Spread the love

ପୂର୍ବ ଅଧ୍ୟାୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ ଭୌତିକ ପ୍ରକୃତିର ତ୍ରିଗୁଣକୁ ଅତିକ୍ରମ କଲେ, ବ୍ୟକ୍ତି ଦିବ୍ୟ ଲକ୍ଷ୍ୟପ୍ରାପ୍ତି କରିଥାଏ । ସେ ଏହା ମଧ୍ୟ ପ୍ରକାଶ କଲେ ଯେ ଗୁଣାତୀତ ହେବାର ସର୍ବୋତ୍ତମ ମାର୍ଗ ହେଉଛି ଭଗବାନଙ୍କ ଅନନ୍ୟ ଭକ୍ତି । ଏହିପରି ଭକ୍ତି କରିବା ପାଇଁ ଆମକୁ ସଂସାରରୁ ମନକୁ ହଟାଇ ତାହାକୁ ଭଗବାନଙ୍କ ଠାରେ ଲଗାଇବାକୁ ପଡ଼ିବ । ତେଣୁ ସଂସାରର ସ୍ୱରୂପ ସମ୍ବନ୍ଧରେ ଜାଣିବା ଆବଶ୍ୟକ ଅଟେ । ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ସଂସାରର ଚିତ୍ରାତ୍ମକ ବର୍ଣ୍ଣନା କରୁଛନ୍ତି, ଯାହା ଅର୍ଜୁନଙ୍କୁ ଏଥିରୁ ନିବୃତ୍ତ ହେବା ପାଇଁ ସାହାଯ୍ୟ କରିବ । ସେ ଭୌତିକ ସଂସାରକୁ ଏକ ଓଲଟା ବା ଅଗ୍ରଭାଗ ନିମ୍ନକୁ ଥିବା ଏକ ଅଶ୍ୱତ୍‌ଥ ବୃକ୍ଷ ସହିତ ତୁଳନା କରିଛନ୍ତି ।

ଦେହଧାରୀ ଆତ୍ମା ବୃକ୍ଷର ଶାଖା ପ୍ରଶାଖାରେ ଉପରତଳ ହୋଇ ଇତସ୍ତତଃ ଭାବରେ ଜନ୍ମ ପରେ ଜନ୍ମ ଘୂରି ବୁଲୁଛି । ତଥାପି, ତା’ର ଉତ୍ପତ୍ତି କେଉଁଠାରୁ ହୋଇଛି, କେବେଠାରୁ ସେ ଅଛି ଏବଂ ତା’ର ବୃଦ୍ଧି କିପରି ହେଉଛି, ତାହା ସେ ବୁଝିପାରୁନାହିଁ । ବୃକ୍ଷର ମୂଳ ଉପରକୁ ରହିଛି, କାରଣ ଏହାର ସ୍ରୋତ ଭଗବାନ ଅଟନ୍ତି । ବେଦ ବର୍ଣ୍ଣିତ ଫଳଦାୟୀ କର୍ମ ଏହାର ପତ୍ର ସଦୃଶ । ବୃକ୍ଷଟି ମାୟାର ତିନିଗୁଣ ଦ୍ୱାରା ଜଳସେଚିତ ହେଉଅଛି । ଗୁଣଗୁଡ଼ିକ ଇନ୍ଦ୍ରିୟଭୋଗ ବସ୍ତୁ ସୃଷ୍ଟି କରନ୍ତି, ଯାହା ବୃକ୍ଷର କଢ଼ ପରି ଅଟନ୍ତି । ଏଗୁଡ଼ିକ ଅଙ୍କୁରିତ ହୋଇ ବାୟବୀୟ ମୂଳ ସୃଷ୍ଟି କରନ୍ତି, ଯାହା ବୃକ୍ଷକୁ ଅଧିକ ବୃଦ୍ଧି ଲାଭ କରିବାର ବିପଦ ସୃଷ୍ଟି କରିଥାଏ । ଏହି ଅଧ୍ୟାୟରେ, ଏହି ପ୍ରତୀକବାଦର ବିସ୍ତୃତ ବର୍ଣ୍ଣନା ମାଧ୍ୟମରେ ଏହି ଧାରଣାକୁ ସ୍ପଷ୍ଟ କରାଯାଇଛି, କିପରି ଦେହଧାରୀ ଆତ୍ମା ଏହି ବୃକ୍ଷରୂପୀ ମାୟିକ ଜଗତର ଗୁଣ ନ ଜାଣି କଷ୍ଟଭୋଗ କରିବା ସହିତ ତା’ର ବନ୍ଧନକୁ ଦୃଢ଼ କରିବାରେ ଲାଗିଛି । ଶ୍ରୀକୃଷ୍ଣ କହୁଛନ୍ତି, ବିରକ୍ତି ରୂପୀ କୁଠାରର ବ୍ୟବହାର କରି ଏହି ବୃକ୍ଷକୁ କାଟିବା ଉଚିତ୍ । ତାପରେ ଆମେ ବୃକ୍ଷର ମୂଳ ଖୋଜିବା ଆବଶ୍ୟକ, ଯାହା ସ୍ୱୟଂ ଭଗବାନ ଅଟନ୍ତି । ମୂଳକୁ ଠାବ କରି, ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇ ଥିବା ଉପାୟରେ ଆମେ ତାଙ୍କର ଶରଣାଗତ ହେବା ଉଚିତ । ତଦ୍ୱାରା ଆମେ ଭଗବାନଙ୍କର ଦିବ୍ୟଲୋକ ପ୍ରାପ୍ତ କରିବା, ଯେଉଁଠାରୁ ପୁନର୍ବାର ଆମେ ଏହି ଭୌତିକ ଜଗତକୁ ଫେରି ଆସିବା ନାହିଁ ।

