ଯେ ସର୍ବବ୍ୟାପକ, ପରମାତ୍ମା, ଜଗତର ଆଦିକାରଣ ; ଯେ ପରିପୂର୍ଣ୍ଣ, ଅପରୋକ୍ଷ, ସ୍ବୟଂପ୍ରକାଶ, ଅଜନ୍ମା ଓ ବ୍ରହ୍ମାଦିଙ୍କର ମଧ୍ୟ ନିୟନ୍ତା ତଥା ଯେ ନିଜ ଅଧୀନରେ ରହିଥିବା ମାୟାଦ୍ବାରା ସମସ୍ତଙ୍କ ଅନ୍ତଃକରଣରେ ରହି ଜୀବମାନଙ୍କୁ ପ୍ରେରିତ କରୁଛନ୍ତି, ସେହି ସକଳ ଭୂତଙ୍କର ଆଶ୍ରୟରୂପ ଭଗବାନ୍ ବାସୁଦେବ ହିଁ ହେଉଛନ୍ତି କ୍ଷେତ୍ରଜ୍ଞ । ବାୟୁ ଯେପରି ସକଳ ପ୍ରାଣୀଙ୍କ ମଧ୍ୟରେ ପ୍ରବେଶ କରି ସେମାନଙ୍କୁ ପ୍ରେରିତ କରେ, ପରମେଶ୍ବର ଭଗବାନ୍ ବାସୁଦେବ ସେହିପରି ସର୍ବସାକ୍ଷୀ ଆତ୍ମାରୂପରେ ସମଗ୍ର ପ୍ରପଞ୍ଚରେ ଓତପ୍ରୋତ ହୋଇ ରହିଛନ୍ତି ।
ଯେପର୍ଯ୍ୟନ୍ତ ମନୁଷ୍ୟ ଜ୍ଞାନୋଦୟଦ୍ବାରା ମାୟାକୁ ଦୂର କରି, ସକଳ ଆସକ୍ତି ତ୍ୟାଗ କରି ତଥା କାମକ୍ରୋଧାଦି ଷଡ଼ରିପୁଙ୍କୁ ଜୟ କରି ଆତ୍ମତତ୍ତ୍ବକୁ ଜାଣି ନ ଥାଏ, ତଥା ଯେପର୍ଯ୍ୟନ୍ତ ସେ ଆତ୍ମାର ଏହି ଉପାଧିରୂପ ମନକୁ ସଂସାରଦୁଃଖର କ୍ଷେତ୍ର ବୋଲି ବୁଝିପାରି ନ ଥାଏ, ସେପର୍ଯ୍ୟନ୍ତ ସେ ଏହି ଲୋକରେ ହିଁ ଘୁରି ବୁଲୁଥାଏ ; କାରଣ ଏହି ଚିତ୍ତ ବା ମନ ତାର ଶୋକ,ମୋହ,ରୋଗ,ଆସକ୍ତି, ଲୋଭ ଓ ବୈର ଆଦି ସଂସ୍କାର ତଥା ମମତା ବଢ଼ାଇ ଚାଲିଥାଏ । ଏହି ମନ ହିଁ ହେଉଛି ଆପଣାର ସବୁଠାରୁ ବଡ଼ ବଳବାନ୍ ଶତ୍ରୁ । ତା’ପ୍ରତି ସାବଧାନ ହୋଇ ନ ଥିବାରୁ ମନର ଶକ୍ତି ଆହୁରି ବଢ଼ିଯାଉଛି ।
ସମ୍ପଦରେ ବିପଦରେ, ରୋଗରେ ଶୋକରେ, ସୁଖରେ ଦୁଃଖରେ, ସର୍ବାବସ୍ଥାରେ ସମଭାବରେ ରହି ଭଗବାନଙ୍କର ନାମ ସ୍ମରଣ କରି ଶରଣାଗତ ଭାବରେ ଭଗବାନଙ୍କଠାରେ ଆତ୍ମସମର୍ପଣ କରିବାକୁ ଅଭ୍ୟାସ କର । ସବୁ ସମୟରେ ତାଙ୍କର ଜୟଗାନ କର । ତାଙ୍କ ଅପେକ୍ଷା ଆପଣାର ହୋଇ କେହି ନାହାନ୍ତି । ତାଙ୍କପରି ସ୍ନେହ, ଦୟା କାହାରି ନାହିଁ । ତାଙ୍କପରି ତୁମକୁ କେହି ସୁଖ ପାଆନ୍ତି ନାହିଁ । ପିତାମାତାଙ୍କ ସ୍ନେହ, ସ୍ୱାମୀଙ୍କ ପ୍ରେମ ଏକମାତ୍ର ତାଙ୍କରି ପ୍ରେମର କଣା ଭିନ୍ନ ଆଉ କିଛି ନୁହେଁ । ସୁତରାଂ ତାଙ୍କୁ ଭୁଲି ପାର୍ଥିବ ଭାବରେ ମୁଗ୍ଧ ହୁଅ ନାହିଁ l"
ଅନ୍ୟ ପାଇଁ କେବେ କପଟ କରନା
ନିଜେ କପଟ ରେ ପଡିବ,
ତୁମକୁ ଦେଖିଲେ ବାଟ ଭାଙ୍ଗି ଯିବେ
ନିଜେତ ବାଛନ୍ଦ ହୋଇବ ।
ଗୋଟିଏ ସୁଖ ମଣିଷକୁ ବାରମ୍ବାର ହସାଇ ପାରେନାହିଁ କିନ୍ତୁ ଗୋଟିଏ ଦୁଃଖ ମଣିଷକୁ ଆଜୀବନ କନ୍ଦାଇ ପାରେ ।
ଟଙ୍କା ଲୁଣ ଭଳିଆ ହୋଇଥାଏ, ଆବଶ୍ୟକ ମୁତାବକ ରହିଲେ ବହୁତ ଭଲ କିନ୍ତୁ ଯଦି ଦରକାରଠୁ ଅଧିକ ହୋଇଗଲା ତା’ହେଲେ ଜୀବନର ସ୍ବାଦ ବିଗାଡି ଦେଇଥାଏ ।
ଜୀବନରେ ଯଦି କୋଉଠି କେଉଁ Waste people ସହ ତୁମର ଝଗଡ଼ା ହେଉଛି ନା ସେଠାରୁ ଜାଣି ଜାଣି ହାରିଯିବା ଟା ଭଲ, କାହିଁକି ନା ତୁମ କଥାର Value ଆଉ ତୁମ କହିବାରେ ଯେତେ ବି Power ଥାଉ ନା କାହିଁକି ତୁମେ କେବେ କୁକୁର ଠାରୁ ଜୋରରେ ଭୁକି ପାରିବ ନାହିଁ ।
କାହାରି ଠାରୁ ପ୍ରତିଶୋଧ ନେବାର ଖୁସି ଦୁଇଦିନ ରହିବ….
ହେଲେ
କାହାରିକୁ କ୍ଷମା କରିବାର ଖୁସି ଜୀବନ ସାରା ରହିବ….