ମାର୍କ ଟ୍ୱ।ଇନ (ମୂଳ ନାମ ସାମୂଏଲ ଲେଧୋର୍ଣ କ୍ଳେମେନ୍ସ)ନାମକ ଜଣେ ଆମେରିକୀୟ ଲେଖକ, ବ୍ୟଙ୍ଗକାର ଓ ପ୍ରକାଶକ କହିଥିଲେ,
“ମିଥ୍ୟା ତିନି ପ୍ରକାରର, ମିଛ, କଞ୍ଚାମିଛ ଓ ପରିସଂଖ୍ୟାନ – There are Lies,Damned Lies and Statistics”.
ଥରେ ସମ୍ରାଟ ଆକବର, ବୀରବଲଙ୍କୁ ” ଆମ ଦେଶରେ କେତେ କୁଆ ଅଛନ୍ତି” ବୋଲି ପଚାରନ୍ତେ, ବୀରବଲ ତତକ୍ଷଣାତ୍ କହିଥିଲେ ” ହଜୁର, ଆମଦେଶରେ ଏହି ମୁହୂର୍ତ୍ତର କୁଆଙ୍କର ସଂଖ୍ୟା ହେଉଛି ୨୫,୧୨,୫୮୫”।
ଆକବର ପୁନଃଶ୍ଚ ” ଯଦି କମ ବା ବେଶି ଥାଆନ୍ତି” ବୋଲି ପଚାରନ୍ତେ,
ବୀରବଲ କହିଥିଲେ ” କମ ଥିଲେ ଆମ ଦେଶର ସେତିକି କୁଆ ବିଦେଶ ଭ୍ରମଣରେ ଯାଇଥିଵେ, ଅଧିକ ଥିଲେ କିଛି ଘୁଷପେଟିଆ କୁଆ ଆମ ଦେଶକୁ ପଶିଆସିଥିବେ”।
ତାପରେ ଆକବର କହିଥିଲେ” ୱହ- ବୀରବଲ ୱହ-“।