ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଛନ୍ତି:- ମନୁଷ୍ୟ ଯେତେବେଳେ ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ରହି ସେଥିରେ ବିଚ୍ୟୁତ ନ ହୋଇ ଧର୍ମ ପାଳନ କଲେ ସେହି ସନ୍ତୋଷ ହିଁ ତାଙ୍କର ସକଳ କାମନା ପୂରଣ କରି ଦିଏ। ଯଦି ଇନ୍ଦ୍ର ପଦ ପାଇ ମଧ୍ୟ ସନ୍ତୁଷ୍ଟ ହୋଇ ପାରିଲା ନାହିଁ , ତେବେ ସୁଖ ପାଇବା ପାଇଁ ତାକୁ ଏ ଲୋକ ରୁ ସେ ଲୋକ ବାରମ୍ବାର ବୁଲିବାକୁ ପଡିବ ;କିନ୍ତୁ ସେ କୈାଣସି ଠାରେ ହିଁ ଶାନ୍ତି ରେ ରହି ପାରିବ ନାହିଁ। ଯାହା ପାଖରେ କିଛି ବି ସଂଗ୍ରହ – ପରିଗ୍ରହ ନାହିଁ ଏବଂ ଯିଏ ସକଳ ଅବସ୍ଥା ରେ ସନ୍ତୁଷ୍ଟ ରୁହନ୍ତି, ତାଙ୍କୁ କୈାଣସି ସନ୍ତାପ ଲାଗେ ନାହିଁ;ସେ ସୁଖ ନିଦ୍ରାରେ ଶୋଇ ପାରନ୍ତି । ସ୍ବତଃ ଯାହା ମିଳିଗଲା,ଯେ ସେଥିରେ ସନ୍ତୁଷ୍ଟ ହୋଇ ରୁହନ୍ତି; ଯାହାଙ୍କର ସ୍ବଭାବ ମଧୁର ଏବଂ ଯିଏ ସକଳ ପ୍ରାଣୀଙ୍କର ହିତୈଷୀ ନିରହଙ୍କାର ଓ ଶାନ୍ତ, ସେପରି ଭକ୍ତଙ୍କୁ ମୁଁ ସର୍ବଦା ନତମସ୍ତକ ହୋଇ ନମସ୍କାର କରେ।
“ମନୁଷ୍ୟ ଏକା ଜନ୍ମ ହୁଏ ତଥା ତାର ମୃତ୍ୟୁ ମଧ୍ଯ ଏକା ହୋଇଥାଏ।ତେଣୁ ସଂସାର ମଧ୍ଯରେ ନିଜର ଜୀବନକୁ ସତସଙ୍ଗତି ଏବଂ ପ୍ରଭୁ ପ୍ରେମରେ ନିମଜ୍ଜିତ କରି ସୁଖ ଦୁଃଖ କୁ ଗ୍ରହଣ କରି ଜୀବନ ଅତିବାହିତ କରିବା ଉଚିତ !!”
“ଗୁରୁଙ୍କର କେବେ ଆକଟ ଭରା କଠୋର ଅନୁଶାସନ ତ କେବେ ଉତ୍ସାହ ପ୍ରଦ ପ୍ରେରଣା ହିଁ ଜଣେ ସାଧାରଣ ମଣିଷକୁ ଅସାଧାରଣ କରିଦେଇଥାଏ !!”
“ନିଜ ଉପରେ ଆଉ ନିଜର ଦକ୍ଷତା ଉପରେ ବିଶ୍ବାସ ରଖନ୍ତୁ ,କାହିଁକିନା ଆପଣ ଯାହା ସ୍ବପ୍ନ ଦେଖୁଛନ୍ତି ଏବଂ ଯେଉଁ ଲକ୍ଷ ପାଇଁ ଆଶା ରଖିଛନ୍ତି।ସେଥିପାଇଁ କେବଳ ଆପଣ ନିଜେ ହିଁ ଯୋଗ୍ୟ ବ୍ୟକ୍ତି ଅଟନ୍ତି !!”
“ମନେରଖନ୍ତୁ ମଣିଷର ସବୁଠାରୁ ବଡ ଶତ୍ରୁ ହେଉଛି ତାର କ୍ରୋଧ , ଯେପରି ଅଗ୍ନି କାଠରୁ ଜାତ ହୋଇ ସେହି କାଠକୁ ହିଁ ଜାଳି ଦେଇଥାଏ ଠିକ୍ ସେହିପରି କ୍ରୋଧ ଆମ ଶରୀରରେ ରହି ଶରୀରକୁ ନଷ୍ଟ କରିଦିଏ !!”