Spread the love

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି। ଏନେଇ ପୋଲିସ ଡିଜି ୱାଇ.ବି ଖୁରାନିଆ ଶନିବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ରେଗୁରାଲ ପ୍ରୋସେସ୍‌ । ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ଏହାକୁ ରିଭ୍ୟୁ କରେ । କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ବୋଲି ଡିଜିପି କହିଛନ୍ତି ।

ସୂଚନାଯୋଗ୍ୟ, ଭି.କେ. ପାଣ୍ଡିଆନ ଓ ପୂର୍ବତନ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‌ଓ)ଙ୍କୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି। ଅସିତ ତ୍ରିପାଠୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ଜଣ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୨ଜଣ ଓ ପାଣ୍ଡିଆନଙ୍କ ସୁରକ୍ଷାରେ ଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ତତ୍କାଳ ପ୍ରଭାବରୁ ପ୍ରତ୍ୟାହାର କରିନିଆଯାଇଛି । ଅସିତ ଓ ପାଣ୍ଡିଆନଙ୍କଠାରୁ ବାକି ଥିବା ଜଣେ ଲେଖାଏ ସୁରକ୍ଷାକର୍ମୀ ୨-୩ଦିନ ମଧ୍ୟରେ କାଢ଼ି ଅଣାଯିବ ବୋଲି ଜଣାପଡ଼ିଛି । ଗତ ଅଗଷ୍ଟ ୧୭ତାରିଖରୁ ପଶ୍ଚିମଓ ବିକାଶ ପରିଷଦର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିବା ଅସିତଙ୍କ ସୁରକ୍ଷା ଦାୟିତ୍ୱରେ ୩ ଯବାନ ମୁତୟନ ହୋଇଥିଲେ ।

Leave a Reply

Your email address will not be published. Required fields are marked *