Spread the love

ତା୦୪. ୦୯.୨୦୨୪ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି —-
” ତେଲିଆ ମୁଣ୍ଡରେ ତେଲ:
ତେଲ ମଖାଳି ମାଲେମାଲ”

ତା୦୮.୦୮.୨୦୨୪ରିଖରେ ୨୦୨୪ ମସିହାର ସଂସଦୀୟ ବଜେଟ ଅଧିବେଶନରେ ଭାଗନେଇ ଆମ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ
ଶ୍ରୀ ସଞ୍ଜୟ ସିଂହ କହିଥିଲେ ” ୪୩ଟି ବଡ଼ ବଡ଼ କମ୍ପାନୀଉପରେ ବକେୟାଥିବା ୫,୪୪,୪୩୪ କୋଟି ଟଙ୍କାର ବ୍ୟାଙ୍କଋଣରୁ ୩,୫୩,୬୫୫ କୋଟି ଟଙ୍କାକୁ ଛାଡ କରାଯାଇ ମାତ୍ର ୧,୯୦,୭୭୯କୋଟି ଟଙ୍କା ଆଦାୟ କରାଯାଇଛି”।

ଏହା ଶୁଣି ମୋର ହିନ୍ଦୀଭାଷାର ଲୋକକଥା
” ସରକାର କା ମାଲ୍: ଦରିଆ ମେ ଡାଲ୍” ମନେପଡି ତାହା ” ଜନତାଙ୍କ ମାଲ୍: ଚାନ୍ଦାଦେନେୱଲୋ କେ
ପକେଟ୍ ମେ ଡାଲ୍ : ଜିତନା ହୋ ସକେ ନିକାଲ୍”କୁ ପରିବର୍ତ୍ତିତ ହୋଇଯାଇଥିଲା।

ଶ୍ରୀ ସିଂହ ତାଙ୍କ ଭାଷଣରେ ଛାଡପାଇଥିବା କମ୍ପାନୀଗୁଡିକର ନାମ, ଛାଡ ଓ ଆଦାୟର ବିବରଣୀ ବି ଦେଇଥିଲେ, ଯେଉଁଥିରୁ କେତେକ ବିବରଣୀ ନିମ୍ନରେ ସ୍ଥାନିତ ଅଛି;
(ଯଥାକ୍ରମେ (କ)ନାମ,(ଖ) ବକେୟା ପରିମାଣ
(ଗ)ଛାଡ ପରିମାଣ (ଘ) ଆଦାୟ ପରିମାଣ)

(୧)
(କ) ଆଲୋକ ଇଣ୍ଡଷ୍ଟ୍ରିଜ
(ଖ)୨୯,୫୨୪ କୋଟି ଟଙ୍କା ବାକି
(ଗ)୨୪,୪୭୨ କୋଟି ଟଙ୍କା ଛାଡ
(ଘର) ମାତ୍ର ୫,୦୫୨ କୋଟି ଟଙ୍କା ଆଦାୟ ।

(୨)
(କ)ଏମ.ଟେକ ଅଟୋ
(ଖ)୧୨,୬୪୧ କୋଟି ଟଙ୍କା ବାକି
(ଗ)୧୦,୦୨୬ କୋଟି ଟଙ୍କା ଛାଡ
(ଘ) ମାତ୍ର ୨,୬୧୫ କୋଟି ଟଙ୍କା ଆଦାୟ ।

(୩)
(କ) ଭୂଷଣ ପାୱାର ଆଣ୍ଡ ଷ୍ଟିଲ
(ଖ)୪୭,୧୫୮ କୋଟି ଟଙ୍କା ବାକି
(ଗ)୨୭,୮୦୮ କୋଟି ଟଙ୍କା ଛାଡ
(ଘ) ମାତ୍ର ୧,୯୩୫୦ କୋଟି ଟଙ୍କା ଆଦାୟ ।

(୪)
(କ) ଭୂଷଣ ଷ୍ଟିଲ ଲିମିଟେଡ(ଉପର ୩ ର ଅଂଶୀଦାର କମ୍ପାନୀ)
(ଖ)୫୬,୦୨୨ କୋଟି ଟଙ୍କା ବାକି
(ଗ)୨୦,୪୪୫୧ କୋଟି ଟଙ୍କା ଛାଡ
(ଘ)୩୫,୫୭୧ କୋଟି ଟଙ୍କା ଆଦାୟ।

(୫)
(କ)ଦିଭା ହାଉସିଙ୍ଗ ଫାଇନାନ୍ସ
(ଖ)୮୭,୦୮୩ କୋଟି ଟଙ୍କା ବାକି
(ଗ)୪୯,୯୨୨ କୋଟି ଟଙ୍କା ଛାଡ
(ଘ) ମାତ୍ର ୩୭,୧୬୧ କୋଟି ଟଙ୍କା ଆଦାୟ।

(୬)
(କ)ଲାନକୋ ଥର୍ମାଲ ପାୱାର
(ଖ)୩୩,୩୩୧ କୋଟି ଟଙ୍କା ବାକି
(ଗ)୩୩,୧୯୫ କୋଟି ଟଙ୍କା ଛାଡ
(ସଂପୂର୍ଣ୍ଣ ଛାଡ କରାଯାଇଥିଲେ ମହୀରେ ଯଶବାନା ଉଡିଥାନ୍ତା ଫର ଫର ହୋଇ: ଚାନ୍ଦାଋପେ କେତେ କହି ନ ପାରଇ)
(ଘ) ମାତ୍ର ୧୩୬ କୋଟି ଟଙ୍କା ଆଦାୟ
(ଶ୍ରୀ ସଞ୍ଜୟ ସିଂହ ସଂପୂର୍ଣ୍ଣ ମିଥ୍ୟାତଥ୍ୟ ଦେଇଛନ୍ତି କି, ବଦନାମ କରିବାକୁ?)

(୭)
(କ) ରିଲାଏନ୍ସ ଇନଫ୍ରାଟ୍ରେଡ ଲିମିଟେଡ
(ଖ)୪୧,୦୫୫ କୋଟି ଟଙ୍କା ବାକି
(ଗ)୩୬,୮୧୯ କୋଟି ଟଙ୍କା ଛାଡ
(ଘ) ମାତ୍ର ୪,୨୩୬ କୋଟି ଟଙ୍କା ଆଦାୟ
( ଏତିକି ଆଦାୟ କରାନଯାଇ ଆଉ ସେତିକି ଦିଆଯିବା ଅଧିକ ନ୍ୟାୟସଙ୍ଗତ ହୋଇଥାଆନ୍ତା)

( ଶ୍ରୀ ସଞ୍ଜୟ ସିଂହ କହିଛନ୍ତି ଯେ, ସେ ଏସବୁ ତଥ୍ୟ ସରକାରଙ୍କଠାରୁ ପାଇଛନ୍ତି)

ଚେସଖେଳ ପଟିର ଦୁଇ ପଟରେ ସୈନିକ, ଡଙ୍ଗା, ହାତୀ, ଘୋଡା, ମନ୍ତ୍ରୀ,
ରାଣୀ ତଥା ରାଜା ଥାଆନ୍ତି କିନ୍ତୁ ଆପେ ଆପେ ସୂତାଏ ବି ଘୁଞ୍ଚି ପାରନ୍ତି ନାହିଁ। ସେମାନଙ୍କ ଚଳଣି ଖେଳାଳିଙ୍କ ଉପରେ ନ୍ୟସ୍ତ ରହିଥାଏ।

ଉପରେ ବର୍ଣ୍ଣିତ ” ଋଣଛାଡ଼ ଚେସଖେଳ”ର ଚେସପଟିର ଦୁଇକଡର
ଗୋଟିଗୁଡିକ ତଥା ସେମାନଙ୍କୁ ଚଳାଉଥିବା ଖେଳାଳି କିଏ କିଏ କି?

କାହା ମୁଣ୍ଡରେ ତେଲ ବୋଳା ଚାଲିଛି ଓ ବୋଳୁଛନ୍ତି କିଏ ଓ କାହିଁକି?

” ଯେତେ ଅଧିକ ଭୋଟଖର୍ଚ୍ଚ : ସେତେ ଅଧିକ ଭୋଟପ୍ରାପ୍ତି” ସୂତ୍ର ଆଧାରରେ
ଏହି ଚେସଖେଳ ପରିଚାଳିତ କି?

ଏହି ଚେସଖେଳ ” ଜନତାଙ୍କ ମାଲ୍: ଚାନ୍ଦାଦେନେୱଲୋ କେ
ପକେଟ୍ ମେ ଡାଲ୍ : ଜିତନା ହୋ ସକେ ନିକାଲ୍”ପାଇଁ ନୁହେଁ କି?

ଜୟ ବଜରଙ୍ଗ ବାଲି କି- ଜୟ

Leave a Reply

Your email address will not be published. Required fields are marked *