ମିନାକ୍ଷୀ ଆମ୍ମାନ ମନ୍ଦିର
ମଦୁରାଇ, ତାମିଲନାଡୁ
ଏହି ମନ୍ଦିର ଓ ମଦୁରାଇ ସହର ର ବର୍ଣ୍ଣନା କୌଟିଲ୍ୟ ଙ୍କ ଅର୍ଥଶାସ୍ତ୍ର ଖ୍ରୀ ପୂ 370 ରୁ 283 ମଧ୍ୟରେ ଓ ଗ୍ରୀକ ପରିବ୍ରାଜକ ମେଘାସ୍ଥିନିସ ଙ୍କ ଇଣ୍ଡିକା ରେ ଖ୍ରୀ ପୂ 350 ରୁ 290 ମଧ୍ୟରେ ଦେଖିବାକୁ ମିଳେ l
ସ୍ଥାପତ୍ୟ ଓ କାରୁକାର୍ଯ୍ୟ ଦୃଷ୍ଟିରୁ ଏହା ଶୀର୍ଷ ସ୍ଥାନୀୟ l ମନ୍ଦିର ଟି ମିନାକ୍ଷୀ ପାର୍ବତୀ ଓ ସୁନ୍ଦରେଶ୍ୱର ଶିଵ ଙ୍କ ନିମନ୍ତେ ଉତ୍ସର୍ଗୀକୃତ l ଏହାର ଚାରି ଦିଗରେ ଚାରିଟି ସୁଉଚ୍ଚ ଗୋପୁର ଗମ୍ବୁଜ ମନ୍ଦିର ରହିଛି l
161 ଫୁଟ ଉଚ୍ଚ 9 ମହଲା ପୂର୍ବ ଗମ୍ବୁଜ ମନ୍ଦିର ଗୋପୁର ଖ୍ରୀ 1216 ରୁ 1238 ମଧ୍ୟରେ ରାଜା ସୁନ୍ଦର ପାଣ୍ଡ୍ୟା ନିର୍ମାଣ କରାଇଥିଲେ l
163 ଫୁଟ ଉଚ୍ଚ 9 ମହଲା ପଶ୍ଚିମ ଗୋପୁର ଗମ୍ବୁଜ ମନ୍ଦିର କୁ ପରାକ୍ରମ ପାଣ୍ଡ୍ୟା ଖ୍ରୀ 1315 ରୁ 1347 ମଧ୍ୟରେ ନିର୍ମାଣ କରିଥିଲେ l
170 ଫୁଟ ଉଚ୍ଚ 9 ମହଲା ଦକ୍ଷିଣ ଗୋପୁର ଗମ୍ବୁଜ ମନ୍ଦିର ଟିକୁ ସିରାମଳାଇ ମୂର୍ତ୍ତି ଚେତ୍ତି ଖ୍ରୀ 1559 ରେ ନିର୍ମାଣ କରାଇଥିଲେ l
160 ଫୁଟ ଉଚ୍ଚ 9 ମହଲା ଉତ୍ତର ଗୋପୁର ଗମ୍ବୁଜ ମନ୍ଦିର ଟି ଖ୍ରୀ 1878 ରେ କ୍ରିଷ୍ଣା ବିରପ୍ପା ନାଇକାର ନିର୍ମାଣ କରାଇଥିଲେ l
ଏହି ମନ୍ଦିର ପରିସରରେ ମୋଟ 12 ଟି ସୁଉଚ୍ଚ କାରୁକାର୍ଯ୍ୟ ପୂର୍ଣ୍ଣ ଗୋପୁର ରହିଛି l
ଭାରତୀୟ ମନ୍ଦିର ସ୍ଥାପତ୍ୟ ର ଅନ୍ୟତମ ସର୍ବଶ୍ରେଷ୍ଠ ନମୁନା ହିସାବରେ ଏହା ପରିଗଣିତ ହୋଇଥାଏ l
ଜୟ ଶ୍ରୀ ମିନାକ୍ଷୀ ସୁନ୍ଦରେଶ୍ୱର ଠାକୁର l
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l
ଓଁ ନମୋ ଭଗବତେ ବାସୁଦେବାୟ l