Spread the love

ଓଡ଼ିଶା କମ୍ପ୍ୟୁଟର ଏକାଡେମୀ, କଟକ ଦ୍ବାରା ରକ୍ତଦାନ ଶିବିର ଆୟୋଜିତ

କଟକ -29/5 ବୁଧବାର

ରାଜ୍ୟରେ ଦେଖା ଯାଉଥିବା ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତଦାନ ଭଳି ମହତ କାର୍ଯ୍ୟ ଆୟୋଜନ କରି ଆସୁଥିବା ବେଳେ ଏହାକୁ ଗୁରୁତ୍ବର ଭାବେ ନେଇ କଟକର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଓଡ଼ିଶା କମ୍ପ୍ୟୁଟର ଏକାଡେମୀ, ରୁବିପ୍ଲାଜା, ଅରୁଣୋଦୟ ମାର୍କେଟ, କଟକ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ କରିଛି। ଏହି ଅନୁଷ୍ଠାନର ଜନ୍ମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ବିଗତ କିଛି ବର୍ଷ ଧରି ଏପରି ରକ୍ତଦାନ ଶିବିର ଆୟୋଜନ କରି ଆସୁଛି। ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଆସି ଖୁବ୍ ଉତ୍ସାହର ସହିତ ରକ୍ତଦାନ କରିଥିଲେ। ଏହାକୁ ଓଡିଶା କମ୍ପ୍ୟୁଟର ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ରାଉତ ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଡକ୍ଟର ମନୋରଞ୍ଜନ ପୃଥଲ୍ ( OKCL ର ମୁଖ୍ୟ ପରିଚାଳକ) ଏହି ରକ୍ତଦାନ ଶିବିରକୁ ଉଦ୍ଘାଟନ କରି ପିଲାମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ରାଜ୍ୟର ରକ୍ତ ଅଭାବରୁ କାହାର ଜୀବନ ହାନି ନ ହେଉ ସେଥ‌ିପାଇଁ ସମସ୍ତେ ସଚେତନ ହେବାପାଇଁ ଆହ୍ବାନ ଦେଇଥିଲେ । ଏହା ସହିତ ଆଗକୁ ଏପରି ଯୁବପିଢ଼ି ସ୍ବେଚ୍ଛାକୃତ ଭାବେ ଆସି ଏପରି ମହତ କାର୍ଯ୍ୟରେ ନିଜକୁ ସାମିଲ କରନ୍ତୁ ବୋଲି ଗଣ ମାଧ୍ୟମ ଜରିଆରେ ସମାଜକୁ ବାର୍ତ୍ତା ଦେଇଥିଲେ । ଗୋଟିଏ ରକ୍ତ ୟୁନିଟ୍ ରୁ ତିନି ଜଣଙ୍କ ମୂଲ୍ୟବାନ ଜୀବନ ବଞ୍ଚେଇବାରେ ସାହାଯ୍ୟ କରିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଉତ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏପରି ମହତ କାର୍ଯ୍ୟ ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବାଙ୍କୀ ଶାଖାର ନିର୍ଦ୍ଦେଶକ ଦେବୀଦତ୍ତ ବିଭୂତି ରାୟ, ଏବଂ ଅନୁଷ୍ଠାନର ସମସ୍ତ ସହକର୍ମୀ ମାନେ ଯୋଗ ଦେଇଥିବା ବେଳେ ରକ୍ତଦାନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ରକ୍ତଦାତା ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଓଡ଼ିଶା କମ୍ପ୍ୟୁଟର ଏକାଡେମୀ ଓ ଏସ ସି ବି ବ୍ଲଡ଼ ସେଣ୍ଟର୍ ର ମିଳିତ ଉଦ୍ୟମରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଆୟୋଜିତ ଏହି ରକ୍ତଦାନ ସିବିରରେ ୧୮୦ ଜଣଙ୍କ ମଧ୍ୟରୁ ମୋଟ୍ ୧୩୪ ୟୁନିଟରୁ ଉଦ୍ଧ ରକ୍ତ ସଂଗ୍ରହ ହୋଇଥିଲା । ଓଡିଶା ବ୍ଲଡ଼ ସେଣ୍ଟର୍ ଏସ ସି ବି ମେଡିକାଲ କଲେଜ ର ରାମଚନ୍ଦ୍ର ଖୁଣ୍ଟିଆ ଓ ତାଙ୍କ ଟିମ୍ ରକ୍ତ ସଂଗ୍ରହ କରିଥିଲେ। ଯାହାକୁ କି ସାଧାରଣ ଲୋକେ ଶୁଭେଚ୍ଛା ଦେଇଥିଲା ବେଳେ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *