ଜଗତର ପଡ଼ିଦାତ୍ରୀ ମା ଲକ୍ଷ୍ମୀ ସାଆନ୍ତାଣୀ ଙ୍କ ମାର୍ଗଶୀର ଗୁରୁବାର ବ୍ରତ ର ଶୁଭକାମନା
ମାର୍ଗଶୀର ଗୁରୁବାର ମାଣବସା ଓଷା
କାନ୍ତ୍ୟା କାଞ୍ଚନସନ୍ନିଭାଂ ହିମଗିରି ପ୍ରଖ୍ୟୈ ଶ୍ଚତୁର୍ଭିର୍ଗଜୈ ।
ହସ୍ତୋତ୍କ୍ଷିପ୍ତ ହିରଣ୍ମୟାମୃତ ଘଟୈ ରାସିଚ୍ୟମାନାଂଶ୍ରିୟମ୍ ॥
ବିଭ୍ରାଣାଂ ବରମବ୍ଜଯୁଗ୍ମମଭୟାଂ ହସ୍ତୈଃ କିରୀଟୋଜ୍ଜ୍ୱଳାଂ ।
କ୍ଷୋମାବଦ୍ଧ ନିତମ୍ବବିମ୍ବ ଲଳିତାଂ ବନ୍ଦେଽରବିନ୍ଦସ୍ଥିତାମ୍ ॥
ଅର୍ଥାତ୍, ଯାହାଙ୍କର କାନ୍ତି ଶୁଦ୍ଧ ସୁବର୍ଣ୍ଣ ପରି ପ୍ରଭାମୟ ଏବଂ ଯାହାଙ୍କୁ ହିମାଳୟ ପରି ଉଚ୍ଚ ଓ ଶୁଭ୍ର ଚାରିଟି ଶ୍ୱେତ ଗଜରାଜ ନିଜର ଶୁଣ୍ଢରେ ଅମୃତକଳସ ଧାରଣ କରି ଅହରହ ଅଭିଷେକ କରୁଥା’ନ୍ତି; ଯେ ନିଜର ଚତୁର୍ହସ୍ତରେ ଯଥାକ୍ରମେ ବରଦ ଓ ଅଭୟମୁଦ୍ରା ଏବଂ କମଳ ପୁଷ୍ପ ଧାରଣ କରିଥାଆନ୍ତି; ଯାହାଙ୍କର ମସ୍ତକ ଉଜ୍ଜ୍ୱଳ ବର୍ଣ୍ଣର ଭବ୍ୟ କିରୀଟ ଦ୍ୱାରା ଶୋଭିତ; ଯାହାଙ୍କର କଟିଦେଶରେ କୌଶେୟ ବସନ ଶୋଭା ପାଉଥାଏ; ପ୍ରସ୍ଫୁଟିତ ପଦ୍ମ ଉପରେ ଆରୂଢ଼ା, ସେହି ଭଗବତୀ ଲକ୍ଷ୍ମୀଙ୍କୁ ମୁଁ ବନ୍ଦନା କରୁଛି ।
ମାଣବସା ଓଷା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ମାର୍ଗଶିରମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର – ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ “ ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ। ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣର ବ୍ୟବହାର ହୋଇଥାଏ । ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ଜଣାଯାଏ ।
ll କିମ୍ବଦନ୍ତୀ ll :-
ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା କରାଯାଇଛି । ଏହି ପୁରାଣ ଅନୁଯାୟୀ, ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କ ଠାରୁ ମାଣବସା ଗୁରୁବାର ଅନୁମତି ନେଇ ଦେଶ ଭ୍ରମଣରେ ବ୍ରାହ୍ମଣୀ ରୂପରେ ବଡ଼ ଦେଉଳରୁ ବିଜେ କଲେ । କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ । ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଚଣ୍ଡାଳୁଣୀ ଘରେ ପହଞ୍ଚିଥିଲେ । ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖୁଥିଲା । ମହାଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ । ଏହା ଦେଖି ବଳରାମ କୋପ ପ୍ରକାଶ କଲେ ।