Spread the love

ଆସନ୍ତୁ ଆଜି ଜାଣିବା (କର୍ପୁର ଦ୍ୱାରା କିପରି ଭାବରେ ଦୂର କରିହେବ ଘରର ବାସ୍ତୁଦୋଷ) ଏ ସମ୍ବନ୍ଧରେ ।।

କର୍ପୁର ର ବ୍ୟବହାର ସାଧାରଣ ଭାବରେ ପୂଜା ପାଠ ରେ କରାଯାଇ ଥାଏ l କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଘରର ନକାରାତ୍ମକ ଶକ୍ତିକୁ ଦୂର କରିବାରେ କର୍ପୁର ର ଛୋଟ ଖଣ୍ଡ ଟିଏ ଖୁବ ଉପକାରୀ l କର୍ପୁର ଦ୍ୱାରା ଅନେକ ଗୁଡିଏ ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରକୁ ସୁଖଶାନ୍ତି ଆସିଥାଏ l ଏହା ବ୍ୟତୀତ କର୍ପୁର ଆର୍ଥିକ ପରିସ୍ଥିତି କୁ ଦୂର କରିଥାଏ l ଆସନ୍ତୁ ଜାଣିବା କର୍ପୁର ର ଉପାୟ l

ଚାକିରୀ ଓ ବ୍ୟବସାୟ ରେ ଉନ୍ନତି ପାଇଁ – ଯଦି ଆପଣ ଚାକିରୀ ଓ ବ୍ୟବସାୟ ରେ ଉନ୍ନତି କରିବା ପାଇଁ ରୋଷେଇ ଘରର ସମସ୍ତ କାମ କୁ ଠିକ କରିବା ପରେ ରୋଷେଇ ଘରେ ଗୋଟିଏ ପାତ୍ରରେ କର୍ପୁର ଓ ଲବଙ୍ଗ ଜଳାନ୍ତୁ l ଏପରି କରିବା ଦ୍ୱାରା ଘର ଓ ପରିବାର ସଦସ୍ୟଙ୍କ ଚାକିରୀ ଓ ବ୍ୟବସାୟ ରେ ଉନତି ହେବ l

ଆର୍ଥିକ ସଙ୍କଟ ଦୂର କରିବା ଉପାୟ – ଯଦି ଆପଣ ଅଧିକ ଋଣଭାର ରେ ଚାପି ହୋଇ ରହିଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ରୋଷେଇ ଘରେ ବାସ୍ତୁ ଦୋଷ ରହିଛି l ତେବେ ଆପଣ ପ୍ରତିଦିନ ଘରର ମୁଖ୍ୟ ଦ୍ଵାରରେ ଗୋଟିଏ ଚା ନ୍ଦି ର ପାତ୍ର ରେ କର୍ପୁର ଜଳାଇ ତାହାକୁ ଗଣେଶ ଙ୍କୁ ଅର୍ପଣ କରନ୍ତୁ ।

ଗୃହ ରୁ କ୍ଳେଶ ଦୁର କରିବା ପାଇଁ – ଅଧିକାଂଶ ସମୟ ଆମେ ଦେଖି ଥାଉ ଯେ ଘରେ ବିନା କାରଣରେ ଛୋଟ ଛୋଟ କଥାରେ କଳହ ଦେଖା ଦେଇଥାଏ । ଏପରି ଘଟୁଛି ଯଦି ତେବେ ଆପଣ ପ୍ରତିଦିନ ଯେ କୌଣସି ସମୟରେ କର୍ପୁର କୁ ଦେଶୀ ଘିଅ ରେ ବୁଡାଇ ଜାଳନ୍ତୁ ଯେପରି ଏହାର ସୁଗନ୍ଧ ସାରା ଘରକୁ ବ୍ୟାପିଥାଏ । ଏହାଦ୍ବାରା ଜୀବନରେ ଶାନ୍ତି ଆସିଥାଏ ।

ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ମଧୁରତା ଆଣିବା ପାଇଁ – ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ଉଭୟ ଙ୍କ ତକିଆ ତଳେ କର୍ପୁର ରଖି ଦିଅନ୍ତୁ ଓ ପରଦିନ ଏହାକୁ ନେଇ ଜଳାଇ ଦିଅନ୍ତୁ । ଦେଖିବେ ସମର୍କ ରେ ମଧୁରତା ଆସିବ ।

କର୍ପୁର ଓ ହଳଦୀ ର ଉପାୟ – ଯଦି ଘରେ ସବୁବେଳେ କଳହ ଦେଖା ଦେଇଛି କିମ୍ବା କେହି ବାରମ୍ବାର ରୋଗ ଗ୍ରସ୍ତ ହେଉଛନ୍ତି ତେବେ ଘରର ପ୍ରତିଟି କୋଠରୀ ରେ ଖଣ୍ଡିଏ ଲେଖାଏଁ କର୍ପୁର ରଖି ଦିଅନ୍ତୁ ଓ ସେଥିରେ କିଛି ହଳଦୀ ଗୁଣ୍ଡ ଛିଞ୍ଚି ଦିଅନ୍ତୁ । ଯାହାଦ୍ଵାରା ସମସ୍ତ ବିଘ୍ନ ଦୁର ହେବ ।

Related Post

Leave a Reply

Your email address will not be published. Required fields are marked *

You Missed