"ଭଗବାନ୍ ଅଛନ୍ତି ; କିନ୍ତୁ ଯୁକ୍ତିତର୍କରେ ବା ବେଦପୁରାଣ, କୋରାନ୍, ବାଇବେଲରେ କେହି ତାଙ୍କୁ ଖୋଜି ପାଇବେ ନାହିଁ । ମନ -ବୁଦ୍ଧି ତାଙ୍କ ନିକଟରେ ପହଁଞ୍ଚିପାରେ ନାହିଁ ; ବରଂ ମନ-ବୁଦ୍ଧିକୁ ନିରୋଧ କରିପାରିଲେ ତାଙ୍କର ସନ୍ଧାନ ମିଳେ । ଯେତେଦିନଯାଏ ଭଗବାନଙ୍କ ଅସ୍ତିତ୍ୱରେ ବିଶ୍ୱାସ ଜାତ ନ ହୋଇଛି, ସେତେଦିନପର୍ଯ୍ୟନ୍ତ ଜଗତ ମୂଳରେ ବା ଆପଣା ମୂଳରେ କଅଣ ଅଛି, ତାହାର ଅନୁସନ୍ଧାନ କର । ମହାପୁରୁଷଙ୍କ ନିକଟକୁ ଯାଇ ତତ୍ତ୍ୱ -କଥା ପଚାର । ବଚନ ରଚନରେ ଏସବୁର ମୀମାଂସା ହୁଏ ନାହିଁ ।"*
ମଣିଷ ନା ହସିକି କିଛି ଶିଖିଥାଏ ନା କାନ୍ଦିକି।ମଣିଷ ସେତେବେଳେ କିଛି ଶିଖିଥାଏ ଯେତେବେଳେ ସେ କାହାକୁ ପାଇଥାଏ ଆଉ ସବୁଦିନ ପାଇଁ କାହାକୁ ହରେଇ ଦେଇଥାଏ।
ସମ୍ପର୍କ ତ ସଭିଙ୍କ ସହିତ ଉତ୍ତମ ଓ ସମାନ ଭାବେ ଆରମ୍ଭ ହୋଇଥାଏ।କିନ୍ତୁ ମଣିଷ ସମୟାନୁକ୍ରମେ ନିଜ କୁଚିନ୍ତା,କଟୁକ୍ତି,ସ୍ବାର୍ଥ,ଗର୍ବ ଓ ଅହଙ୍କାର ପାଇଁ ସମ୍ପର୍କରେ ଦୂରତା ଆଣିଦେଇଥାଏ।
କାହାକୁ କରିବ ନିଜର ଏଠି,କାହାକୁ କରିବ ପର। ସଭିଏଁ ପିନ୍ଧନ୍ତି ଭଦ୍ରମୁଖା ଏଠି, ଅନ୍ତରେ ଲୁଚେଇ ଚୋର। ଉପରେ କୁହନ୍ତି କେତେ ମିଠା କଥା,ପଛରେ କାଟନ୍ତି ଚେର।
ଭଲ କାମ କରିଚାଲିବା କେହି ସମ୍ମାନ କରନ୍ତୁ ବା ନକରନ୍ତୁ ଯେତେ ବେଳେ ସୁର୍ଯ୍ୟଦେବ ଉଦୟ ହୁଅନ୍ତି ତେବେ କୋଟି କୋଟି ଲୋକ ନିଦ୍ରାରେ ରହିଥାନ୍ତି ତଥାପି ସୁର୍ଯ୍ୟଦେବ ଠିକ୍ ସମୟରେ ଉଦୟ ହୋଇଥାନ୍ତି।
ଲେଖିବା ଆଗରୁ ରଫଖାତାରୁ
ଲେଖା ଆଉଥରେ ପଢ଼,
ପରଷିବା ଆଗୁ ବ୍ଯଞ୍ଜନକୁ ଥରେ
ଚାଖି ତାହାପରେ ବାଢ଼ ।
ଟଙ୍କା ଲୁଣ ଭଳିଆ ହୋଇଥାଏ ଆବଶ୍ୟକ ମୁତାବକ ରହିଲେ ବହୁତ ଭଲ କିନ୍ତୁ ଯଦି ଦରକାରଠୁ ଅଧିକ ହୋଇଗଲା ତା’ହେଲେ ଜୀବନର ସ୍ବାଦ ବିଗାଡି ଦେଇଥାଏ ।
ଜୀବନ ଅଛି ତ ସମସ୍ୟା ବି ଅଛି, ସମସ୍ୟା ପାଇଁ ବାଟ ବି ଅଛି, ନିଜକୁ ଦୁଃଖି କରିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ, ସେଥିପାଇଁ ହସିବାକୁ ପଡ଼ିବ, ଜୀବନ ଯେମିତି ବି ହେଉ ବଞ୍ଚିବାକୁ ପଡ଼ିବ ।
Carrier କୁ ସମୟ ଦିଅ କାରଣ ଏବେ Relations ଉପରେ କିଛି ଭରସା ନାହିଁ ।
ଆମେ ଯାହାକୁ ସାହାଯ୍ୟ କରିବା ଏହାର କିଛି ମାନେ ନାହିଁ ଯେ ସେ ବି ଆମକୁ ସାହାଯ୍ୟ କରିବ ଯଦି ଆମେ ଦୁଇ ହାତରେ କାହାକୁ ସାହାଯ୍ୟ କରିଥିବା ଭଗବାନ ଶହେ ହାତରେ ଆମକୁ ସାହାଯ୍ୟ କରିବେ ଏଥିରେ ତିଳେ ମାତ୍ର ସନ୍ଧେହ ନାହିଁ….