ତା’ପରେ ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି, କିପରି ସଂସାରରେ ସ୍ଥିତ ଆତ୍ମା, ତାଙ୍କର ନିତ୍ୟ କ୍ଷୁଦ୍ର ଅଂଶ ହୋଇଥିବାରୁ, ଦିବ୍ୟ ଅଟନ୍ତି । କିନ୍ତୁ ମାୟାର କବଳିତ ହୋଇ, ସେମାନେ ମନ ଏବଂ ପାଞ୍ଚ ଇନ୍ଦ୍ରିୟଙ୍କ ସହିତ ସଂଘର୍ଷ କରୁଛନ୍ତି । ସେ ବର୍ଣ୍ଣନା କରୁଛନ୍ତି, କିପରି ଦେହଧାରୀ ଜୀବ ଦିବ୍ୟ ହୋଇ ମଧ୍ୟ ଇନ୍ଦ୍ରିୟ ବିଷୟର ରସାସ୍ୱାଦନ କରେ । ମୃତ୍ୟୁ ସମୟରେ, ଆତ୍ମାର କିପରି ଏହି ଜନ୍ମର ମନ ଓ ଇନ୍ଦ୍ରିୟ ସହିତ ଅନ୍ୟ ଏକ ଶରୀରକୁ ଦେହାନ୍ତରଣ ହୁଏ, ସେ ଏଠାରେ ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି । ଅଜ୍ଞାନୀ ବ୍ୟକ୍ତି ଆତ୍ମାର ଉପସ୍ଥିତିକୁ, ତାହା ଶରୀରରେ ଥିବା ସମୟରେ କିମ୍ବା ଶରୀର ତ୍ୟାଗ କରିବା ସମୟରେ, ଅନୁଭବ କରିପାରେ ନାହିଁ । କିନ୍ତୁ ଯୋଗୀମାନେ ତାଙ୍କର ଜ୍ଞାନଚକ୍ଷୁ ଏବଂ ଶୁଦ୍ଧ ମନରେ ତାହାର ଅନୁଭବ କରିପାରନ୍ତି । ସେହିପରି ଭଗବାନ ମଧ୍ୟ ତାଙ୍କ ସୃଷ୍ଟିରେ ରହିଛନ୍ତି, କିନ୍ତୁ ଜ୍ଞାନଚକ୍ଷୁରେ ହିଁ ତାଙ୍କୁ ଅନୁଭବ କରାଯାଇ ପାରିବ ।

