Spread the love

କଳାବତୀ କଳା ନିକେତନରେ ବିଶ୍ଵ ସଙ୍ଗୀତ ଦିବସ ପାଳନ।

କଟକ ବିଡାନାସୀ ସ୍ଥିତ ତାରିଣୀ ବିହାର ଠାରେ କଳାବତୀ କଳା ନିକେତନର ସଙ୍ଗୀତ ଗୁରୁ ବିଶ୍ଵନାଥ ମିଶ୍ରଙ୍କ ପୈରୋହିତ୍ୟରେ ବିଶ୍ଵ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଆକାଶବାଣୀ କଟକର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ପ୍ରସେନଜିତ ମହାନ୍ତି, ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ଉପ ମହାନିର୍ଦ୍ଦେଶିକା ଶ୍ରୀମତୀ ଡଃ ଜୟନ୍ତୀ ମଞ୍ଜରୀ ରଥ, କଟକ ମହାନଗର ନିଗମ ଅନ୍ତର୍ଗତ ଜୋନ୍ ୫ ର ଏସିପି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ ଅତିଥି ଭାବେ ଯୋଗଦାନ କରି ବିଶ୍ଵ ସଙ୍ଗୀତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଗୁରୁ ଶ୍ରୀ ବିଶ୍ଵନାଥ ମିଶ୍ର ବିଶ୍ଵ ସଙ୍ଗୀତ ଦିବସର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ଡଃ ସନାତନ ପଣ୍ଡା ଙ୍କ ରଚିତ ଗୁରୁ ବନ୍ଦନା ଗାନ କରିଥିଲେ ଓ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟ କ୍ରମରେ ପ୍ରିୟନାଥ ମିଶ୍ର, ରିନା ମିଶ୍ର, ଦେବସ୍ମିତା ମିଶ୍ର, ବିଭୁପ୍ରସାଦ ମିଶ୍ର, ଅନନ୍ୟା ମିଶ୍ର, ଗୀତାଞ୍ଜଳି ପଣ୍ଡା, ଶ୍ୟାମଳୀ ଲେଙ୍କା,ଶ୍ରୁତି ସୁହାନୀ ଦାସ, ସିଦ୍ଦିକି ସେନାପତି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶ୍ରୀ ତ୍ରିନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *