Spread the love

ପ୍ରଭାତ ଧରିବେ ମଙ୍ଗ
ପ୍ରାତଃ ସମୟରୁ ଉଠନ୍ତି ଶେଯରୁ
ପ୍ରଭୁଙ୍କ ର ନାମ ଧରି
ନିତ୍ୟ କର୍ମ ସାରି ଯାଆନ୍ତି ବାହାରି
ପଟେ ରୁଟି ଖାଇ କରି ।୦।
ଲୋକଙ୍କୁ ଦେଖିଲେ ସବୁ ଭୁଲି ଗଲେ
ଶୁଣନ୍ତି ସଭିଙ୍କ କଥା
‌ନିଜେ ପୁଣି ଯାଇ କହିବେ ବୁଝାଇ
ବଢାଇବେ ସହାୟତା ।୧।
ସକାଳ ଠୁ ରାତି ଯାଏ ତାଙ୍କ ବିତି
ସମାଜ ସେବାରେ ରହି
ଯିଏ ଯାହା କୁହେ ତାଙ୍କ ମନେ ରୁହେ
ସବୁକୁ ଯାଆନ୍ତି ସହି ।୨।

ଚୈ।ଦ୍ଵାର-କଟକ ଅଛନ୍ତି ଅନେକ
ତାଙ୍କ ପରି କେହି ନାହିଁ
ସବୁ ବର୍ଗ ବ୍ୟକ୍ତି ସଭିଏଁ ଚିହ୍ନନ୍ତି
ଭଲ ଲୋକ ବୋଲି କହି ।୩।
ଭାରି ଧିର ସ୍ଥିର ନୁହଁନ୍ତି ଅସ୍ଥିର
ମିଠା ଲାଗେ ତାଙ୍କ କଥା
ନୁହେଁ ସେ ମନ୍ଥର ଭାରି ସେ ଚତୁର
ନ କରନ୍ତି କେବେ ଚିନ୍ତା ।୪।
ସଂଗଠନ ପାଇଁ ବ୍ୟାକୁଳ ହୁଅଇ
ରାତି ଦିନ ଏକା କରି
ବିରୋଧୀ ଗପର ଦିଅନ୍ତି ଉତ୍ତର
ନ ଯାଇ କେବେ ସେ ଡରି ।୫।
ଆସି ଅଛି ବେଳ ହେବ ଏଠି ଖେଳ
ପ୍ରଭାତ ଧରିବେ ମଙ୍ଗ
ଏଇ ନିର୍ବାଚନ ‌ ଦେଖୁ ଥିବେ ଜନ
ବିରୋଧୀଙ୍କ ଛତ୍ର ଭଙ୍ଗ ।।

ଜୟ ଜଗନ୍ନାଥ
ତପନ ମହାନ୍ତି ।

Leave a Reply

Your email address will not be published. Required fields are marked *