Spread the love

ଧନତେରାସ କଣ ?

ସମୁଦ୍ର ମନ୍ଥନ ସମୟରେ ଅମୃତ ଧରି ପ୍ରକଟ ହୋଇଥିବା ଦେବତା ହେଉଛନ୍ତି ଧନ୍ୱନ୍ତରୀ । ଯାହାଙ୍କର ଅନ୍ୟ ଏକ ହସ୍ତରେ ଥିଲା ଆୟୁର୍ବେଦର ପୁସ୍ତକ । ଧନ୍ୱନ୍ତରୀଙ୍କୁ ବିଷ୍ଣୁଙ୍କ ଅବତାର ଏବଂ ଆୟୁର୍ବେଦର ଦେବତା ବୋଲି ମଧ୍ୟ କୁହାଯାଏ ।ଆୟୁର୍ବେଦ ଯାହା କେବଳ ଚିକିତ୍ସା ନୁହେଁ ବରଂ ମନୁଷ୍ୟର ସୁସ୍ଥ ଜୀବନ ଶୈଳୀ ପାଇଁ ଏକ ବୈଦିକ ସୂତ୍ର ଅଟେ ।

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଦେବତା ଧନ୍ୱନ୍ତରୀଙ୍କ ଉଦେଶ୍ୟରେ ସମର୍ପିତ ହୋଇଥିବାରୁ ଏହାକୁ ଧନତ୍ରୟୋଦଶୀ କୁହାଯାଏ । କିନ୍ତୁ ଏବେ ଏହା ଅପଭ୍ରଂଶ ହୋଇ ଧନତେରାସ ବୋଲାଉଛି, ଯାହା ସମ୍ପୁର୍ଣ୍ଣ ନିରର୍ଥକ ।ଦେବବୈଦ୍ୟ ପ୍ରଭୁ ଧନ୍ୱନ୍ତରୀଙ୍କୁ ସମର୍ପିତ ଏହି ଦିନରେ ଆମେ ଅମୃତତୁଲ୍ୟ ବୈଦିକ ଜୀବନଶୈଳୀ ଆୟୁର୍ବେଦକୁ ଆପଣେଇବା ସହ ଏହି ଦିନକୁ ସ୍ଵାସ୍ଥ୍ୟର ଦିବସ ରୂପେ ପାଳନ କରିବା ଉଚିତ ।ଅମେ ଜାଣି ରଖିବା ଉଚିତ ଏହି ଦିନକୁ ୨୦୧୬ ମସିହାରେ ଭାରତୀୟ ଯୋଗ ଏବଂ ଆୟୁର୍ବେଦ ମନ୍ତ୍ରଣାଳୟ “ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ” ରୂପେ ଘୋଷଣା କରିଛନ୍ତି ।
ଏହି ଦିନକୁ କେବଳ ସୁନା କିଣିବା ପାଇଁ ନୁହେଁ,

ବରଂ ଆୟୁର୍ବେଦର ଦେବତା ଭଗବାନ ଧନ୍ଵନ୍ତରୀଙ୍କୁ ଆରାଧନା କରିବାର ଦିବସ ରୂପେ ମଧ୍ୟ ପାଳନ କରିବା ଉଚିତ ।

ସଂଗୃହୀତ

Related Post

Leave a Reply

Your email address will not be published. Required fields are marked *

You Missed