ଆନନ୍ଦ ସାଧନରୁ ନୁହେଁ ସାଧନାରୁ ହିଁ ପ୍ରାପ୍ତ ହୋଇଥାଏ।ଆନନ୍ଦ ଭିତରର ବିଷୟ ଓ ତୃପ୍ତି ଆତ୍ମାର ବିଷୟ ଅଟେ।ମନକୁ କେତେ ମିଳିଲେ ବି,ଏହା ଅପୂର୍ଣ୍ଣତାର ବାରମ୍ବାର ଅନୁଭବ କରାଇଥାଏ ।ଯିଏ ଭିତରେ ତୃପ୍ତ ହୋଇଗଲା ତାକୁ ବାହ୍ଯ ଅଭାବ କେବେ ବି ଅସୁବିଧା କରିବନି।
କେବଳ ମାନବ ଜୀବନ ମିଳିଯିବା ପର୍ଯ୍ୟାପ୍ତ ନୁହେଁ ଅପିତୁ ଆମେ ଜୀବନ ଜିଇଁବାର କଳା ମଧ୍ୟ ଜାଣିବା ନିହାତି ଜରୁରୀ।ପଶୁ-ପକ୍ଷୀ ତ କେବେ ବି ସଂଗ୍ରହ କରନ୍ତି ନାହିଁ ତଥାପି ସେମାନଙ୍କୁ ଜୀବନପଯୋଗୀ ସବୁ କିଛି ପ୍ରାପ୍ତ ହୋଇଥାଏ।
ଜୀବନତ ବହୁତ ଆନନ୍ଦମୟ ମାତ୍ର ଆମେ ନିଜର ଇଛାଗୁଡିକର କାରଣ ଓ ବାସନାର କାରଣ ପାଇଁ ଏହାକୁ କଷ୍ଟପ୍ରଦ ଏବଂ କ୍ଳେଶମୟ କରିଥାଉଁ।ପ୍ରାରବ୍ଧର ଯେତିକି ଲେଖା ହୋଇଛି ଏବଂ କେବେ ମିଳିବ ଲେଖାଯାଇଛି, ସେତିକି ହିଁ ମିଳିବ ଏବଂ ଠିକ୍ ସମୟରେ ମଧ୍ୟ ମିଳିବ।କୌଣସି ଚିନ୍ତା ନରଖି କର୍ମ କରିଚାଲନ୍ତୁ ……ଜୀବନରେ ଯାହା ଜରୁରୀ ତାହା ପ୍ରକୃତିର କାରଣ ପାଇଁ ନୁହେଁ ବରଂ କରୁଣା ଦ୍ବାରା ହିଁ ସମ୍ଭବ ହୋଇଥାଏ ।
ପ୍ରକୃତ ପୁରୁଷ କେବେବି ରାଜକନ୍ୟା ଖୋଜେ ନାହିଁ, ଯାହାକୁ ଭଲପାଏ ତାକୁ ରାଣୀ କରି ରଖେ !!
ଭାଗବତ ଗୀତାରେ ଲେଖା ଅଛି ଯେଉଁ ସମୟରେ କୌଣସି ସମସ୍ୟା ଜନ୍ମ ନିଏ ତା ସାଥିରେ ତା’ର ସମାଧାନ ବି ଜନ୍ମ ନିଏ !!
ଖରାପ ସମୟ ଏତେ ବି ଖରାପ ନୁହେଁ, କାରଣ ଖରାପ ସମୟ ହିଁ ଆମକୁ କିଛି ଭଲ ମଣିଷ ସହ ପରିଚୟ କରାଏ !!
ମାଆ ଯେତିକି ବି ପାଠ ପଢିଥାଆନ୍ତୁ ନା କାହିଁକି, ମାଆର ଶିକ୍ଷା ହିଁ ଆମର ପ୍ରଧାନ ଶିକ୍ଷା !!
ବ୍ୟବହାର, ସଂସ୍କାର ଓ ସୁନ୍ଦର ବିଚାର ହିଁ ଗୋଟିଏ ବ୍ୟକ୍ତିର ଭଦ୍ରତାର ପରିଚୟ ଦିଏ !!
ତୁମେ ଭଗବାନଙ୍କ ର ଦାସ ହୋଇଗଲେ ଭଗବାନ ତୁମକୁ ମାଲିକ କରିଦେବେ !!