Spread the love

କାହାର ହ୍ରୁଦୟ ଭାଙ୍ଗି କ୍ଷମା ମାଗିବା ବହୁତ ସହଜ।କିନ୍ତୁ ନିଜର ହ୍ରୁଦୟ ଭାଙ୍ଗିଲା ପରେ ଅନ୍ୟକୁ କ୍ଷମା କରିବା ବହୁତ କଷ୍ଟ।

ବିଶ୍ବାସ କରୁଥିବା ଲୋକକୁ ଧୋକା,ଭଲ ପାଉଥିବା ଲୋକକୁ ଘୃଣା,ସାହାଯ୍ୟ କରିଥିବା ଲୋକକୁ ଭୁଲିଯିବା, ଜଣେ ଅ ମଣିଷ ହି କରିପାରେ।

ପୂର୍ବାଭାଷ ଆଉ ବର୍ତ୍ତମାନ ସ୍ଥିତି ହୃଦେ ନଭାବି ନଚିନ୍ତି କୌଣସି କାର୍ଯ୍ୟରେ ହସ୍ତକ୍ଷେପ କଲେ ହୋଇପାରେ ଆତ୍ମଘାତୀ।

ଯାହା ଆମର ନୁହେଁ ତାହା କଦାପି ଆମକୁ ମିଳିବ ନାହିଁ ଯାହା ଆମକୁ ପାଇବାର ଅଛି କେହି ଆମ ଠୁଁ ଦୂରେଇ ପାରିବେ ନାହିଁ !

    

ନାରୀ ଯଦି ନ ରାଗି କାନ୍ଦି ଦିଏ ପରିବାର ର ସମସ୍ତଙ୍କ ହୃଦୟ ଜିତିପାରେ ରାଗିବା ବଦଳରେ କାନ୍ଦିଦେବା ଭଲ….

କାହିଁକି ନା

ରାଗ ଅନ୍ୟକୁ କଷ୍ଟ ଦେଇଥାଏ କିନ୍ତୁ ଲୁହ ଚୁପଚାପ୍ ଆଖିରୁ ବହି ହୃଦୟକୁ ସ୍ୱଚ୍ଛ କରିଦିଏ….

ଏକତା ହିଁ ଶକ୍ତି

ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥

  

ଯେବେ ଡର ଭୟ ଧମକ ସରାଗ
କିଛି କାମ କରେ ନାହିଁ ,
କପଟ ଆଚରି ମିଠା କଥା କହି
ମନ ତୋଷିଥାଏ ସେହି ।

ଦରକାର ଠାରୁ ଅଧିକ ମିଳିଲେ ତାକୁ ଭାଗ୍ୟ କହନ୍ତି, ଭଗବାନ ଦେଇଥିବା ସବୁକିଛି ଥାଇ ପଛେ କାନ୍ଦୁଥାଏ ତାକୁ ଦୁଃର୍ଭାଗ୍ୟ କୁହନ୍ତି, ଆଉ ଜୀବନରେ ଅଳ୍ପ ପାଇ ଯିଏ ଖୁସୀ ହୁଏ ରହେ ତାକୁ ଭାଗ୍ୟବାନ କହନ୍ତି ।

ମନ ଖରାପ ଥିଲେ କିମ୍ବା କ୍ରୋଧରେ ଥିଲେ କେବେବି କିଛି ଖରାପ କୁହ ନାହିଁ ,କାରଣ ପରେ ମନ ଭଲ ହୋଇ ଯିବ କିନ୍ତୁ କହି ଥିବା ଭାଷା କେବେ ଭଲ ହୋଇ ପାରିବନି ।

ତୁମର ଦୋଷ ନଥାଇ ଯଦି ତୁମକୁ ଦୁନିଆଁ ଆଖିରେ Guilty ସଜାଇ ଦିଆଯାଏ ଆଉ ତୁମେ ଚାହିଁ କି କିଛି ନକରି ପାର ସେତେବେଳେ ଅନ୍ତର ଆତ୍ମାରୁ କେବଳ Curse ହିଁ ବାହାରି ଥାଏ ଆଉ ସେହି Curse କୁ ଭଗବାନ ନିଶ୍ଚିତ ସତ କରିଥାଆନ୍ତି।

              

Leave a Reply

Your email address will not be published. Required fields are marked *