍ନୀଙ୍କୁ ହରାଇଥିବାରୁ ବାପାଙ୍କ ସହିତ ରହୁଥିବା କାହାଣୀ ଶୁଣାଇଥିଲା। ପୂର୍ବରୁ ସେ ରାଉରକେଲା ଏସ୍‌ବିଆଇ ଶାଖାର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା କହିଥିଲା। ୨୦୨୩ ଅକ୍ଟୋବର୍‌ ୭ରେ ପ୍ରଭାକର ପରିଚୟ ଦେଉଥିବା ବିରଞ୍ଚି କଟକର ମହିଳାଙ୍କ ଘରକୁ ଆସିଥିଲା ଏବଂ ବିବାହ ପାଇଁ ଇଚ୍ଛା ପ୍ରକାଶ କରିଥିଲା। ପୀଡ଼ିତା ମହିଳାଙ୍କ ପରିବାର ଏଥିପାଇଁ ସମୟ ମାଗିଥିଲେ। ବିରଞ୍ଚି ସେହି ମହିଳାଙ୍କୁ ବାରମ୍ବାର ଡାକିବା ସହିତ ବାହାଘରକୁ ନେଇ ଭାବପ୍ରବଣ ହୋଇଯାଇଥିଲା। ବିରଞ୍ଚି ତାଙ୍କ ସହିତ ଭିଡିଓ କଲରେ କଥା ହେଉଥିଲା। ନଗ୍ନ ହେବାକୁ କହି ବିରଞ୍ଚି ତାର ଭିଡିଓକୁ ରେକର୍ଡ କରିଦେଇଥିଲା। ମହିଳାଙ୍କୁ ଓଡ଼ିଶା ବାହାରକୁ ବୁଲାଇ ନେଇଥିଲା। ପୂର୍ବର ନଗ୍ନ ଭିଡିଓ ଦେଖାଇ ଓଡ଼ିଶା ବାହାରେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ବିରଞ୍ଚି। ୫ ମାସ କାଳ ମହିଳାଙ୍କ ସହିତ ରହି ଶାରୀରିକ ଶୋଷଣ ସହିତ ଆର୍ଥିକ ଶୋଷଣ କରିଆସୁଥିଲା। ମହିଳାଙ୍କୁ ବି ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲା। ସେହି ମହିଳାଙ୍କୁ ବ୍ଲାକମେଲ୍ କରି ୫ ଲକ୍ଷ ନଗଦ ଟଙ୍କା ଓ ୩୨ ଗ୍ରାମ ସୁନା ଅଳଙ୍କାର ଲୁଟିନେଇଥିଲା। ଏହି ମହିଳାଜଣକ ଶେଷରେ ଚଳିତ ସେପ୍ଟେମ୍ବର ୧୨ ତାରିଖରେ ବିରଞ୍ଚି ବିରୋଧରେ କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। 

ଏହି ତଦନ୍ତ ସମୟରେ କ୍ରାଇମ୍‌ବ୍ରାଞ୍ଚ ବିରଞ୍ଚି ବିରୋଧରେ ପ୍ରମାଣ ପାଇବା ପରେ ତାକୁ ଗିରଫ କରିଥିଲା। ତା’ ବିରୋଧରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା, ଅନୁଗୁଳ ଟାଉନ୍ ଥାନା ଓ ଝାରପଡ଼ା ଥାନାରେ ଦୁଇଟି ମାମଲା, ବାଲେଶ୍ବର ସଦର ଥାନା, ରାଉରକେଲା ଛେଣ୍ଡ୍‌ ଥାନା, ଢେଙ୍କାନାଳ ଟାଉନ୍‌ ଥାନା, ଭୁବନେଶ୍ବର କମିସନରେଟ୍ ପୁଲିସରେ ନୟାପଲ୍ଲୀ ଓ ବାଲିପାଟଣା ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି। ସେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହରିୟାନା, ଦିଲ୍ଲୀ ମଧ୍ୟ ସମାନ ଧରଣର କାଣ୍ଡ ଘଟାଇଥିଲା। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ତା’ ବିରୋଧରେ ୧୦ଟି ମାମଲା ଆସିଛି.

Leave a Reply

Your email address will not be published. Required fields are marked *