Spread the love

କବିତା——ରଜ ସଂକ୍ରାନ୍ତି /
ରଜ ମଉଜ/

ମଠ ଓ ମନ୍ଦିର ଓଡିଶା ରାଇଜେ
ଗ୍ରାମେ ଗ୍ରାମେ ସୁଶୋଭିତ ,
ଜନ ମନେ ଭକ୍ତି ଜଗାନ୍ତି ଏମାନେ
ପର୍ବ ପର୍ବାଣି ପାଳିତ । (1)
ଜୁନ୍ ମାସ ମଧ୍ଯ ଭାଗରେ ସର୍ବତ୍ର
ରଜ ସଂକ୍ରାନ୍ତି ପାଳିତ ,
ମିଥୁନ ସଂକ୍ରାନ୍ତି ଆମ ଅଞ୍ଚଳରେ
ରଜ ନାମରେ ନାମିତ । (2)
ମାତୃ ଜାତି ମାନ ବର୍ଦ୍ଧନ ପାଇଁକି
ଚାରିଦିନ ପାଇଁ ଏହା, ଝିଅ ବୋହୁ ମାନେ ଖେଳି ଖେଳି ଦୋଳି
ପାଆନ୍ତି ଆନନ୍ଦ-ରାହା । (3)
କଥାରେ ରହିଛି ,ବିଷ୍ଣୁ ପତ୍ନୀ ଲକ୍ଷ୍ମୀ
ଅବା ମାତା ବସୁମତୀ ,
ରଜଃସ୍ବାଳା ହେତୁ ଝିଅ ବୋହୁ ମାନେ
ରୀତିମତ ଛୁଟି ପା’ନ୍ତି । (4)
ବଟା କୁଟା କାମ ପହିଲି ରଜରେ
ସାରି ସଜାଇ ରଖନ୍ତି ,

ସଂକରାନ୍ତି ଦିନ ହଳଦି ଚନ୍ଦନ
ମାଖି ହୋଇ ଗାଧୁଅନ୍ତି । (5)
ଅଳତା କୁଙ୍କୁମ ମେହେନ୍ଦି ଲଗାଇ
ଘର ବାଡି ତୋଟାମାଳେ ,
ରଜ ଦୋଳି ବାନ୍ଧି ଝୁଲନ୍ତି ଖେଳନ୍ତି ଖରା ଆଉ ସନ୍ଧ୍ଯା ବେଳେ । (7)
ପୁଳି ପୋଡ ପିଠା ସକାଳେ ପ୍ରସ୍ତୁତ
କରି ଖାଆନ୍ତି ଖୁଆନ୍ତି ,
ଏହି ପରମ୍ପରା ବଳରେ ବନ୍ଧୁତା
ନିବିଡ କରାଇଥାନ୍ତି । ( 8 )
ଏପ୍ରକାର ପିଠା ଦେହ ପାଇଁ ହିତ
ନଥାଇ ରାଗ ମସଲା ,
ସତେ ଏ ସମୟେ ଏପରି ପିଠାକୁ
ପରମ୍ପରା-ଦାନ ଭଲା । ( 9 )
ତୃତୀୟ ଚତୁର୍ଥ ଦିବସେ ଏପରି
ହୋଇଥାଏ ପୁଚି ଖେଳ ,
ଦୂର କରିଥାଏ ପରିବାର ମଧ୍ଯୁ
ଛୋଟିଆ ମତ ଅମେଳ । (10)
ଝିଅ ବୋହୁମାନେ ଗାଇଥାନ୍ତି ଗୀତ
ବନସ୍ତେ ଡାକିଲା ଗଜ ,
ଆସହେ ବଉଳ ଆସହେ ସଙ୍ଗାତ
ଝୁଲିବା ସଜେଇ ରଜ । (11)
ନାରୀ ରଜଃସ୍ବାଳା ହେବାଟା ସୂଚାଏ
ଗର୍ଭାଧାନ ଶକ୍ତିମତୀ ,
ସେପରି ଏ ପର୍ବୁ ମାଟି ମାଆ ଆମ ଉର୍ବରା ହେବା କଳ୍ପନ୍ତି । ( 12 )
ସଂକ୍ରାନ୍ତି ପରର ପଞ୍ଚମ ଦିବସେ
ମଗୁଶିର ଗୁରୁବାର ,
ପୂଜା ପରି କରା-ଯାଇଥାଏ ନୀତି ବସୁମତୀ ସ୍ନାନ ପର । ( 13 )
ବିଧି ଅନୁସାରେ ରଜ ପର୍ବ ବେଳେ
ସାତ୍ତ୍ବିକ ଖାଏ କୃଷକ,
ପରିବାର ମାନେ ନୀତି ଅସଙ୍ଗତ
ରାଜସିକ ତାମସିକ। ( 14 )
ମାନେ=ସମ୍ମାନ ଦିଏ
————————ସମାପ୍ତ ।
ପାରଦ କୁମାର ପାଢୀ,ଅବସରପ୍ରାପ୍ର ଶିକ୍ଷକ, ହିଞ୍ଜିଳିକାଟୁ ,
ଜି: ଘଞ୍ଜାମ । ଫୋନ୍ . ନମ୍ବର -7873322424 ।

Related Post

Leave a Reply

Your email address will not be published. Required fields are marked *