Spread the love

ପୋଖରୀ କୂଅ ଠାରୁ ଯଥେଷ୍ଟ ବଡ…ତଥାପି ଲୋକ କୂଅରୁ ହିଁ ପାଣି ପିଅନ୍ତି।କାରଣ କୂଅର ପାଣି ପୋଖରୀ ପାଣି ଠାରୁ ବିଶୁଦ୍ଧ।ଠିକ୍ ସେହିପରି ମଣିଷ ଧନରେ ବଡ ହେବା କିଛି ବଡକଥା ନୁହେଁ,ତାର ବିଚାରରେ ଶୁଦ୍ଧତା ଥିବା ଦରକାର।

ସବୁ ମଣିଷର ଶେଷ ଷ୍ଟେସନ ହେଉଛି ମଶାଣି।ଯାହ ଦିନେ ସମସ୍ତଙ୍କୁ ଯିବାକୁ ହେବ।ସମୟ,ଦିନ,ତାରିଖ କେବଳ ଭଗବାନଙ୍କ ହାତରେ।ତେଣୁ ଏତେ ଗର୍ବ କାହିଁକି? ଚିକେଟ confirm ନ ହେବ ପର୍ଯ୍ୟନ୍ତ happily enjoy your life।

ଧନ ଅର୍ଜନ କରିବାର ଶକ୍ତି ସମସ୍ତଙ୍କ ପାଖରେ ଥାଏ। ପୁଣ୍ୟ ଅର୍ଜନ କରିବାର ଶକ୍ତି ଈଶ୍ୱର କେବଳ ଭାଗ୍ୟବାନ ଲୋକଙ୍କୁ ଦେଇଥାନ୍ତି। ସେଥିପାଇଁ କୁହାଯାଏ ଧନ କେବଳ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସାଥ ଦିଏ, କିନ୍ତୁ ପୁଣ୍ୟ ମୃତ୍ୟୁ ପରେ ମଧ୍ୟ୍ୟ ସାଥିରେ ଥାଏ।

ପରିଚୟରୁ ମିଳିଥିବା କାମ ବହୁତ ସମୟ ଧରି ରହିଥାଏ। ଅଥଚ କାମରୁ ମିଳିଥିବା ପରିଚୟ ସାରା ଜୀବନ ରହିଥାଏ। ଛୋଟ ମିଛ କଥାଟିଏ କହି କାହାକୁ ହରେଇବା ବହୁତ ସହଜ। କିନ୍ତୁ ତାକୁ ହଜାରେ ସତ କହି ଫେରିପାଇବା ବହୁତ କଠିନ।

     

ହସ ହସ ମୁହଁ ଦେଖନ୍ତି ସଭିଏଁ
ଭାବି ନିଅନ୍ତି ସେ ସୁଖି,
ଅନ୍ତର ର ଦୁଃଖ ଦେଖେଇ ହୁଏନି
ଛାତିରେ ରଖିଛି ଚାପି,
ଲୁଚି ଲୁଚି କାନ୍ଦେ ଅନ୍ଧାରରେ ବସି
କିଏ ଦେଖିଦବ ବୋଲି,
ହସି ହସି ନିଜ କର୍ମ କରିଚାଲେ
ଛାତିକୁ ପଥର କରି।

ଭୁଲକୁ ସ୍ୱୀକାର କରିବା, ଅନୁତାପ କରିବା , ପୁଣି କ୍ଷମା ମାଗିବା ଆଉ ସବୁଠୁ ବଡ଼ କଥା ଯଦି ଭୁଲ ଅଛି ତାକୁ ଜାଣି କ୍ଷମା କରିଦେବା ଏହାଠାରୁ ବଡ ଉଦାର ହୃଦୟ ଆଉ ନାହିଁ ।

ସ୍ଵୟଂ ଶ୍ରୀ କୃଷ୍ଣ କହି ଛନ୍ତି……
“ସବୁଠାରୁ ମୂଲ୍ୟବାନ୍ କଣ ଜାଣନ୍ତି
. “ସମୟ ଓ ସମ୍ପର୍କ”
ସମୟ ତାକୁ ଦିଅ ଯିଏ ସମୟର ମୂଲ୍ୟ ବୁଝି ପାରୁ ଥିବ
ଏବଂ ସମ୍ପର୍କ ତାହା ସହ ରଖ ଯିଏ ତୁମକୁ ଗୁରୁତ୍ୱ ଦିଏ .….।

ମଣିଷ ଭଲ ପାଇ ସବୁଠୁ ଗୋଟେ ଦାମୀ Gift ପାଏ ତାହା ହେଉଛି କଷ୍ଟ …..।

ପୁରା ଦୁନିଆ ଜିତି ପାରିବେ ଆପଣଙ୍କ ସଂସ୍କାର ଦ୍ବାରା ଆଉ ଜିତିଥିବା ବାଜି ହାରିଯିବେ ନିଜ ଅହଙ୍କାର ଦ୍ବାରା….

ତେଣୁ

ସଂସ୍କାରକୁ ଆପଣନ୍ତୁ ଓ ଅହଙ୍କାର ଠାରୁ ଦୁରେଇ ରୁହନ୍ତୁ….

ଏକତା ହିଁ ଶକ୍ତି

ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥

       ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

Related Post

Leave a Reply

Your email address will not be published. Required fields are marked *