ଟଙ୍କାରେ ଧନୀ ତ ଦୁନିଆରେ ଅନେକ ଲୋକଙ୍କୁ ଦେଖିବାକୁ ପାଇବା, କିନ୍ତୁ ହୃଦୟରୁ ଧନୀ ଭଗବାନ ବହୁତ କମ ଲୋକଙ୍କୁ ହିଁ ଦେଇଥାନ୍ତି।
ଜୀବନର ରୋଜଗାର ଧନ ଦୌଲତରେ ମପାଯାଏ ନାହିଁ।ଅନ୍ତିମ ଯାତ୍ରାର ଭିଡ ଜଣେଇ ଦିଏ କିଏ କଣ ଆଉ କେମିତି ରୋଜଗାର କରିଥିଲା।
ଖରାପ ସମୟ ଦିନେ ବଦଳିଯିବ, କିନ୍ତୁ ବଦଳି ଯାଇଥିବା ଲୋକ ସବୁଦିନ ପାଇଁ ମନେ ରହିଯିବ।
ସମୟ କାହାକୁ ସଫଳତା ଦେଇନଥାଏ।ସମୟକୁ ଯିଏ ସଠିକ୍ ଭାବେ ବ୍ଯବହାର କରିଥାଏ ସିଏ ସଫଳ ହୋଇଥାଏ।
ନିମନ୍ତ୍ରଣ ବିନା ଅତିଥି ହୁଏନା
ନିଜେ ରଖ ନିଜ ସମ୍ମାନ,
ଧନ ଯେତେ ଥିଲେ ଚରିତ୍ର ନଥିଲେ
ଧିକ ସେ ମଣିଷ ଜୀବନ।
ଜୀବନରେ ଯାହା କରିବା ପାଇଁ ହୃଦୟରୁ ଶ୍ରଦ୍ଧା, ଉତ୍ସାହ ଆସେ ସେହି ଜିନିଷ କରିବା ପାଇଁ ନିଜ ମନ,ପ୍ରାଣ ମଧ୍ୟ ଲଗେଇ ଦିଅ।
ପ୍ରକୃତ ସମ୍ମାନ ସେଇଠି ଥାଏ…..
ଯେଉଁଠି ଆପଣ ନ ଥାଇ ବି ଲୋକେ ଆପଣଙ୍କ ବିଷୟରେ ଭଲ କଥା ହୁଅନ୍ତି ।
କେହି ମିଠା ମିଠା କଥା କହିଦେଲେ ଫସି ଯିବନି, କିଏ ଜାଣେ କାହା ମନ ଭିତରେ କ’ଣ ରହିଛି….ଏ ଦୁନିଆଁ ହେଉଛି ଗୋଲ୍ ଏଠି ସମସ୍ତଙ୍କର Double Role….।
ଅହଙ୍କାର ଆଉ ସଂସ୍କାର ମଧରେ ବହୁତ ତଫାତ ଅଛି….
ଅହଙ୍କାର ଅନ୍ୟମାନଙ୍କର ମୁଣ୍ଡ ନୁଆଇଁ ଖୁସି ହୋଇଥାଏ କିନ୍ତୁ ସଂସ୍କାର ନିଜର ମୁଣ୍ଡ ନୁଆଇଁ ଖୁସି ହୋଇଥାଏ….
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