ସେତେବେଳର ସମାଜରେ ଅଛୁଆଁ ଭାବେ ଗଣା ଯାଉଥିବା ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ମହାଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ଅପମାନିତ ହୋଇ ମାଆ ମଧ୍ୟଶ୍ରୀମନ୍ଦିରରୁ ବାହାରି ଗଲେ। ଯିବା ବେଳେ ପଣ କଲେ କାଳିଆ – ବଳିଆ (ଜଗନ୍ନାଥ-ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ ।ମହାଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ବିଶ୍ୱକର୍ମା ଆଉ ଏକ ପ୍ରାସାଦ ଗଢ଼ିଦେଲେ । ତାଳବେତାଳଙ୍କୁ ଡକାଇ ମାଆ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ଶ୍ରୀମନ୍ଦିରକୁ ଶ୍ରୀହୀନ କରିଦେଲେ ।ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ । ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକ/ମାଲିକାଣୀଙ୍କୁ ଭେଟିବାକୁ ଚାହିଁଲେ । ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ ।ଶୁଚିଶୁଦ୍ଧ ଲୋକର ଦ୍ୱାରକୁ ଯିବାକୁ ବାରଣ ନାହିଁ କି ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।
ll ବିଧି ll :-
ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣିଥାଏ । ଧାନ ଅମଳ କରି ଘରକୁ ଆଣିବା ଆଗରୁ ତା’ର ଘରଣୀ ଏଥିରୁ ଧଳାଧାନର ଶିଶା ବାଛି ବାହାର କରିଥାଏ । ଏହି ଧାନର ଶିଶାରେ ବେଣୀ ବାନ୍ଧି ମେଣ୍ଟି ବା ମେଣ୍ଟା ପ୍ରସ୍ତୁତ କରି ଏହାକୁ ଶୁଖାଇ ଅତି ଯତ୍ନ ଓ ଆଦରରେ ରଖିଥାଏ । ଗୁରୁବାର ଓଷାର ପୂର୍ବଦିନରୁ ଘର ଦ୍ୱାର ଅଗଣା ଓ ଘର ଚାରିପାଖ ଗୋବର ମାଟିରେ ଲିପା ପୋଛା କରି ପରିଷ୍କାର କରିଥାଏ । ଅମଳ ପରେ ଖଳାରେ ସେହି ସ୍ତୁପୀକୃତ ଧାନକୁ ଅନ୍ନ ଓ ଧନର ଦେବୀ ଲକ୍ଷ୍ମୀଙ୍କର ଆଶିଷ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି ।ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ଆଙ୍କନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ହଳଦୀ ଓ ଗୁଗୁଳ ବାଟି ମାଣର ଉପରପାଶ୍ୱର୍ରେ ଲେପ ଦିଆଯାଏ ଯାହା ଏକ ମୁହଁର ରୂପ ନେଇଥାଏ ।ସେଥିରେ କଉଡିକୁ ଆଖିଭାବେବ୍ୟବହାର କରି ନିଜର ସୃଜନ ଶୈଳିଦ୍ୱାରା ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ ।ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାଶ୍ୱର୍ରୁ ମା’ ଙ୍କର ପଦ୍ମପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । କେହି କେହି ଗବପତ୍ର, ଗୟାତୁଳସୀ, କଳାପାତି, ସିନ୍ଦୁର ଫରୁଆ, ପିତ୍ତଳମୂର୍ତ୍ତି ଇତ୍ୟାଦି ମଧ୍ୟ ରଖିଥାନ୍ତି । ଧାନଖଳାକୁ ମଧ୍ୟ ସେଦିନ ଝୋଟିଚିତାରେ ଚିତ୍ରିତ କରାଯାଇଥାଏ । ମହାଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ।ପୂଜାସ୍ଥାନରେ ପିଠଉରେ କୋଠି କରି ଷୋହଳ ପାଖୁଡା ପଦ୍ମଫୁଲ ଅଙ୍କାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ, ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର
ବୋଳାଯାଏ ।
ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ । ସିନ୍ଦୂର ବୋଳାଯାଇଥିବା ମାଣ ବା ଗଉଣୀକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ୱରୂପ ନୂଆ ଧଳାଧାନରେ ପୂର୍ଣ୍ଣକରି ତା’ଉପରେ ଗୁଆ ରଖାଯାଏ । ସେହି ମାଣକୁ ଖଟୁଲି ଉପରେ ବସାଇ ତା’ଉପରେ ଧାନବେଣୀ ରଖି ନୂତନ ପାଟଲୁଗାର ଓଢ଼ଣୀ ଢଙ୍କାଯାଏ । ମହାଲକ୍ଷ୍ମୀଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୂର ଆଦି ଦେଇ ସ୍ଥାପନା କରାଯାଏ ।ବିଧି ଅନୁଯାୟୀ, ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ ।
ll ଭୋଗ ll :-
ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ ଲକ୍ଷ୍ମୀଙ୍କ ପାଖରେ । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ )ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ଲାଗି କରାଯାଇଥାଏ । ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛେନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ । ୩ ଧୂପ ମଧ୍ୟରୁ ଏହାକୁ ବାଳଧୂପ କୁହାଯାଏ ।ଏହାପରେ ମଧ୍ୟାହ୍ନ ଧୂପପାଇଁ ପ୍ରସ୍ତୁତି ଆରମ୍ଭ ହୁଏ । ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ । ମଧ୍ୟାହ୍ନ ଭୋଗ ପରେ ମା’ଙ୍କ ସମ୍ମୁଖରେ ଲକ୍ଷ୍ମୀ ପୁରାଣ ବୋଲାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି ।ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି ।ଗୋଧୂଳି ସମୟରେ ସନ୍ଧ୍ୟା ଧୂପରେ ଆଉ ଥରେ ବାଳଧୂପ ପରି ଭୋଗ ଲଗାଯାଇ ସଧ୍ୟା ପୂଜା କରାଯାଏ । ୨ୟ ଗୁରୁବାରରେ ଚିତଉପିଠା, ଦହିକାଲୁଆ, ୩ୟରେ ଖେଚୁଡ଼ି-ଡାଲମା ଏବଂ ୪ର୍ଥରେ ମଣ୍ଡା ପିଠା ଭୋଗ ଲାଗି ହୋଇଥାଏ । ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ସହକାରେ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ ।ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।
ଶ୍ରୀମହାଲକ୍ଷ୍ମୀ ସ୍ତୋତ୍ର
ସର୍ଵଦେଵ କୃତ ଶ୍ରୀ ଲକ୍ଷ୍ମୀ ସ୍ତୋତ୍ରମ୍
କ୍ଷମସ୍ଵ ଭଗଵତ୍ୟଂବ କ୍ଷମା ଶୀଲେ ପରାତ୍ପରେ।
ଶୁଦ୍ଧ ସତ୍ଵ ସ୍ଵରୂପେଚ କୋପାଦି ପରି ଵର୍ଜିତେ॥
ଉପମେ ସର୍ଵ ସାଧ୍ଵୀନାଂ ଦେଵୀନାଂ ଦେଵ ପୂଜିତେ।
ତ୍ଵୟା ଵିନା ଜଗତ୍ସର୍ଵଂ ମୃତ ତୁଲ୍ୟଂଚ ନିଷ୍ଫଲମ୍।
ସର୍ଵ ସଂପତ୍ସ୍ଵରୂପାତ୍ଵଂ ସର୍ଵେଷାଂ ସର୍ଵ ରୂପିଣୀ।
ରାସେଶ୍ଵର୍ୟଧି ଦେଵୀତ୍ଵଂ ତ୍ଵତ୍କଲାଃ ସର୍ଵୟୋଷିତଃ॥
କୈଲାସେ ପାର୍ଵତୀ ତ୍ଵଂଚ କ୍ଷୀରୋଧେ ସିଂଧୁ କନ୍ୟକା।
ସ୍ଵର୍ଗେଚ ସ୍ଵର୍ଗ ଲକ୍ଷ୍ମୀ ସ୍ତ୍ଵଂ ମର୍ତ୍ୟ ଲକ୍ଷ୍ମୀଶ୍ଚ ଭୂତଲେ॥
ଵୈକୁଂଠେଚ ମହାଲକ୍ଷ୍ମୀଃ ଦେଵଦେଵୀ ସରସ୍ଵତୀ।
ଗଂଗାଚ ତୁଲସୀତ୍ଵଂଚ ସାଵିତ୍ରୀ ବ୍ରହ୍ମ ଲୋକତଃ॥
କୃଷ୍ଣ ପ୍ରାଣାଧି ଦେଵୀତ୍ଵଂ ଗୋଲୋକେ ରାଧିକା ସ୍ଵୟମ୍।
ରାସେ ରାସେଶ୍ଵରୀ ତ୍ଵଂଚ ବୃଂଦା ବୃଂଦାଵନେ ଵନେ॥
କୃଷ୍ଣ ପ୍ରିୟା ତ୍ଵଂ ଭାଂଡୀରେ ଚଂଦ୍ରା ଚଂଦନ କାନନେ।
ଵିରଜା ଚଂପକ ଵନେ ଶତ ଶୃଂଗେଚ ସୁଂଦରୀ।
ପଦ୍ମାଵତୀ ପଦ୍ମ ଵନେ ମାଲତୀ ମାଲତୀ ଵନେ।
କୁଂଦ ଦଂତୀ କୁଂଦଵନେ ସୁଶୀଲା କେତକୀ ଵନେ॥
କଦଂବ ମାଲା ତ୍ଵଂ ଦେଵୀ କଦଂବ କାନନେପିଚ।
ରାଜଲକ୍ଷ୍ମୀଃ ରାଜ ଗେହେ ଗୃହଲକ୍ଷ୍ମୀ ର୍ଗୃହେ ଗୃହେ॥
ଇତ୍ୟୁକ୍ତ୍ଵା ଦେଵତାସ୍ସର୍ଵାଃ ମୁନୟୋ ମନଵସ୍ତଥା।
ରୂରୂଦୁର୍ନ ମ୍ରଵଦନାଃ ଶୁଷ୍କ କଂଠୋଷ୍ଠ ତାଲୁକାଃ॥
ଇତି ଲକ୍ଷ୍ମୀ ସ୍ତଵଂ ପୁଣ୍ୟଂ ସର୍ଵଦେଵୈଃ କୃତଂ ଶୁଭମ୍।
ୟଃ ପଠେତ୍ପ୍ରାତରୁତ୍ଥାୟ ସଵୈସର୍ଵଂ ଲଭେଦ୍ଧ୍ରୁଵମ୍॥
ଅଭାର୍ୟୋ ଲଭତେ ଭାର୍ୟାଂ ଵିନୀତାଂ ସୁସୁତାଂ ସତୀମ୍।
ସୁଶୀଲାଂ ସୁଂଦରୀଂ ରମ୍ୟାମତି ସୁପ୍ରିୟଵାଦିନୀମ୍॥
ପୁତ୍ର ପୌତ୍ର ଵତୀଂ ଶୁଦ୍ଧାଂ କୁଲଜାଂ କୋମଲାଂ ଵରାମ୍।
ଅପୁତ୍ରୋ ଲଭତେ ପୁତ୍ରଂ ଵୈଷ୍ଣଵଂ ଚିରଜୀଵିନମ୍॥
ପରମୈଶ୍ଵର୍ୟ ୟୁକ୍ତଂଚ ଵିଦ୍ୟାଵଂତଂ ୟଶସ୍ଵିନମ୍।
ଭ୍ରଷ୍ଟରାଜ୍ୟୋ ଲଭେଦ୍ରାଜ୍ୟଂ ଭ୍ରଷ୍ଟ ଶ୍ରୀର୍ଲଭେତେ ଶ୍ରିୟମ୍॥
ହତ ବଂଧୁର୍ଲଭେଦ୍ବଂଧୁଂ ଧନ ଭ୍ରଷ୍ଟୋ ଧନଂ ଲଭେତ୍॥
କୀର୍ତି ହୀନୋ ଲଭେତ୍କୀର୍ତିଂ ପ୍ରତିଷ୍ଠାଂଚ ଲଭେଦ୍ଧ୍ରୁଵମ୍॥
ସର୍ଵ ମଂଗଳଦଂ ସ୍ତୋତ୍ରଂ ଶୋକ ସଂତାପ ନାଶନମ୍।
ହର୍ଷାନଂଦକରଂ ଶାଶ୍ଵଦ୍ଧର୍ମ ମୋକ୍ଷ ସୁହୃତ୍ପଦମ୍॥
॥ ଇତି ସର୍ଵ ଦେଵ କୃତ ଲକ୍ଷ୍ମୀ ସ୍ତୋତ୍ରଂ ସଂପୂର୍ଣମ୍ ॥