Spread the love

ଆଜି ଆସନ୍ତୁ ଜାଣିବା ” ଭଗବାନ ଜଗନ୍ନାଥ ଶ୍ରୀ କୃଷ୍ଣ ଙ୍କ ରୂପ ” ସମ୍ବନ୍ଧରେ :-

ଭଗବାନ ଜଗନ୍ନାଥ ଙ୍କର ଏମିତି ବିଚିତ୍ର ରୂପ ଆପଣ କେଉଁଠି ଦେଖିନଥିବେ । ମଣିଷ ପରି ଆଖି ନୁହେଁ, ଶରୀର ଢଙ୍ଗରେ ନାହିଁ ଗୋଡ କେଉଁଠି ହାତ କେଉଁଠି । ଯଦି କୌଣସି ବ୍ୟକ୍ତି କୁ ଜଣାନଥିବା ସେ ବୁଝି ପାରିବ ନାହିଁ କି ଭଗବାନ ଜଗନ୍ନାଥ ଶ୍ରୀ କୃଷ୍ଣ ଙ୍କ ରୂପ ବୋଲି।

 ଯେତେବେଳେ ଦ୍ଵାରିକାର ପାଟରାଣୀ ମାନେ ରୋହିଣୀ ମା କୁ ପ୍ରାଥନା କଲେ କି ହେ ମା ଆମେ କେତେଥର ଶ୍ରୀ କୃଷ୍ଣ ଙ୍କୁ ଦିନ ରାତି ରାଧା ରାଧା କହି କାନ୍ଦୁଥିବାର . ସେ ରାଧାରାଣୀ ବାସ୍ତବରେ କିଏ । ଆପଣ ଆମକୁ କୁହନ୍ତୁ କାହିଁକି ନା ଆପଣ ବ୍ରଜଧାମ ରେ ଶ୍ରୀ କୃଷ୍ଣ ଙ୍କ ସାଥିରେ ଥିଲେ । ରୋହିଣୀ ମା ମନା କଲେ ମୁ କହିପାରିବି ନାହିଁ କି ରାଧା କଣ ଅଟେ । ମୁଁ କଣ ଆପଣ କୃଷ୍ଣ ଙ୍କୁ ପଚାରିଲେ ବି ସେ କହିପାରିବ ନାହିଁ ରାଧା କିଏ । ମା ଆପଣ କିଛି ତ କୁହନ୍ତୁ ରୋହିଣୀ ମା କୁହନ୍ତି ମୁଁ ତ କହିଦେବି ପରନ୍ତୁ ମୁଁ ଜାଣିଛି ସେ ରାଧା ନାଁ ଶୁଣିକି ଦୌଡ଼ିକି ଚାଲିଆସିବ।ପାଟରାଣୀ ମାନେ କହିଲେ ଆମେ ମାନେ କୃଷ୍ଣ ଙ୍କୁ ଏହି ବିଷୟରେ ଜଣେଇବୁ ନାହିଁ ଆପଣ କୋଠରୀ ର ଦ୍ୱାର କୁ ବନ୍ଦ କରିକି କୁହନ୍ତୁ ରାଧାରାଣୀ କିଏ। ରୋହିଣୀ ମା କୁହନ୍ତି ଯେପରି ଗୁଡ ର ବାସ୍ନା ବାରିକି ପିମ୍ପୁଡି ବହୁତ ଦୂରରୁ ଚାଲିଆଶାନ୍ତି ।ସେମିତି ଯୋଉଠି ରାଧାରାଣୀଙ୍କ ନାଁ ଧରାଯାଏ ଶ୍ରୀକୃଷ୍ଣ ସେଠିକି ଚାଲିଆସିବ ତାଙ୍କୁ ଜଣେଇବାକୁ ପଡେ ନାହିଁ। ଯେଉଁଠି ରାଧା ସେଠି ଶ୍ରୀକୃଷ୍ଣ କିନ୍ତୁ ପାଟରାଣୀ  କୁହନ୍ତି ଶ୍ରୀକୃଷ୍ଣ ଭଉଣୀ ସୁଭଦ୍ରାଙ୍କ କଥା କେବେ ବି କାଟିପାରିବେ ନାହିଁ ତେଣୁ ଆମେ ଦ୍ୱାର ପାଖରେ ଭଉଣୀ ସୁଭଦ୍ରାଙ୍କୁ ଛିଡାକରିଦବା ଯାହାଦ୍ଵାରା ଶ୍ରୀକୃଷ୍ଣ ଭଉଣୀ ଙ୍କ କଥା କୁ ଅମାନ୍ୟ କରିପାରିବେ ନାହିଁ। ଏବେ ରୋହିଣୀ ମା ବନ୍ଦ କୋଠରୀ ଭିତରେ ଶ୍ରୀ ରାଧାରାଣୀ ଙ୍କ ଚରିତ୍ର କୁ ଗାଇବା ଆରମ୍ଭ କଲେ ଯେତେବେଳେ ରାଧାରାଣୀ ଙ୍କ କଥା ଆରମ୍ଭ ହେଇଛି ସେପଟେ ସୁଧର୍ମା ସଭା ରେ ବସିଥିବା ଶ୍ରୀକୃଷ୍ଣ ହୃଦୟ ଏକଦମ କମ୍ପିତ ହବାକୁ ଲାଗିଲା , ଅଶ୍ରୁ ଝରିବାକୁ ଲାଗିଲା ଶ୍ରୀକୃଷ୍ଣ ବୁଝିପାରିଲେ ଯେମିତି ରାଧାରାଣୀ ଙ୍କ ଚରିତ୍ର କଥା ଆଗକୁ ଆଗ ବଢିଚାଲିଲା ବଢିଚାଳିଲା ଏବେ ତ ଶ୍ରୀକୃଷ୍ଣ ନିଜ ନିଜକୁ ରୋକି ପାରିବା ଅସମ୍ଭବ ହୋଇପଡିଲା ସଭା ରେ ବସିଥିବା ବଡ ଭାଇ ବଲରାମ ଙ୍କ ହାତ ଧରି ଦୁଇ ଭାଇ ବାହାରିପଡିଲେ ଯେଉଁଠି ରାଧାରାଣୀ ଙ୍କ ଚରିତ୍ର ବିଷୟରେ ରୋହିଣୀ ମା ବଖାନ କରାଊଥିଲେ। । ଶ୍ରୀକୃଷ୍ଣ , ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ତିନି ଜଣ କାନ ଦେଇକି ରାଧାରାଣୀ ଙ୍କ ଚରିତ୍ର କୁ ଶୁଣିବାକୁ ଲାଗିଲେ। ରାଧାରାଣୀ ଙ୍କ ବିରହ କୁ ଶୁଣିବାକୁ ଲାଗିଲେ  ଯେପରି ଶ୍ରୀକୃଷ୍ଣ ଶୁଣିଲେ ସେ ଶୁଣି ଶୁଣି ଏତେ ଦୁଵିଗଲେ ଏବଂ ପ୍ରେମରେ ଏପରି ଅଦ୍ଭୂତ ଆନନ୍ଦିତ ହେଲେ ସ୍ୱତହିଁ ରାଧାରାଣୀ ଙ୍କ ଚରିତ୍ର ଶୁଣିକି ଭଗବାନ ଶ୍ରୀକୃଷ୍ଣ ଙ୍କର ଶରୀର ବିଖଣ୍ଡିତ ହବାକୁ ଲାଗିଲା ପ୍ରେମ ରେ ଭାବବିହୋଳ ହୋଇପଡିଲେ ଶରୀର ବିଲ୍କୁଲ ବଦଳି ଗଲା ଏବଂ ରାଧାରାଣୀ ଙ୍କ କଥାରେ ବିମୋହିତ ହୋଇ ପଡିଲେ ଶ୍ରୀକୃଷ୍ଣ ଙ୍କର ହାତ ଧୀରେ ଧୀରେ ଭିତରକୁ ଚାଲିଗଲା ଗୋଡ ଧୀରେ ଧୀରେ ଖସିବାକୁ  ଲାଗିଲା ଏବଂ ଆଖି ବହାରକୁ ବାହାରିବାରେ ଲାଗିଲା ଯେମିତି ଏହି ଚରିତ୍ର କୁ ଶୁଣିଛନ୍ତି। ଆଜି ସେଇ ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀକୃଷ୍ଣ ଜଗନ୍ନାଥ ଧାମ ରେ ପୂଜା ପାଉଛନ୍ତି ଜଗନ୍ନାଥ ଙ୍କ ବେଶ ରେ।*

ଜଗନ୍ନାଥ ଏହି ରୂପ ରେ ପ୍ରେମ କଣ ଅଟେ ଜଗତ ଏବଂ ସାରା ବିଶ୍ଵ କୁ ଜଣାଇଛନ୍ତି।

Related Post

Leave a Reply

Your email address will not be published. Required fields are marked *