ଶ୍ରୀକୃଷ୍ଣ ଏଠାରେ ପ୍ରକାଶ କରୁଛନ୍ତି, ସଂସାରର ସର୍ବତ୍ର ଉଦ୍‌ଭାସିତ ଭଗବାନଙ୍କର ଐଶ୍ୱର୍ଯ୍ୟ ମାଧ୍ୟମରେ ତାଙ୍କର ଉପସ୍ଥିତିକୁ ଆମେ କିପରି ହୃଦୟଙ୍ଗମ କରିପାରିବା । ଅଧ୍ୟାୟଟି କ୍ଷର, ଅକ୍ଷର ଏବଂ ପୁରୁଷୋତ୍ତମ ଶବ୍ଦର ବ୍ୟାଖ୍ୟା ସହିତ ଶେଷ ହୋଇଛି । ସଂସାରର ନଶ୍ୱର ଜୀବସବୁ କ୍ଷର ଅଟନ୍ତି । ଭଗବାନଙ୍କ ଦିବ୍ୟ ଲୋକର ମୁକ୍ତ ଆତ୍ମା ସବୁ ଅକ୍ଷର ଅଟନ୍ତି । ପୁରୁଷୋତ୍ତମ ହେଉଛନ୍ତି ପରମ ପୁରୁଷ ଭଗବାନ, ଯିଏ କି ଏହି ସଂସାରର ଅପରିବର୍ତ୍ତନୀୟ ଶାସକ ଏବଂ ପାଳକ ଅଟନ୍ତି । ସେ ଉଭୟ ନଶ୍ୱର ଏବଂ ଅବିନଶ୍ୱରଙ୍କ ଅନୁଭୂତିର ସୀମାତୀତ ଅଟନ୍ତି । ସେ ଆମ ସମସ୍ତଙ୍କ ଦ୍ୱାରା ଉପାସିତ ହେବା ଉଚିତ୍।

 "ତୁମେମାନେ ସମସ୍ତେ ସାଧୁ ହୁଅ, ଭଗବାନ୍‌ ହୁଅ । ତେବେ ଭଗବାନ୍ ଭଗବାନ୍‌ଙ୍କ ମଧ୍ୟରେ ବିରୋଧ ହେବ ନାହିଁ । ସଇତାନ୍ ଓ ଭଗବାନଙ୍କ ମଧ୍ୟରେ ବିରୋଧ ଘଟିଥାଏ । ପୁଣି ବିରୋଧ ରହିଲେ ସାଂସାରିକତ୍ୱ ଆସିଯିବ । ପ୍ରେମ -ପ୍ରୀତି ବନ୍ଧନରେ ସମସ୍ତେ ଏକପ୍ରାଣ ହୋଇ ଠାକୁରଙ୍କ କର୍ମ କରିଯାଅ।"*

                                               

ମହତ କର୍ମର ମାର୍ଗ ଯଦି ହୁଏ
କୌଶଳ ବୁଦ୍ଧି ଚକ୍ରାନ୍ତ,
ସିଦ୍ଧି-ପ୍ରାପ୍ତ ଫଳ ହୋଇପାରେ ମିଷ୍ଟ
ସିଦ୍ଧି କିନ୍ତୁ ଅପବିତ୍ର ।

ମଣିଷ ସେତେବେଳେ ଖରାପ୍ ହେବାକୁ ବାଧ୍ୟ ହୋଇଥାଏ, ଯେତେବେଳେ ଲୋକେ ତାଙ୍କର ଭଲ ପଣିଆର ଲାଭ ଉଠେଇଥାନ୍ତି ।

ମନ କାହାର ଭାଙ୍ଗି ଦେଲେ ଚଳିବ ହେଲେ କେବେ କାହାର ବିଶ୍ୱାସ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ କାରଣ ମନ ଥରେ ଭାଙ୍ଗି ଗଲେ ପୁଣି ଯୋଡ଼ି ହୋଇଯିବ ହେଲେ ବିଶ୍ୱାସ ଥରେ ଭାଙ୍ଗି ଗଲେ ମରିବା ଯାଏଁ ଆଉ ଯୋଡ଼ି ହେବ ନାହିଁ ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କଳିଯୁଗରେ ମଣିଷ Lobbyist ହୋଇଯିବେ, ଦରକାର ପଡିଲେ ଗୋଡ଼ ତଳେ ପଡ଼ିଯିବେ କିନ୍ତୁ ଯେତେବେଳେ ଆବଶ୍ୟକ ନ ରହିବ ତୁମକୁ Unrecognizable ପରି କରିଦେବେ ।

Leave a Reply

Your email address will not be published. Required fields are marked *