ତା17.04.2024ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି —
“ଗାଲୁଆଙ୍କର
ବାର ବାଟି( ଗୋଟିଏବାଟି ଜମି-କୋଡିଏ ଏକର)ଚାଷ”
ଟାଉଟର, ବଡବୋଲା, “ଡିସିମିଲିଏ ଜମି ନଥିଲେ ମଧ୍ୟ ମୋର ବାର ବାଟୀ ଜମିରେ ଚାଷ ହେଉଛି” ଭଳି କହୁଥିବା ଲୋକଙ୍କୁ ” ଗାଲୁଆ ଲୋକଟାଏ” ବୋଲି କୁହାଯାଇଥାଏ।
ଏମାନଙ୍କ ଗୁଋଦେବ “ପକ୍କାଗାଲୁଆ” ପ୍ରମାଣପତ୍ରଧାରୀ।
ସେ ଏପରି ଫୋପଡ ଫୋପାଡନ୍ତି ଯେ , ” ଗାଲୁଆଶିଷ୍ୟଗଣ”
ସେଗୁଡିକୁ ବାରମ୍ବାର ଗୋଟେଇ ପୁଣି ଫୋପାଡନ୍ତି ” ବଢିଆ ବଢିଆ ” ରଡି ପକାଇ।
ଉପରେଥିବା ଏକ ଅଂଗ୍ରେଜୀ ବ୍ୟଙ୍ଗୋକ୍ତିର ଓଡିଆଭାଷାରେ ଆପାତତଃ ଅନୁବାଦ ହେଉଛି ;
” ଜଣେ ନିର୍ବୋଧ ବ୍ୟକ୍ତି କୌଣସି ବ୍ୟଙ୍ଗୋକ୍ତି( Joke)ଶୁଣିଲେ ତିନିଥର ହସନ୍ତି, ପ୍ରଥମେ ‘ତାହା ଶୁଣି ଅନ୍ୟମାନେ ହସୁଥିବାରୁ ସେ ନିଜେ ହସନ୍ତି’, ତାପରେ ‘ନିଜେ ତାହାର ସାରମର୍ମ ବୁଝିପାରିଲେ ହସନ୍ତି’ ଓ ଶେଷରେ ‘ କିଛି ନ ବୁଝି ଆଗରୁ ଦୁଇଥର ହସିବାଭଳି ନିର୍ବୋଧତା’କୁ ମନେପକେଇ ହସନ୍ତି।”
ଗାଲୁଆମାନେ କିନ୍ତୁ “ନିଜର ଗାଲୁଆମୀ ଧରାପଡିବା ଯୋଗୁ
ଲୋକହସାର ସମ୍ମୁଖୀନ ହେଉଥିଲେ” ମଧ୍ୟ ଗୁଋଦେବଙ୍କ ଫୋପଡକୁ
ସାଉଁଟି ଫୋପାଡି ଚାଲିଥାଆନ୍ତି, ଯେହେତୁ ସେମାନଙ୍କର ସାମାନ୍ୟତମ ଲଜ୍ୟାବୋଧ ନଥାଏ।
ଏମାନଙ୍କ ଯୋଗୁ,
” ଯାହାକୁ ଯାହା କରିଛି ଦଇବ- ତହୁଁ ନି କି ସେ ଅନ୍ୟଥା ହୋଇବ;
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ” ଭଳି
କବିସୂର୍ଯ୍ଯ ବଳଦେବ ରଥଙ୍କ ରଚିତ ପଦଟିର ସାରମର୍ମ ବାସ୍ତବତାର
ଋପ ନେଇଛି।
। ଜୟଶ୍ରୀରାମ ।