Spread the love

ଗରଦପୁର,୨/୧୧/୨୦୨୪ ( )- ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଜୟତଳଙ୍ଗ ଗ୍ରାମର ସ୍ୱର୍ଗତ କାର୍ତିକ ଚନ୍ଦ୍ର କାନୁନଗୋଙ୍କ ପତ୍ନୀ ବିଷ୍ଣୁପ୍ରିୟା କାନୁନଗୋ ଙ୍କର ୮୬ ବର୍ଷ ବୟସରେ ପରଲୋକ ଘଟିିଛି । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ତଥା ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ବୋହୁ ଲକ୍ଷ୍ମୀପ୍ରିୟା କାନୁନଗୋ, ଝିଅ ସଲିଳା ମହାନ୍ତି, ଜ୍ୱାଇଁ ପର୍ଯ୍ୟଟନ ସହକାରୀ ନିର୍ଦ୍ଧେଶକ ଶରତ ଚନ୍ଦ୍ର ମହାନ୍ତି , ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି, ବାନାମ୍ବର ଦାସ, ଧୃବଚରଣ ହୋତା,ଅମିୟ କୁମାର ଦାଶ, ଗୋଲକ ଚନ୍ଦ୍ର କାନୁନଗୋ, ଅଜିତ କୁମାର କାନୁନଗୋ, ପ୍ରଶାନ୍ତ କୁମାର ମହାନ୍ତି, ସୁଜିତ କୁମାର କାନୁନଗୋ, ଅଧ୍ୟାପକ ରାଧିକା ରଂଜନ କାନୁନଗୋ ପ୍ରମୁଖ ପହଂଚି ଶେଷ ଦର୍ଶନ କରିଥିଲେ । ପାଟକୁରା ର ବିଧାୟକ ଅରବିନ୍ଦ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ, ସାମ୍ବାଦିକ ନବଘନ ନାୟକ, ଯଶୋବନ୍ତ ପାତ୍ର, ରବିନ୍ଦ୍ରନାଥ ବାରିକ ପ୍ରମୁଖ ଟେଲିଫୋନ ଯୋଗେ ସ୍ୱର୍ଗତ ବିଷ୍ଣୁପ୍ରିୟାଙ୍କ ଏକମାତ୍ର ପୁତ୍ର ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ ଙ୍କ ସହିତ ଟେଲିଫୋନ ରେ କଥା ହୋଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *