Spread the love

କୋଲକାତା ଲଜ୍ଜା: ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ ଟେଷ୍ଟ

ସଂଜୟ ପାଖରୁ ସତ ଉଗାରୁଛି ସିବିଆଇ । କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତକୁ ବଢେଇଛି । ଏହାରି ଭିତରେ ମାମଲାରେ ବଡ଼ ଅପଡେଟ ଭାବେ ଆଜି ସଞ୍ଜୟ ପଲିଗ୍ରାଫ୍ ଅର୍ଥାତ ଲାଇ ଡିଟେକସନ୍ ଟେଷ୍ଟ ହେବ। ଯେଉଁଥି ପାଇଁ ପ୍ରେସିଡେନ୍ସି ଜେଲରେ ସବୁ ପ୍ରକାର ବ୍ୟବସ୍ଥା ସରିଛି ।

CBI, CFSL, କୋଲକାତା ଓ ଦିଲ୍ଲୀର କିଛି ବଛା ବଛା ଡାକ୍ତରଙ୍କୁ ନେଇ ୧୬ ଜଣିଆ ଟିମ୍ ପ୍ରସ୍ତୁତ ହୋଇଛି । ଏହି ପଲିଗ୍ରାଫ୍ ପରେ ଦିନେ କିମ୍ୱା ଦୁଇ ଦିନରେ ମେଡିକାଲ୍ ର ପୂର୍ବତନ ଅଧକ୍ଷ ସନ୍ଦୀପ ଘୋଷଙ୍କ ସମେତ ୪ ସନ୍ଦିଗ୍ଧଙ୍କ ବି ପଲିଗ୍ରାଫ୍ ହେବ । ଏହି ୪ଜଣ ଘଟଣା ଦିନ ରାତିରେ ଡିନର୍ କରିବା ସହ ସେଇ ତୃତୀୟ ମହଲାରେ ଉପସ୍ଥିତ ଥିଲେ । ସେପଟେ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗ ନେଇ ସନ୍ଦୀପ ଘୋଷଙ୍କ ନାଁରେ ଏତଲା ହୋଇଛି ।

ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ ସିବିଆଇ ଏତଲା ଦାୟର କରିଛି । ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଏତଲା ହୋଇଥିବା ବେଳେ ଏତଲା କପି ସିଜେଏମ୍ କୋର୍ଟରେ ଦାଖଲ ହୋଇଛି । ଏହାପରେ ସନ୍ଦୀପ ଘୋଷଙ୍କ ଗିରଫ ସମ୍ଭାବନା ବଢ଼ିଛି । ତାଙ୍କ କାର୍ଯ୍ୟକାଳ ସମୟରେ କଲେଜରେ ବ୍ୟାପକ ଅର୍ଥନୈତିକ ହେରଫେର ହୋଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *