ଧର୍ଯ୍ଯ ଏକ ଏପରି ବନ୍ଧୁ ଯିଏ ପାଖରେ ଥିଲେ ମଣିଷ ସବୁ ପରିସ୍ଥିତିକୁ ମୁକାବିଲା କରିପାରେ….
ଯେତେବେଳେ ସିଏ ମଣିଷର ସାଥ ଛାଡିଦିଏ ସେତେବେଳେ ମଣିଷର ପାଦ ଟଳମଳ ହୋଇଯାଇ ଥାଏ….
ନା ଅସ୍ତ୍ର ଦ୍ବାରା ମିଳିଥାଏ ନା ଅଧିକାର ଦ୍ବାରା ମିଳିଥାଏ,ହ୍ରୁଦୟରେ ସ୍ଥାନ କେବଳ ଆପଣଙ୍କ ବ୍ଯବହାର ଦ୍ବାରା ମିଳିଥାଏ।
ଯାହାର ରକ୍ଷା ଇଶ୍ବର କରନ୍ତି,ତାହାର କ୍ଷତି କିଏ କରିବ?ପବନ ଯେଉଁ ଦୀପ ଶିଖାକୁ ସୁରକ୍ଷା ଦେବ,ତାକୁ କିଏ ଲିଭାଇ ପାରିବ।
ମାଟି,ପଥର,କାଠ ବା ଧାତୁରେ ମୁର୍ତ୍ତି ତିଆରି ହୋଇପାରେ । ପୂଜା କରିବାର ନିଷ୍ଠା ହିଁ ଶ୍ରେଷ୍ଠ ନୈବେଦ୍ୟ । ଆତ୍ମାର ଶ୍ରଦ୍ଧା ସବୁଠାରୁ ବଡ ପୂଜା।
ବିଷୟ ବାସନା,ଭୋଗ, ଲାଳସା ସବୁ ଅଧର୍ମର ମୂଳବୀଜ । ଏସବୁଠାରୁ ନିଜକୁ ଦୂରେଇ ରଖିବା ବିଜ୍ଞତାର ପରିଚାୟକ।
ଆଜିର ମଣିଷ ଧାଏଁ
ମୋହ ମାୟା ପଛେ,
ଅଧର୍ମ କରିଣ ପୁଣି
ଧନ ରତ୍ନ ସଞ୍ଚେ ।
କେବେ ଚିହ୍ନି ହୁଏନା ମଣିଷ, କେବେ ଭୁଲି ହୁଏନା ସ୍ମୃତି, କେବେ କିଣି ହୁଏନା ମନ, କେବେ ବାନ୍ଧି ହୁଏନା ସମୟ, କେବେ ଜାଣି ହୁଏନା ଭବିଷ୍ୟତ, କେବେ ପାଇ ହୁଏନା ଅତୀତ, କେବେ ରୋକି ହୁଏନା ମୃତ୍ୟୁ ।
ଯେତେବେଳେ ଆପଣ ଏକା ଥାଆନ୍ତି ନିଜ ମନକୁ ସଂଯମ କରନ୍ତୁ, ଯେତେବେଳେ ଆପଣ ଲୋକମାନଙ୍କ ସହ ଥାଆନ୍ତି ନିଜ ଶବ୍ଦକୁ ସଂଯମ କରନ୍ତୁ ।
ଜୀବନ ହେଉଛି ଗୋଟେ ଜଳନ୍ତା ଦୀପ ପରି, କେତେବେଳେ ଯେ ଲିଭିଯିବ କେହି କହି ପାରିବେ ନାହିଁ, ତେବେ ଏତେ Ego, Attitude କ’ଣ ପାଇଁ….?