Spread the love

ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨ମାସ ବନ୍ଦ ରହିବ ମନ୍ତ୍ରୀଙ୍କ ଦରମା । ଜାଣନ୍ତୁ କାରଣ

ରାଜ୍ୟର ଆର୍ଥିକ ସଂକଟକୁ ଦୃଷ୍ଟିରେ ରଖି ଆଗାମୀ ଦୁଇ ମାସ ଯାଏଁ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ମାନଙ୍କ ବେତନ ବନ୍ଦ କରାଯିବାର ନିଷ୍ପତ୍ତି ନେଇଛନ୍ତି ହିମାଚଳ ପ୍ରଦେଶ ସରକାର । କେବଳ ମନ୍ତ୍ରୀ ନୁହେଁ ସରକାରଙ୍କ ମୁଖ୍ୟ ସଂସଦୀୟ ସଚିବ ମାନଙ୍କ ଦରମା ମଧ୍ୟ କାଟ କରାଯିବ । ରା୍ଜ୍ୟର ବିତ୍ତିୟ ବ୍ୟବସ୍ଥା ଭୁଷୁଡ଼ିବା ଅବସ୍ଥାକୁ ଆସିବାପରେ ରାଜ୍ୟର ସରକାର ଏପରି କରିବାକୁ ବାଧ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଜଣାଇଛନ୍ତି ।

୨୦୨୨ ଜୁନ୍ ପରଠାରୁ ରାଜ୍ୟ ଜିଏସଟିର ଆଦାୟ କମ ହୋଇଥିବାରୁ ଚଳିତ ବର୍ଷ ରାଜ୍ୟର ଲାଭାଂଶ ଖୁବ୍ କମି ଯାଇଛି । ଏହି କାରଣରୁ ରାଜ୍ୟ ରାଜସ୍ୱ ବିଭାଗକୁ ୨୫୦୦ ରୁ ୩୦୦୦ କୋଟି ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡିଛି । ପୁରାତନ ପେନସନ ଯୋଜନାକୁ ପୁନଃ ଲାଗୁ କରାଯିବା ହେତୁ ରାଜ୍ୟର ରା୍ଜକୋଷରେ ଆହୁରି ୨୦୦୦ କୋଟିର ଅଭାବ ଦେଖା ଦେଇଛି ।

ଚଳିତ ଆର୍ଥିକ ସଂକଟ ମଧ୍ୟରେ କେନ୍ଦ୍ର ସରକାର ତରଫରୁ ମଧ୍ୟ କୌଣସି ପ୍ରକାର ସହାୟତା ରାଶି ପ୍ରାପ୍ତ ହୋଇ ନଥିବାରୁ ଆଗମୀ ବର୍ଷରେ ମଧ୍ୟ କ୍ଷତି ହେବାର ଆଶଂକା ଦେଖା ଦେଇଛି । ବର୍ତ୍ତମାନ ରାଜ୍ୟର ପରିସ୍ଥିତିକୁ ଅନୁଧ୍ୟାନ କଲେ ସବୁ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟକୁ ପାଖାପାଖି ୯ହଜାର୪୨ କୋଟିର ଆବଶ୍ୟକତା ରହିଥିବାର ଆକଳନ କରାଯାଇଛି । କେନ୍ଦ୍ରରୁ ଅନୁଦାନ ମିଳିଲେ ସମସ୍ୟାର ସମାଧାନ ହୋଇ ପାରିବ କିନ୍ତୁ ଏଯାଏଁ କୌଣସି ସହାୟତା ହସ୍ତଗତ ନହୋଇଥିବାରୁ ରାଜ୍ୟ ଜରୁରୀ କାଳୀନ ପରିସ୍ଥିତିରେ ଏପରିି ବେତନ ବନ୍ଦର ନିସ୍ପତି ନେଇଛି ।

Leave a Reply

Your email address will not be published. Required fields are marked *