ମନୁଷ୍ୟର ପରମାୟୁ ସାଧାରଣତଃ ଶହେ ବର୍ଷ । ଯେ ନିଜ ଇନ୍ଦ୍ରିୟମାନଙ୍କୁ ବଶରେ ରଖି ନ ଥାଏ, ତାର ଅଧା ଆୟୁ ତ ବୃଥାରେ କଟିଯାଏ । କାରଣ ରାତିରେ ସେ ଘୋର ତମୋଗୁଣରେ ବା ଅଜ୍ଞାନରେ ଗ୍ରସ୍ତ ହୋଇ ଶୋଇପଡେ । ତା’ଛଡ଼ା ବାଲ୍ୟାବସ୍ଥାରେ ତ ହିତ କଣ ଅହିତ କଣ, ସେ ବିଷୟରେ ମନୁଷ୍ୟର ଆଦୌ ଜ୍ଞାନ ନ ଥାଏ । ଟିକିଏ ବଡ଼ ହେଲାପରେ କୁମାର ଅବସ୍ଥାରେ ସେ ଖେଳକୁଦରେ ମାତିଯାଏ । ଏପରି ଭାବରେ ଜୀବନର ପ୍ରଥମ କୋଡ଼ିଏ ବର୍ଷ କେତେବେଳେ ଯେ ବିତିଯାଏ ଜଣାପଡେ ନାହିଁ । ଶରୀରକୁ ବାର୍ଦ୍ଧକ୍ୟ ଗ୍ରାସ କରିଗଲେ ଜୀବନର ଶେଷ କୋଡ଼ିଏ ବର୍ଷରେ ବି କିଛି କରିବା – ଧରିବାର ଶକ୍ତି ରହେ ନାହିଁ । ଏପରି ଭାବରେ ମଝିରେ ରହିଯାଏ ମାତ୍ର ଅଳ୍ପ କେତୋଟି ବର୍ଷ । ସେହି କେତୋଟି ବର୍ଷକୁ ବି ମାଡ଼ିବସେ କଦାପି ପୂର୍ଣ୍ଣ ହେଉ ନ ଥିବା ବଡ଼ ବଡ଼ କାମନା, ବଳତ୍କାରରେ ଭିଡ଼ି ଧରିଥିବା ଅତୁଟ ମୋହ ଏବଂ ଘରସଂସାର ସମ୍ବନ୍ଧୀୟ ପ୍ରବଳ ଆସକ୍ତି । ସେହି ଆସକ୍ତିରେ ଜୀବ ଏତେ ମଗ୍ନ ହୋଇଯାଏ ଯେ, ତାର ଆଉ କର୍ତ୍ତବ୍ୟାକର୍ତ୍ତବ୍ୟ ଜ୍ଞାନ ରହେ ନାହିଁ । ଏପରି ଭାବରେ ଯାହା କିଛି ଆୟୁ ରହିଥାଏ, ତାହା ବି ହାତଛଡ଼ା ହୋଇଯାଏ ।ସେଥିପାଇଁ ତ କୁହାଯାଏ।
ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ । କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ।
ଜୟ ଜଗନ୍ନାଥ 🙏