Spread the love

ଭୁବନେଶ୍ୱର: ଗଞ୍ଜାମର କୁକୁଡାଖଣ୍ଡି ପଞ୍ଚାୟତ ସମିତିର ଗତ ଚାରି ମାସ ହେବ ଅଧ୍ୟକ୍ଷ ପଦ ଖାଲି ପଡିଥିଲା ବେଳେ, ଆଜି କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ସଭ୍ୟମାନେ ଓ ବିଜୁ ଜନତା ଦଳର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏହି ପଦ ପାଇଁ ତୁରନ୍ତ ନିର୍ବାଚନ କରିବା ପାଇଁ ଦାବି ଜଣାଇଛନ୍ତି। ବିଜୁ ଜନତା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ ସାହୁ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିବା ବେଳେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସରକାରୀ ଦଳର ଏହି ପଦବୀ ପାଇଁ ବିଜୟ ସମ୍ଭାବନା ନଥିବାରୁ, ନିର୍ବାଚନ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।

ଡଃ ସାହୁ କହିଥିଲେ, ଗତ ସାଧାରଣ ନିର୍ବାଚନ ପରେ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦେହାନ୍ତ ହୋଇଥିଲା। ଅଧ୍ୟକ୍ଷଙ୍କ ଦେହାନ୍ତ ପରେ ସେହି ପଦ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେବା କଥା, କିନ୍ତୁ ନିର୍ବାଚନ ପାଇଁ କୌଣସି ତତ୍ପରତା ଦେଖାଯାଇ ନଥିଲା। ସେଠାକାର ପଞ୍ଚାୟତ ସମିତିସଭ୍ୟମାନେ ନିର୍ବାଚନ କରିବା ପାଇଁ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ମାମଲାର ଶୁଣାଣି କରିବା ପରେ, ଉଚ୍ଚ ନ୍ୟାୟାଳୟ ତୁରନ୍ତ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶକୁ ଇତିମଧ୍ୟରେ ଚାଳିଶ ଦିନ ବିତିଯାଇଥିଲେ ମଧ୍ୟ ନିର୍ବାଚନ କରାଯାଇନାହିଁ। ଦୁଇ ଦୁଇ ଥର ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ନିର୍ବାଚନ ଅଧିକାରୀ ନଆସିବାରୁ ନିର୍ବାଚନ ହୋଇପାରି ନାହିଁ.

Leave a Reply

Your email address will not be published. Required fields are marked *