Spread the love

ବିଜେଡ଼ି ରୁ ଇସ୍ତଫା ଦେଲେ ୭ ସମିତି ସଭ୍ୟ ସଭ୍ୟା।

ମାଲକାନଗିରି : 2/11 ଦୀର୍ଘ ଅଢେଇ ବର୍ଷ ହେଲା କୋରୁକୋଣ୍ଡା ବ୍ଲକ ର ନିର୍ବାଚିତ ୧୨ଗୋଟି ପଞ୍ଚାୟତ ର ସମିତି ସଭ୍ୟ ସଭ୍ୟା ଙ୍କୁ ପଞ୍ଚାୟତଗୁଡ଼ିକର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ତଥା ବିଭିନ୍ନ ସମସ୍ୟା ର ସମାଧାନ କୁ ନେଇ ସମସ୍ତ ସରକାରୀ ଓ ରାଜନୈତିକ ସହାୟତା ଲୋଡ଼ି ଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଓ ପ୍ରତ୍ୟେକ କ୍ଷେତ୍ରରେ ଅପମାନିତ,ନିନ୍ଦିତ ଓ ଅଣଦେଖା କରାଯାଉଥିବା ନେଇ ବିଜେଡ଼ି ଦଳରୁ ଇସ୍ତଫା ଦେଇଛନ୍ତି ୭ ସମିତି ସଭ୍ୟ ସଭ୍ୟା। ସମିତି ସଭ୍ୟସଭ୍ୟା ଙ୍କ କହିବା ଅନୁଯାୟୀ କୋରୁକୋଣ୍ଡା ବ୍ଲକ୍ ର କିଛି ମଷ୍ଟିମେୟ ଲୋକଙ୍କ ଯୋଗୁଁ କୋରୁକୋଣ୍ଡା ବ୍ଲକ୍ ର ୧୨ ଗୋଟି ପଞ୍ଚାୟତର ଉନ୍ନତି ହୋଇପାରୁନାହିଁ। ଗଣତନ୍ତ୍ର ଶାସନକୁ ସେମାନେ ବ୍ୟବସାୟରେ ପରିଣତ କରିଅଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି। କାର୍ଯ୍ଯ ଖସଡ଼ା ହେଉ ଉନ୍ନତମୂଳକ କାର୍ଯ୍ୟ ଖସଡ଼ା ହେଉ କି ସମିତି ସଭ୍ୟସଭ୍ୟା ଦେଇଥିବା ପ୍ରସ୍ତାବକୁ ସବୁ ବେଳେ ଅଣଦେଖା କରି ସରକାର ଙ୍କ ନିୟମକୁ ଅମାନ୍ୟ କରିବା ସହିତ ନିଜ ଇଚ୍ଛାରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ଓ ଉନ୍ନୟନମୂଳକ କାର୍ଯ୍ୟ ନିଜସ୍ଵ ଇଚ୍ଛାରେ ବଣ୍ଟନ କରନ୍ତି ବୋଲି ଦଳୀୟ କର୍ମୀ ସତ୍ୟ ପାଣିଗ୍ରାହୀ ଓ ଜିତୁ ବୁରୁଡିଙ୍କ ଏ ଭଳି କାର୍ଯ୍ୟ କଳାପ କୁ ସେମାନେ ବିରୋଧ କରିବାକୁ ନେଇ ପ୍ରକାଶ କରିଛନ୍ତି। ଏହି ସବୁକୁ ଆଧାର କରି ଗତ ୨୩ ଅକ୍ଟୋବର ଦିନ ବ୍ଲକ୍ ଅଧକ୍ଷ ଜିତୁ ବୁରୁଡିଙ୍କ ନା ରେ ଅନସ୍ତା ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏଥିରେ ସଫଳ ନହେବାରୁ ସମସ୍ତ ସଭ୍ୟସଭ୍ୟା ସତ୍ୟ ପାଣିଗ୍ରାହୀ ଓ ଜିତୁ ବୁରୁଡିଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଟ ହୋଇ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମିତି ସଭ୍ୟସଭ୍ୟା ଙ୍କ କହିବା ଅନୁସାରେ ଆମେ ଦଳକୁ ନିନ୍ଦା କରୁନାହୁ କିନ୍ତୁ ଏହି ୨ଜଣଙ୍କ ପାଇଁ ଆମେ ଦଳ ଛାଡ଼ିବାକୁ ବାଧ୍ୟ ହେଲୁ ଏବଂ କୋରୁକୋଣ୍ଡା ବ୍ଲକ୍ ରେ ଏହି ଦୁଇ ଜଣ ଦଳର ବିପର୍ଯ୍ୟୟ ର କରଣ ବୋଲି ଦର୍ଶାଇଛନ୍ତି। ଇସ୍ତଫା ଦେଇଥିବା ସମିତି ସଭ୍ୟସଭ୍ୟା ହେଲେ, କୋରୁକୋଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମାନସିକ ପଡିଆମି, କାମୱାଡ଼ା ପଞ୍ଚାୟତ ସମିତି ସଭ୍ୟା ରିନା ମାଡକାମି, ମାରିୱାଡ଼ା ପଞ୍ଚାୟତ ର ଇର୍ମା ମାଢ଼ି, ନିଳାକାମ୍ବେରୁ ପଞ୍ଚାୟତ ର ପଦିଆ ସୋଢି, ପୁରୁଣା ଚିମଟାପାଲୀ ପଞ୍ଚାୟତ ର ମଦନା ପାମୀଆ, ତାର୍ଲାକୋଟା ପଞ୍ଚାୟତର ପର୍ଶୁରାମ ଖେମୁଣ୍ଡୁ, ସୋମନାଥପୁର ପଞ୍ଚାୟତ ର ଲୋଇଚନ ଶିସା ପ୍ରମୁଖ ଇସ୍ତଫା ଦେବା ସହିତ ଇସ୍ତଫା ପାତ୍ର ର ନକଲ ରାଜ୍ୟ ବିଜେଡ଼ି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ପାଖକୁ ପଠାଇଛନ୍ତି ବୋଲି କହିଛନ୍ତି। ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ଯେ ବିଜେଡ଼ି କିଭଳି ଭାବରେ ବିଜେଡ଼ି ସଂଗଠନ କୁ ସୁଦୃଢ କରିବା ପାଇଁ କିଭଳି ପଦକ୍ଷେପ ନେଉଛି।ଏନେଇ କୋରୁକୋଣ୍ଡା ଅଧକ୍ଷ ଜିତୁ ବୁରୁଡ଼ି ଙ୍କୁ ପଚାରିବାରୁ କହିଥିଲେ ଯେ ଏଭଳି ଅଭିଯୋଗ ଭିତ୍ତିହୀନ, କିଛି ଅଣସାଂଗଠନିକ ଲୋକ ମୋ ଉପରେ ଏଭଳି ଅଭିଯୋଗ କରୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *